|
logo
Live
Argus News App
GET APP

Argus News - ଦିଲ୍ ଜିତିନେଲେ ପାଣ୍ଡ୍ୟା; ୱାଙ୍ଖଡେ ଗ୍ରାଉଣ୍ଡ ଷ୍ଟାଫଙ୍କୁ କାହିଁକି ଦେଲେ ଚେକ୍ ?

Sports

Hardik Pandya / ଦିଲ୍ ଜିତିନେଲେ ପାଣ୍ଡ୍ୟା; ୱାଙ୍ଖଡେ ଗ୍ରାଉଣ୍ଡ ଷ୍ଟାଫଙ୍କୁ କାହିଁକି ଦେଲେ ଚେକ୍ ?

Sushanta Sahoo
Browse all articles by Sushanta Sahoo
·5 days ago·2 min read
ଦିଲ୍ ଜିତିନେଲେ ପାଣ୍ଡ୍ୟା; ୱାଙ୍ଖଡେ ଗ୍ରାଉଣ୍ଡ ଷ୍ଟାଫଙ୍କୁ କାହିଁକି ଦେଲେ ଚେକ୍ ?
Pandya Wins Hearts

Key Points

୨୦୨୬ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପ୍ରସ୍ତୁତି ବେଳେ ଗ୍ରାଉଣ୍ଡଷ୍ଟାଫ ପାଣ୍ଡ୍ୟାଙ୍କୁ ବେଶ୍ ସହାୟତା କରିଥିଲେ । ଏବେ ସଫଳତା ପାଇବା ପରେ ପାଣ୍ଡ୍ୟା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଉପହାର ଭେଟି ଦେଇଛନ୍ତି ।
ମୁମ୍ବାଇ: ଭାରତୀୟ ଦଳର ମ୍ୟାଚ୍ ବିଜେତା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଯିଏ ମୈଦାନରେ ଘାତକ ବୋଲିଂ ସହ ଆକ୍ରମଣାତ୍ମକ ବ୍ଯାଟିଂ କରି କ୍ରିକେଟପ୍ରେମୀଙ୍କ ମନ ଜିତି ନିଅନ୍ତି । ଆଉ ପଡ଼ିଆ ବାହାରେ ନିଜର ବିଳାସମୟ ଜୀବନ ଯାପନ ପାଇଁ ବି ଚର୍ଚ୍ଚାରେ ରୁହନ୍ତି ।

କେବେ ମହଙ୍ଗା ଘଡ଼ିକୁ ନେଇ ତ ଆଉ କେବେ ଲକଜୁରୀ କାର୍‌କୁ ନେଇ ହାର୍ଦ୍ଦିକ ଚର୍ଚ୍ଚାକୁ ଆସନ୍ତି । କିନ୍ତୁ ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଏକ କାରଣକୁ ନେଇ ଖବରର ଶିରୋନାମାରେ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପାଣ୍ଡ୍ୟା ଏବେ କରିଥିବା କାର୍ଯ୍ୟ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛି ।

ଏଥିସହ ପଢ଼ନ୍ତୁ: IPL 2026 ଦ୍ୱିତୀୟ ପର୍ଯ୍ୟାୟ ସୂଚୀ ଘୋଷଣା କଲା BCCI...୫୦ ମ୍ୟାଚ୍‌ରେ ହେବ ଦେଶବ୍ୟାପୀ ଧମାକା

ଆଇପିଏଲ୍ ୨୦୨୬ ସଂସ୍କରଣ ଆରମ୍ଭର ଠିକ୍ ଗୋଟିଏ ଦିନ ପୂର୍ବରୁ ହାର୍ଦ୍ଦିକ ଦେଇଥିବା ପୁରୁଣା ପ୍ରତିଶ୍ରୁତି ପାଳନ କରିଛନ୍ତି । ଜିଣି ନେଇଛନ୍ତି ସମସ୍ତଙ୍କ ମନ । ୱାଙ୍ଖଡ଼େ ଷ୍ଟାଡିୟମ୍‌ର ଗ୍ରାଉଣ୍ଡ ଷ୍ଟାଫଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଚେକ୍ ବାଣ୍ଟି ସାବ୍ୟସ୍ତ କରିଛନ୍ତି ତାଙ୍କ ହୃଦୟ କେତେ ବଡ଼ ।

ମିଡିଆ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମ୍‌ର ୧୧ ଜଣ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଚେକ୍ ବାଣ୍ଟିଛନ୍ତି । ଜଣ ପିଛା ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଲକ୍ଷ ଲେଖାଏ ଚେକ୍ ଦେଇଥିବା କିଛି ରିପୋର୍ଟରେ କୁହାଯାଇଛି । ଆଉ କିଛି ରିପୋର୍ଟରେ ପାଣ୍ଡ୍ୟା ଜଣଙ୍କ ପିଛା ୧୦ ହଜାର ଟଙ୍କାର ଚେକ୍ ଦେଇଥିବା ଦାବି କରାଯାଇଛି । ସେ ଯାହା ବି ହେଉ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଚେକ୍ ଦେଇ ପ୍ରଶଂସା ସାଉଣ୍ଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ପାଣ୍ଡ୍ୟା କାହିଁକି ବାଣ୍ଟିଲେ ଚେକ୍ ?

ହାର୍ଦ୍ଦିକ ପାଣ୍ଡ୍ୟା ଏମିତିରେ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଚେକ୍ ବାଣ୍ଟି ନାହାନ୍ତି । ସୂଚନା ଅନୁସାରେ, ୨୦୨୬ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପ୍ରସ୍ତୁତି ବେଳେ ଗ୍ରାଉଣ୍ଡଷ୍ଟାଫ ପାଣ୍ଡ୍ୟାଙ୍କୁ ବେଶ୍ ସହାୟତା କରିଥିଲେ । ଏବେ ସଫଳତା ପାଇବା ପରେ ପାଣ୍ଡ୍ୟା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଉପହାର ଭେଟି ଦେଇଛନ୍ତି ।

ସେତେବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟା ୱାଙ୍ଖଡ଼େରେ ଅଭ୍ୟାସ କରୁଥିଲେ । ଫଳରେ ଗ୍ରାଉଣ୍ଡଷ୍ଟାଫଙ୍କୁ ମଧ୍ୟ ରହିବାକୁ ପଡ଼ୁଥିଲା । ସେତେବେଳେ ପାଣ୍ଡ୍ୟା କହିଥିଲେ, ଫେରିଲେ ସମସ୍ତଙ୍କୁ ଉପହାର ଦେବି । ଆଉ ଦେଇଥିବା କଥାକୁ ଏବେ ରଖିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ୟ ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: RCB ବିକ୍ରି ପରେ ଆସିଲା ବିଜୟ ମାଲ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା.... କୋହଲିଙ୍କ ବିଷୟରେ ଲେଖିଲେ ଏମିତି...

ହାର୍ଦ୍ଦିକ ଓ IPL

ଆଇପିଏଲ୍‌ ୨୦୨୬ରେ ମୁମ୍ବାଇ ଇଣ୍ଡିଆର ନେତୃତ୍ଵ ନେଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ । ମାର୍ଚ୍ଚ ୨୯ ତାରିଖରେ ୱାଙ୍ଖଡ଼େରେ ଏହି ମ୍ୟାଚ୍ ଖେଳାଯିବ । ଗତ ଆଇପିଏଲ୍ ସଂସ୍କରଣରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା, ଏବେ ମୁମ୍ବାଇ ଷଷ୍ଠ ଟ୍ରଫି ହାତେଇବାକୁ ପୁରା ଦମ୍ ଲଗାଇବାକୁ ପଣ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hardik Pandya: ଦିଲ୍ ଜିତିନେଲେ ପାଣ୍ଡ୍ୟା; ୱାଙ୍ଖଡେ ଗ୍ରାଉଣ୍ଡ ଷ୍ଟାଫଙ୍କୁ କାହିଁକି ଦେଲେ ଚେକ୍ ? | Argus News