Mumbai Indians New Captain / MIରେ ବଡ଼ ପରିବର୍ତ୍ତନ ! ହାର୍ଦ୍ଦିକ ଆଉ ନୁହେଁ, ରୋହିତ ବାଛିବେ ନୂଆ କ୍ୟାପ୍ଟେନ୍ !
·20 mins ago·2 min read

Key Points
ରୋହିତଙ୍କ ହାତରେ MIର କ୍ୟାପ୍ଟେନ୍ ଚୟନ !
ବୁମରାହ ନା ତିଳକ ?
କିଏ ହେବେ ନୂଆ ଅଧିନାୟକ ?
ବୁମରାହ ନା ତିଳକ ?
କିଏ ହେବେ ନୂଆ ଅଧିନାୟକ ?
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ IPLରେ ଚାଲିଥିବା ଟ୍ରେଡ୍ ଚର୍ଚ୍ଚା ମଧ୍ୟରେ ଆସିଛି ନୂଆ ଟ୍ୱିଷ୍ଟ । କେବେ CSK, ତ କେବେ KKR ସହ ହାର୍ଦ୍ଦିକଙ୍କ ନାଁ ଯୋଡ଼ାଯାଉଥିଲା । କିନ୍ତୁ ଏବେ ରିପୋର୍ଟ କହୁଛି—ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ନାହିଁ । ହେଲେ ବଦଳିପାରେ ତାଙ୍କ ଭୂମିକା । ଅଧିନାୟକ ପଦରୁ ହାର୍ଦ୍ଦିକଙ୍କୁ ହଟାଇ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦେବାକୁ ଯୋଜନା କରୁଛି କି ମୁମ୍ବାଇ ? ଆଉ ଏହି ନିଷ୍ପତ୍ତିରେ ରୋହିତ ଶର୍ମାଙ୍କର ରହିପାରେ ବଡ଼ ଭୂମିକା ।
IPLକୁ ନେଇ ଆସିଛି ବଡ଼ ଖବର । ଦୀର୍ଘଦିନ ଧରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏବେ ଏହି ପୂରା ମାମଲାରେ ଆସିଛି ନୂଆ ମୋଡ଼ । ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ଟ୍ରେଡ୍ ଡିଲ୍ ଜରିଆରେ ଅନ୍ୟ ଟିମ୍କୁ ଯିବେ ନାହିଁ । ସେ ମୁମ୍ବାଇ ଇଣ୍ଡିଆନ୍ସରେ ହିଁ ରହିବେ । ତେବେ ବଦଳିପାରେ ତାଙ୍କ ଦାୟିତ୍ୱ। ଖବର ଅନୁସାରେ, ହାର୍ଦ୍ଦିକଙ୍କ ହାତରୁ ଅଧିନାୟକତ୍ୱ ପଦ ଯାଇପାରେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ନୂଆ ଖେଳାଳିଙ୍କୁ କ୍ୟାପ୍ଟେନ୍ କରିବାକୁ ବିଚାର କରୁଛି ।
କିଏ ହେବେ MIର ନୂଆ କ୍ୟାପ୍ଟେନ୍ ?
ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ କୌଣସି ପୁରୁଣା କ୍ୟାପ୍ଟେନ୍ଙ୍କୁ ଦାୟିତ୍ୱ ଦେବାକୁ ଚାହୁଁନାହିଁ। ଅର୍ଥାତ୍ ଟିମ୍କୁ ମିଳିପାରେ ଜଣେ ନୂଆ ଅଧିନାୟକ। ପାଞ୍ଚଥର ମୁମ୍ବାଇ ଇଣ୍ଡିଆନ୍ସକୁ IPL ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମା ପୁଣିଥରେ କ୍ୟାପ୍ଟେନ୍ ହେବାକୁ ଆଗ୍ରହୀ ନଥିବା କୁହାଯାଉଛି । କିନ୍ତୁ ନୂଆ କ୍ୟାପ୍ଟେନ୍ ବାଛିବାରେ ରୋହିତଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।
ବର୍ତ୍ତମାନ ଜସପ୍ରୀତ ବୁମରାହ ଏବଂ ତିଲକ ବର୍ମାଙ୍କ ନାଁ କ୍ୟାପ୍ଟେନ୍ ରେସ୍ରେ ସବୁଠାରୁ ଆଗରେ ଥିବା କୁହାଯାଉଛି। ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ MIର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇପାରେ। ବିଶେଷ କରି ତିଳକ ବର୍ମା ଭାରତୀୟ ଟି-20 ଟିମ୍ର ଉପଅଧିନାୟକ ଥିବାରୁ ତାଙ୍କ ଦାବି ଆହୁରି ମଜବୁତ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
MIରେ ହିଁ ରହିବେ ହାର୍ଦ୍ଦିକ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍କୁ ନେଇ ଯେତେ ଚର୍ଚ୍ଚା ହେଉଥିଲା, ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେଡ୍ ଡିଲ୍ ଫାଇନାଲ୍ ହୋଇନଥିବା ରିପୋର୍ଟରେ କୁହାଯାଇଛି। KKR ସହ ହାର୍ଦ୍ଦିକଙ୍କୁ ନେଇ ଡିଲ୍ ହେବାର ଚର୍ଚ୍ଚା ଥିଲା। ଏପରିକି ତାଙ୍କ ବଦଳରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା ।
କିନ୍ତୁ IPL 2027ରେ କ୍ୟାମେରନ୍ ଗ୍ରୀନ୍ଙ୍କ ସମ୍ପୂର୍ଣ୍ଣ ଉପଲବ୍ଧତାକୁ ନେଇ ପ୍ରଶ୍ନ ରହିଛି। ୱର୍କଲୋଡ୍ ମ୍ୟାନେଜମେଣ୍ଟ କାରଣରୁ ସେ କିଛି ମ୍ୟାଚ୍ ମଧ୍ୟ ମିସ୍ କରିପାରନ୍ତି। ଅନ୍ୟପଟେ, ଚେନ୍ନାଇ ସୁପର କିଙ୍ଗ୍ସ ସହ ଆଲୋଚନା ମଧ୍ୟ ସେତେବେଳେ ଆଗକୁ ବଢ଼ିପାରେ, ଯେତେବେଳେ ଫ୍ରାଞ୍ଚାଇଜି ନିଜର ନୂଆ କୋଚ୍ ଚୟନ ପ୍ରକ୍ରିୟା ଶେଷ କରିବ।

Related Topics
Explore more stories