Hardik Pandya / ଟି-୨୦ ବିଶ୍ବକପ୍ ପୂର୍ବରୁ ପାଣ୍ଡ୍ୟାଙ୍କ ଉଗ୍ର ରୂପ, ବିଜୟ ହଜାରେ ଟ୍ରଫିରେ ହାସଲ କଲେ ଶତକ
·6 months ago·2 min read

Key Points
ଲିଷ୍ଟ ଏ କ୍ରିକେଟରେ ପ୍ରଥମ ଶତକ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୟଙ୍କର ଫର୍ମ
ବିଜୟ ହଜାରେ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟା ୧୩୩ ରନ୍

ବିଜୟ ହଜାରେ ଟ୍ରଫିରେ ଜଲଓ୍ବା ଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା । ଲିଷ୍ଟ ଏ କ୍ରିକେଟରେ ପ୍ରଥମ ଶତକ ହାସଲ କଲେ ପାଣ୍ଡ୍ୟା । ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଶନିବାର ପାଣ୍ଡ୍ୟା ବିଦର୍ଭ ବିପକ୍ଷରେ ଏକ ଧୁଆଁଧାର ଶତକ ହାସଲ କରିଛନ୍ତି । ସେ ମାତ୍ର ୬୮ ବଲ୍ରେ ଆଠଟି ଛକା ଏବଂ ଛଅଟି ଚୌକା ମାରି ଲିଷ୍ଟ ଏ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି ।
ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ୯୨ ବଲ୍ରେ ମୋଟ ୧୩୩ ରନ୍ କରିଥିଲେ । ଯେଉଁଥିରେ ୧୧ ଛକା ଏବଂ ଆଠଟି ଚୌକା ସାମିଲ ଥିଲା । ହାର୍ଦ୍ଦିକଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୪.୫୬ ଥିଲା । ଗୋଟିଏ ସମୟରେ ହାର୍ଦ୍ଦିକ ୬୨ ବଲ୍ରେ ୬୮ ରନ୍ କରି ଖେଳୁଥିଲେ । କିନ୍ତୁ ତା'ପରେ ଗୋଟିଏ ଓଭରରେ ହିଁ ସେ ଶତକ ପୂରଣ କରିଥିଲେ । ୩୯ତମ ଓଭରରେ ହାର୍ଦ୍ଦିକ ବିଦର୍ଭର ସ୍ପିନ୍ ବୋଲର ପାର୍ଥ ରେଖାଡେଙ୍କୁ ଲଗାତାର ପାଞ୍ଚଟି ଛକା ମାରିଥିଲେ ଏବଂ ଶେଷ ବଲ୍ରେ ଚୌକା ମାରି ତାଙ୍କର ଶତକ ପୂରଣ କରିଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏହି ସିରିଜ୍ ପରେ ସେ କିଛି ଦିନ ପାଇଁ ବିରତି ନେଇଥିଲେ । ଆଉ ବ୍ରେକ୍ରୁ ଫେରିବା ପରେ ଆଜିର ମ୍ୟାଚ୍ରେ ଦେଖାଇଛନ୍ତି କି ସେ ପୂରା ଫୁଲ୍ ଫର୍ମରେ ଅଛନ୍ତି । ପାଣ୍ଡ୍ୟା ୪୪ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ତା’ପରେ ମାତ୍ର ୨୪ ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏହି ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ରେ ନଜର ଆସିବେ । ୭ ନମ୍ବରରେ ବ୍ୟାଟିଂ କରୁଥିବା ପାଣ୍ଡ୍ୟାଙ୍କ ଶତକ ସ୍ପଷ୍ଟ କରିଛି ଯେ ସେ ପୁଣି ଥରେ ବଡ଼ ମଞ୍ଚରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ।

6⃣,6⃣,6⃣,6⃣,6⃣,4⃣ 🔥
— BCCI Domestic (@BCCIdomestic) January 3, 2026
A maiden List A 💯 brought up in some style 🔥
Hardik Pandya was on 66 off 62 balls against Vidarbha...and then he went berserk in the 39th over to complete his 100, smashing five sixes and a four 💪
Scorecard ▶️ https://t.co/MFFOqaBuhP#VijayHazareTrophy… pic.twitter.com/pQwvwnI7lb
ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏହି ସିରିଜ୍ ପରେ ସେ କିଛି ଦିନ ପାଇଁ ବିରତି ନେଇଥିଲେ । ଆଉ ବ୍ରେକ୍ରୁ ଫେରିବା ପରେ ଆଜିର ମ୍ୟାଚ୍ରେ ଦେଖାଇଛନ୍ତି କି ସେ ପୂରା ଫୁଲ୍ ଫର୍ମରେ ଅଛନ୍ତି । ପାଣ୍ଡ୍ୟା ୪୪ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ତା’ପରେ ମାତ୍ର ୨୪ ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏହି ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ରେ ନଜର ଆସିବେ । ୭ ନମ୍ବରରେ ବ୍ୟାଟିଂ କରୁଥିବା ପାଣ୍ଡ୍ୟାଙ୍କ ଶତକ ସ୍ପଷ୍ଟ କରିଛି ଯେ ସେ ପୁଣି ଥରେ ବଡ଼ ମଞ୍ଚରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories