Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ ବିଶ୍ବକପ୍ ୨୦୨୪ ପାଇଁ ଟିମ ଇଣ୍ଡିଆ ଘୋଷଣା

Jitendra Dash
Browse all articles by Jitendra Dash
·2 years ago·2 min read
ଟି-୨୦ ବିଶ୍ବକପ୍ ୨୦୨୪ ପାଇଁ ଟିମ ଇଣ୍ଡିଆ ଘୋଷଣା

ଅର୍ଗସ ବ୍ୟୁରୋ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବାକୁ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରାଯାଇଛି । ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଟ୍ରଫି ପାଇଁ ଖେଳିବ । ଦଳର ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ରହିଛନ୍ତି । ଟିମରେ ଶୁବମନ ଗିଲ୍‌ ସ୍ଥାନ ପାଇ ନାହାନ୍ତି । ତାଙ୍କ ବଦଳରେ ଯଶସ୍ବୀ ଜୈସୱାଲଙ୍କୁ ସ୍ଥାନ ମିଳିଛି । ଖରାପ ଫର୍ମ ସତ୍ତ୍ବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ଉପ ଅଧିନାୟକ ଭାବେ ରଖାଯାଇଛି । ପାଣ୍ଡ୍ୟାଙ୍କ ବ୍ୟତୀତ ସ୍କ୍ବାଡରେ ଅଲରାଣ୍ଡର ଭାବେ ଶିବମ ଦୁବେଙ୍କୁ ମଧ୍ୟ ସ୍ଥାନ ମିଳିଛି । ସେ ଆଇପିଏଲରେ ଚେନ୍ନାଇ ଜବରଦସ୍ତ ପ୍ରଦର୍ଶନ କରି ଚାଲିଛନ୍ତି । 

ସେହିପରି କାର ଦୁର୍ଘଟଣାରେ ଆହତ ହୋଇ ୧୮ ମାସ ପରେ ଆଇପିଏଲ ଖେଳିବାକୁ ଫିଟ୍ ହୋଇଥିବା ଋଷଭ ପନ୍ତଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି । ଦ୍ବିତୀୟ ୱିକେଟ କପିର ଭାବେ ସଞ୍ଜୁ ସାମସନଙ୍କୁ ଦଳରେ ରଖାଯାଇଛି । ତେବେ ଶ୍ରେୟସ ଆୟର ଓ ଇସାନ କିଷାନଙ୍କୁ ଟିମରେ ସ୍ଥାନ ମିଳିନାହିଁ । ଭଲ ପ୍ରଦର୍ଶନ ସତ୍ତ୍ବେ କେଏଲ ରାହୁଲଙ୍କୁ ସ୍କ୍ବାଡରେ ରଖାଯାଇ ନାହିଁ । ସେ ରିଜର୍ଭ ଖେଳାଳି ତାଲିକାରେ ମଧ୍ୟ ନାହାନ୍ତି । ରିଙ୍କୁ ସିଂହ ଓ ଶୁବମନ ଗିଲ୍‌ ମୁଖ୍ୟ ସ୍କ୍ବାଡରେ ନଥିଲେ ମଧ୍ୟ ଦଳ ସହ ୱେଷ୍ଟଇଣ୍ଡିଜ ଗସ୍ତ କରିବେ । ଏମାନଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି । ଖଲୀଳ ଅହମଦ ଓ ଆବେଶ ଖାନ ମଧ୍ୟ ରିଜର୍ଭ ଖେଳାଳି ତାଲିକାରେ ଅଛନ୍ତି । 

ସ୍ପିନ ବୋଲିଂ ଆଟାକରେ ଭାରତର ମଙ୍ଗ ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦର ଚହଲ, ଅକ୍ଷର ପଟେଲ ଓ କୁଲଦୀପଙ୍କ ଉପରେ ରହିବ । ରବି ବିଷ୍ଣୋଇଙ୍କୁ ବିସିସିଆଇ ୧୫ ଜଣିଆ ସ୍କ୍ବାଡରେ ସ୍ଥାନ ଦେଇନାହିଁ । ଦ୍ରୁତ ବୋଲିଂର କମାଣ ଯଶପ୍ରୀତ ବୁମ୍ରା ସମ୍ଭାଳିବେ । ତାଙ୍କୁ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ସାଥ ଦେବେ ।  ୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ । ବିଶ୍ବକପର ସବୁଠାରୁ ବଡ଼ ମ୍ୟାଚ୍‌ ଜୁନ ୯ରେ ଖେଳାଯିବ । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଖେଳ ଖବର

ଟି-୨୦ ବିଶ୍ବକପର ଗ୍ରୁପ ଏ’ରେ ଭାରତ ରହିଛି । ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି । ଭାରତ ତା’ର ବିଶ୍ବକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ । ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍‌ କାନାଡା ବିପକ୍ଷରେ ଖେଳିବ । ଟି-୨୦ ବିଶ୍ବକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ । ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ । 

Sponsored
Hardik Pandya vice-captain, no KL Rahul in India's T20 World Cup 2024 squad | Argus News