Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Hardik Pandya / ଫଟୋ ଉଠାଇଲେନି ପାଣ୍ଡ୍ୟା, ଫ୍ୟାନ୍ସ କହିଲେ ନର୍କକୁ ଯାଅ...

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଫଟୋ ଉଠାଇଲେନି ପାଣ୍ଡ୍ୟା, ଫ୍ୟାନ୍ସ କହିଲେ ନର୍କକୁ ଯାଅ...
Hardik Pandya

Key Points

ହାର୍ଦ୍ଦିକ ଏବଂ ମାହେକାଙ୍କୁ ଘେରି ଗଲେ ଫ୍ୟାନ୍ସ
ଫଟୋ ଉଠାଇଲେନି ବୋଲି ଗାଳି କଲେ ଫ୍ୟାନ୍ସ

ପୁଣି ଚର୍ଚ୍ଚାରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ସବୁବେଳେ ନିଜର ପର୍ସନାଲ ଲାଇଫକୁ ନେଇ ଲାଇମ ଲାଇଟରେ ରହୁଥିବା କାଣ୍ଡ୍ୟା କିନ୍ତୁ ଏଥର ଏକ ଫଟୋ ଉଠାଇବାକୁ ନେଇ ଫ୍ୟାନ୍ସ ମହଲରେ ଚର୍ଚ୍ଚାରେ ଅଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଉଠାଇବାକୁ ରାଜି ହେଲେନି ହାର୍ଦ୍ଦିକ ପାଣ୍ଡ୍ୟା । ରାଗିଗଲେ ଫ୍ୟାନ୍ସ । ଗାଳି କରିବା ସହ ଆପତ୍ତିଜନକ କଥା କହିଲେ । ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଫ୍ୟାନ୍ସ ହାର୍ଦ୍ଦିକଙ୍କୁ ଅଶୋଭନୀୟ ଟିପ୍ପଣୀ କରୁଛନ୍ତି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ପାଣ୍ଡ୍ୟା ଭାରତୀୟ ଟିମରେ ସାମିଲ ଥିଲେ । ସିରିଜକୁ ଭାରତ ୩-୧ରେ ଜିତି ନେଇଛି । ସିରିଜର ଶେଷ ମୁକାବିଲାରେ ତାଙ୍କ ବ୍ୟାଟରୁ ବିସ୍ଫୋରକ ଅର୍ଧଶତକ ବାହାରିଥିଲା । ୨୫ ବଲରୁ ସେ ୬୩ ରନ୍ କରିଥିଲେ । ୨୫୨ ଷ୍ଟ୍ରାଇକ୍ ରେଟରେ ତାଙ୍କ ବ୍ୟାଟ୍ ଚାଲିଥିଲା ।
ହାର୍ଦ୍ଦିକ ଏବେ ପୁରୁଷ ଟି-୨୦ କ୍ରିକେଟରେ ୧୦୦୦ ରୁ ଅଧିକ ରନ ଏବଂ ୧୦୦ ରୁ ଅଧିକ ୱିକେଟ୍ ନେଇଥିବା ବିଶ୍ୱର ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି। ଏହି ରେକର୍ଡ ତାଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି।ସେ ରୋହିତ ଏବଂ କୋହଲି କ୍ଲବରେ ସାମିଲ ହୋଇଛନ୍ତି। ଭାରତ ପାଇଁ ଟି-୨୦ରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଅଛି।ସେ ୨୦୫ ଛକା ମାରିଛନ୍ତି। ସୂର୍ଯ୍ୟ ୧୫୫ ଛକା ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୧୨୪ ଛକା ମାରିଛନ୍ତି। ଏବେ, ହାର୍ଦ୍ଦିକ ୧୦୦ରୁ ଅଧିକ ଛକା ସହିତ ତାଲିକାରେ ପରବର୍ତ୍ତୀ ସ୍ଥାନରେ ଅଛନ୍ତି। କେଏଲ ରାହୁଲଙ୍କ ୯୯ ଛକା ଅଛି।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ସପ୍ତାହ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ସେପଟେ ରିପୋର୍ଟ ଅନୁସାରେ, ଖ୍ରୀଷ୍ଟମାସ ସନ୍ଧ୍ୟାରେ ପାଣ୍ଡ୍ୟା ତାଙ୍କ ବାନ୍ଧବୀ ମାହେକା ଶର୍ମାଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ଉଭୟ ଡିନର କରି ଫେରିବା ବେଳେ କିଛି ଫ୍ୟାନ୍ସ ଘେରି ଯାଇଥିଲେ । ହାର୍ଦ୍ଦିକଙ୍କୁ ଫଟୋ ଉଠାଇବାକୁ କହିଥିଲେ । ପ୍ରଥମେ ସେ ମାହେକାଙ୍କୁ କାର୍ ଭିତରେ ଛାଡିଦେଇ ନିଜେ ବାହାରେ କିଛି ସମୟ ଠିଆ ହୋଇରହିଥିଲେ । ପାଣ୍ଡ୍ୟା ମଧ୍ୟ କିଛି ଜଣଙ୍କ ସହ ଫଟୋ ଉଠାଇଥିଲେ । ଏହାପରେ ସେ ବହୁତ ଫଟୋ ଉଠିଗଲା କହି ଚାଲି ଯାଇଥିଲେ ।

ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ହିନ୍ଦୀରେ ଗାଳି କରିଥିଲେ । ନର୍କକୁ ଯାଅ କହିବା ସହ ଆହୁରି ମଧ୍ୟ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ପାଣ୍ଡ୍ୟା ଏହା ଶୁଣିଥିଲେ ମଧ୍ୟ କିଛି କହିନଥିଲେ । ଏ ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।ଫ୍ୟାନ୍ସମାନେ ଏପରି ଆଚରଣ ପାଇଁ ରାଗିବା ସହ ସମାଲୋଚନା କରିଛନ୍ତି । ଜଣେ କ୍ରିକେଟ୍ ଷ୍ଟାରଙ୍କୁ ଏପରି କହିବା ଠିକ୍ ନୁହେଁ ବୋଲି ସେମାନେ ମତ ଦେଉଛନ୍ତି । ଅନ୍ୟପଟେ ସବୁବେଳେ ଫଟୋ ଉଠାିବାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସୁରକ୍ଷାକୁ ନେଇ ମଧ୍ୟ ସତର୍କ ରହିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hardik Pandya | Hardik Pandya and Mahieka Surrounded by Fans, Abused for Refusing Photos | Argus News | Argus News