Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - IPLର ସବୁଠୁ ବଡ଼ ଟ୍ରେଡ୍ ! KKRର ନୂଆ କ୍ୟାପଟେନ୍ ହେବେ କି ହାର୍ଦ୍ଦିକ ?

Sports

Hardik Pandya Trade / IPLର ସବୁଠୁ ବଡ଼ ଟ୍ରେଡ୍ ! KKRର ନୂଆ କ୍ୟାପଟେନ୍ ହେବେ କି ହାର୍ଦ୍ଦିକ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IPLର ସବୁଠୁ ବଡ଼ ଟ୍ରେଡ୍ ! KKRର ନୂଆ କ୍ୟାପଟେନ୍ ହେବେ କି ହାର୍ଦ୍ଦିକ ?
Hardik Pandya

Key Points

IPL ୨୦୨୭ରେ ବଦଳିବ ଟିମ୍
MI ଛାଡ଼ିବେ କି ହାର୍ଦ୍ଦିକ ?
KKR ଓ RR ମଧ୍ୟରେ ହାର୍ଦ୍ଦିକ ପାଇଁ ଯୁଦ୍ଧ
ନିକଟରେ ଶେଷ ହୋଇଛି ଆଇପିଏଲ ୨୦୨୬ । କିନ୍ତୁ ଏବେଠୁ ଆଇପିଏଲ ୨୦୨୭କୁ ନେଇ ସମସ୍ତ ଫ୍ରାଞ୍ଚାଇଜ୍‌ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । IPL ୨୦୨୭ ପୂର୍ବରୁ ଦଳଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଶା କରାଯାଉଛି । ମଙ୍ଗଳବାର ଆଇପିଏଲରେ ଏକ ବଡ଼ ଟ୍ରେଡ୍‌ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି । ଏହି ସମୟରେ କୁଲଦୀପ ଯାଦବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପାଇଁ ଖେଳିବେ ।

IPL ୨୦୨୭ ଆରମ୍ଭ ହେବା ପୂର୍ବରୁ ଏହାକୁ ଏକ ଟ୍ରେଡ୍‌ ପ୍ରକ୍ରିୟାର ଆରମ୍ଭ ବୋଲି କୁହାଯାଉଛି । କାହିଁକି ନା ଆଗକୁ ଅନେକ ଖେଳାଳି ଦଳ ପରିବର୍ତ୍ତନ କରିବାର ଆଶା କରାଯାଉଛି । ଏହି ଖେଳାଳି ଟ୍ରେଡ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ସବୁଠୁ ଆଗରେ ରହିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାଣ୍ଡ୍ୟାଙ୍କୁ ନେବା ପାଇଁ ଦୁଇଟି ଦଳ ଆଗରେ ରହିଛନ୍ତି ।

ରିପୋର୍ଟ ଅନୁସାରେ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ତାଙ୍କୁ IPL ୨୦୨୭ ପାଇଁ ସାଇନ୍ କରିବାକୁ ଦୌଡ଼ରେ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା କୋଲକାତାକୁ ଆସିଲେ ସେ ନିଶ୍ଚିତ ଭାବେ ରାହାଣେଙ୍କ ସ୍ଥାନରେ କ୍ୟାପଟେନ୍‌ ହେବେ । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ନୂଆ ମାଲିକାନା ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ବେଶ୍‌ ଆଗ୍ରହୀ ଅଛନ୍ତି ।

ଅଧିକ ପଢ଼ନ୍ତୁ: ଇଂଲଣ୍ଡ T20I ସିରିଜରେ ଫେଲ୍ ହେଲେ ଶେଷ…ଏହି ୩ ଭାରତୀୟ ଖେଳାଳିଙ୍କ କ୍ୟାରିଅର ଉପରେ ଝୁଲୁଛି ଖଣ୍ଡା


ହାର୍ଦ୍ଦିକ ପାଣ୍ଡ୍ୟା ଶାହରୁଖ ଖାନଙ୍କ ଦଳ କେକେଆରକୁ ଯିବାର ସମ୍ଭାବନା ଅଧିକ ରହିଛି । ଏହା ଏକ କ୍ୟାସ୍‌ ଡିଲ୍ ହୋଇପାରେ । ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଙ୍କୁ ସିଂହ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ସହ ଟ୍ରେଡ୍‌ କରାଯାଇପାରିବ ନାହିଁ । କେକେଆର ଏବଂ MI ମ୍ୟାନେଜମେଣ୍ଟ ଏହି ବିଷୟରେ ଅନେକ ଆଲୋଚନା କରିଛନ୍ତି ।
IPL ୨୦୨୨ରେ ଗୁଜରାଟ ଟାଇଟନ୍ସକୁ ବିଜୟୀ କରାଇବା ଏବଂ ୨୦୨୩ରେ ଦଳକୁ ଫାଇନାଲରେ ପହଞ୍ଚାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଦାୟିତ୍ୱ ନେବା ପରଠାରୁ MIରେ ବିଶେଷ ଉନ୍ନତି ଦେଖାଯାଇ ନାହିଁ ।

ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ୩୯ ମ୍ୟାଚ୍ ମଧ୍ୟରୁ ଦଳ କେବଳ ୧୫ଟି ମ୍ୟାଚ୍‌ରେ ବିଜୟଲାଭ କରିଥିବା ବେଳେ ୨୪ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି । ଏହାକୁ ଆଧାର କରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଭାବେ ଛାଡ଼ୁଛନ୍ତି ବୋଲି ବିବେଚନା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored