Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Hardik Pandya Statement / ପଡ଼ିଆ ମଝିରେ ତିଲକଙ୍କ ଉପରେ କାହିଁକି ରାଗିଲେ ହାର୍ଦ୍ଦିକ ? ମ୍ୟାଚ୍‌ ପରେ କ୍ୟାପଟେନ୍‌ କଲେ ବଡ଼ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ପଡ଼ିଆ ମଝିରେ ତିଲକଙ୍କ ଉପରେ କାହିଁକି ରାଗିଲେ ହାର୍ଦ୍ଦିକ ? ମ୍ୟାଚ୍‌ ପରେ କ୍ୟାପଟେନ୍‌ କଲେ ବଡ଼ ଖୁଲାସା
Hardik Pandya

Key Points

ହାର୍ଦ୍ଦିକଙ୍କ ରାଗ ପଛର କାରଣ କ'ଣ ?
ହାର୍ଦ୍ଦିକ-ତିଲକ ଘଟଣା ଭାଇରାଲ
ମ୍ୟାଚ୍‌ ପରେ ସତ କହିଲେ ହାର୍ଦ୍ଦିକ
ଆଇପିଏଲ ୨୦୨୬ର ୩୦ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍‌ରେ ତିଲକ ବର୍ମାଙ୍କ ଧୁଆଁଧାର ଶତକ ବଳରେ ମୁମ୍ବାଇ ଗୁଜରାଟକୁ ପରାସ୍ତ କରିଥିଲା । ଏହା ସହ ଲଗାତର ୪ଟି ପରାଜୟ ପରେ ମୁମ୍ବାଇ ବିଜୟଲାଭ କରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ମାତ୍ର ୪୪ ରନ୍‌ରେ ୩ ଓ୍ବିକେଟ୍‌ ହରାଇ ବ୍ୟାକଫୁଟ୍‌ରେ ଥିବା ପରି ମନେ ହେଉଥିଲା । କିନ୍ତୁ ଏହି ସମୟରେ ବ୍ୟାଟିଂ କରିବାକୁ ତିଲକ ଆସିଥିଲେ । ଆରମ୍ଭରୁ ଧୀରେ ବ୍ୟାଟିଂ କରି ୨୨ ବଲ୍‌ରେ ମାତ୍ର ୧୯ ରନ୍ କରିଥିଲେ । ଆଉ ଏହି ସମୟରେ ଦ୍ବିତୀୟ ଟାଇମ୍‌ଆଉଟ୍‌ ହୋଇଥିଲା । ଏହି ଟାଇମ୍‌ଆଉଟ୍‌ ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତିଲକଙ୍କ ସହ କଥା ହେଉଥିବାର ଦେଖାଯାଇଥିଲା । ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ପାଣ୍ଡ୍ୟା ରାଗିଛନ୍ତି ଏବଂ ତିଲକଙ୍କୁ ଆକ୍ରମଣାତ୍ମକ ଭାବରେ କିଛି କହୁଛନ୍ତି ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ତିଲକଙ୍କ ସହ ହୋଇଥିବା କଥାବର୍ତ୍ତା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସେ ତିଲକଙ୍କୁ ଅଧିକ ଭାବିବା କିମ୍ବା ଚିନ୍ତା ନ କରିବାକୁ କହିଥିଲି । କେବଳ ବଲ୍ ଦେଖି ଜୋରରେ ମାରିବାକୁ ତିଲକଙ୍କୁ କହିଥିଲି ।'' ଏହା ତିଲକ ବର୍ମାଙ୍କ ପ୍ରଥମ IPL ଶତକ ଥିଲା । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶତକ ହାସଲ କରିବାରେ ଯୁଗ୍ମ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।



ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, "ମୁଁ ଅନୁଭବ କଲି ଯେ ତିଲକ ବର୍ମାଙ୍କ ପାଖରେ ଯେଉଁ ପ୍ରକାରର ପ୍ରତିଭା ଅଛି, ତାଙ୍କୁ ପ୍ରକୃତରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେଣୁ, ମୁଁ ତାଙ୍କୁ କହିଥିଲି, ବଲକୁ ଦେଖ ଏବଂ ଏହାକୁ ମାର । ଏବେ ତାଙ୍କ ପ୍ରତିଭା ଦେଖାଇବାର ସମୟ ଆସିଛି। ଏହା ତିଲକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା।"
୧୪ତମ ଓଭର ପରେ ତିଲକ ବର୍ମା ୨୨ ବଲରୁ ୧୯ ରନ୍ କରି ବ୍ୟାଟିଂ କରୁଥିଲେ । ସେ ତା'ପରେ ପରବର୍ତ୍ତୀ ୨୩ ବଲରେ ୮୨ ରନ୍ କରିଥିଲେ । ୪୫ ବଲରୁ ୧୦୧ ରନର ତାଙ୍କ ଇନିଂସରେ ତିଲକ ବର୍ମା ୭ ଛକା ଏବଂ ୮ ଚୌକା ମାରିଥିଲେ ।

ତିଲକ ବର୍ମା କ’ଣ କହିଲେ

ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବା ପରେ ତିଲକ ବର୍ମା କହିଥିଲେ, "ପ୍ରତିଟି ମ୍ୟାଚ୍ ଏବେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗତ ପାଞ୍ଚଟି ମ୍ୟାଚରେ ମୁଁ ପିଚ୍ ଉପରେ ଅଧିକ ସମୟ ପାଇନାହିଁ । ତେଣୁ ମୁଁ ଏହି ମ୍ୟାଚରେ ପିଚ୍ ଉପରେ ଅଧିକ ସମୟ ବିତାଇବାକୁ ଚାହୁଁଥିଲି । ପ୍ରଥମ ୨୦ ବଲ୍ ମୁ ଦେଖିକି ଖେଳୁଥିଲି । ତା’ପରେ ମୋର କ୍ଷମତା ଉପରେ ମୋର ଆତ୍ମବିଶ୍ୱାସ ଥିଲା। ମୁଁ କେବଳ ଶାନ୍ତ ରହିଲି ଏବଂ ପରିସ୍ଥିତି ଏବଂ ଦଳର ଆବଶ୍ୟକତା ଅନୁସାରେ ଖେଳିଲି''।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Why Hardik Pandya Confronted Tilak Varma? Captain Reveals Truth After Match | Argus News