Hardik Pandya Trade / ହାର୍ଦ୍ଦିକଙ୍କୁ ନେଇ ବଡ଼ ଚର୍ଚ୍ଚା, CSK ନା KKR—କେଉଁ ଦଳକୁ ଯିବେ ଷ୍ଟାର ଅଲରାଉଣ୍ଡର ?
·2 weeks ago·2 min read

Key Points
ହାର୍ଦ୍ଦିକଙ୍କୁ ନେଇ IPLରେ ହଲଚଲ୍
କେଉଁ ଫ୍ରାଞ୍ଚାଇଜି ମାରିବ ବାଜି?
KKR ପରେ CSK ଉପରେ ସମସ୍ତଙ୍କ ନଜର
କେଉଁ ଫ୍ରାଞ୍ଚାଇଜି ମାରିବ ବାଜି?
KKR ପରେ CSK ଉପରେ ସମସ୍ତଙ୍କ ନଜର
IPL ୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହିସାବରେ ଆଶାନୁରୂପ ସଫଳତା ନମିଳିବା ପରେ ଏବେ ଦଳ ବଦଳାଇବେ କି ହାର୍ଦ୍ଦିକ ? ତାଙ୍କୁ ନିଜ ଦଳରେ ସାମିଲ କରିବାକୁ CSK ଓ KKR ମଧ୍ୟରେ ଟକ୍କର ଲାଗିଥିବା ଚର୍ଚ୍ଚା ଜୋର ଧରିଛି । ତେବେ ହାର୍ଦ୍ଦିକଙ୍କ ଆଗାମୀ ଠିକଣା କେଉଁଠି—ଚେନ୍ନାଇ ନା କୋଲକାତା ? ଏହାକୁ ନେଇ ଏବେ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସୁକତା ବଢ଼ିଛି ।
ଏହି ଚର୍ଚ୍ଚା ମଧ୍ୟରେ ଆଇପିଏଲ ଇତିହାସର ଏକ ବଡ଼ ଟ୍ରେଡ୍ ମଧ୍ୟ ଚର୍ଚ୍ଚାରେ ରହିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ଟ୍ରେଡ୍ରେ ୨୭ କୋଟି ଟଙ୍କାରେ ଋଷଭ ପନ୍ତ ପୁଣିଥରେ ତାଙ୍କ ପୁରୁଣା ଦଳ ଦିଲ୍ଲୀକୁ ଫେରିଛନ୍ତି । ଏବେ ହାର୍ଦ୍ଦିକଙ୍କୁ ନେଇ ମଧ୍ୟ ଏଭଳି ବଡ଼ ଟ୍ରେଡ୍ ହେବ କି ନାହିଁ, ତାହା ଉପରେ ନଜର ରହିଛି ।
CSK ନା KKR—ହାର୍ଦ୍ଦିକଙ୍କ ପରବର୍ତ୍ତୀ ଠିକଣା କେଉଁଠି ?
କ୍ରିକବଜ୍ର ଏକ ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କ ଟ୍ରେଡ୍ ଡିଲ୍ ଏବେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । କୋଲକାତା ନାଇଟ୍ ରାଇଡର୍ସ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ, ତାଙ୍କ ପାଇଁ କୌଣସି ବଡ଼ ଖେଳାଳିଙ୍କୁ ଛାଡ଼ିବାକୁ ଫ୍ରାଞ୍ଚାଇଜି ପ୍ରସ୍ତୁତ ନଥିବା କୁହାଯାଉଛି ।
ଅନ୍ୟପଟେ କ୍ୟାମେରନ୍ ଗ୍ରୀନ୍ଙ୍କୁ ନେଇ ମଧ୍ୟ କିଛି ସମସ୍ୟା ରହିଛି। ଅଷ୍ଟ୍ରେଲିଆର କ୍ରିକେଟ୍ ସୂଚୀକୁ ନେଇ ତାଙ୍କ ଉପଲବ୍ଧତା ଏକ ପ୍ରସଙ୍ଗ ହୋଇପାରେ। ଏହା ସହିତ ଅଜିଙ୍କ୍ୟ ରାହାଣେଙ୍କ ଅବସର ପରେ KKR ମଧ୍ୟ ନୂଆ ଅଧିନାୟକଙ୍କ ସନ୍ଧାନରେ ରହିଛି । ତେଣୁ ହାର୍ଦ୍ଦିକଙ୍କୁ ନେଇ କୋଲକାତା କେଉଁ ନିଷ୍ପତ୍ତି ନେବ, ତାହା ଦେଖିବା ରୋଚକ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର୍ଦ୍ଦିକଙ୍କୁ ନେଇ CSKର ମନୋଭାବ କ’ଣ ?
ହାର୍ଦ୍ଦିକଙ୍କୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସର ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ CSKର CEO କାଶୀ ବିଶ୍ୱନାଥନ୍ ଟ୍ରେଡ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଦଳର ପୂରା ଧ୍ୟାନ ନୂଆ ହେଡ୍ କୋଚ୍ ଖୋଜିବା ଉପରେ ରହିଛି। କୋଚ୍ ନିଯୁକ୍ତି ପରେ ହିଁ ଟ୍ରେଡ୍ ସମ୍ପର୍କରେ ଧ୍ୟାନ ଦିଆଯିବ ।
କେମିତି ରହିଛି ହାର୍ଦ୍ଦିକଙ୍କ IPL କ୍ୟାରିୟର ?
ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ IPLରେ ୧୬୨ଟି ମ୍ୟାଚ୍ ଖେଳିଛନ୍ତି। ୧୫୦ଟି ଇନିଂସରେ ବ୍ୟାଟିଂ କରି ସେ ୨୭.୮୭ ହାରାହାରି ଓ ୧୪୬.୨୮ ଷ୍ଟ୍ରାଇକ୍ ରେଟ୍ରେ ୨୯୫୫ ରନ୍ କରିଛନ୍ତି। ତାଙ୍କ ନାମରେ ୧୦ଟି ଅର୍ଦ୍ଧଶତକ ମଧ୍ୟ ରହିଛି। ବୋଲିଂରେ ମଧ୍ୟ ହାର୍ଦ୍ଦିକ ପ୍ରଭାବଶାଳୀ ରହିଛନ୍ତି। ୧୬୨ଟି ଇନିଂସରେ ସେ ୮୨ଟି ୱିକେଟ୍ ନେଇଛନ୍ତି ।

Related Topics
Explore more stories