Haris Rauf / ଅସୀମ ମୁନିରଙ୍କ ଭଳି ହାରିସ୍ ରୈଫଙ୍କୁ ବି କରିଦିଅ ଫିଲ୍ଡ ମାର୍ଶାଲ...

Key Points
ଫାଇନାଲରେ ହାରିଗଲା ପାକିସ୍ତାନ । ଆଉ ଏହା ପରେ ହାରିସ୍ ରୈଫଙ୍କର ହେଲା ପ୍ରବଳ ଟ୍ରୋଲ୍ । କେହି କହିଲେ...
ଏସିଆ କପ୍ ଫାଇନାଲରେ ପାକିସ୍ତାନର ଶୋଚନୀୟ ପରାଜୟ । ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ପାକିସ୍ତାନ ଦ୍ରୁତ ବୋଲର ହାରିସ୍ ରୈଫଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା । ତେବେ ଭାରତର ବିଜୟ ପରେ ଟିମ୍ ଇଣ୍ଡିଆ ବିରୁଦ୍ଧରେ ଅନାବଶ୍ୟକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ପାକିସ୍ତାନୀ ବୋଲର ହାରିସ୍ ରୈଫଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଇଛି । କେବଳ ଭାରତ ନୁହେଁ ପାକସ୍ତାନୀ ଲୋକ ମଧ୍ୟ ରୈଫଙ୍କୁ ଅନଲାଇନରେ ପ୍ରବଳ ଟ୍ରୋଲ୍ କରିଛନ୍ତି ।
ଏସିଆ କପ୍ ଫାଇନାଲରେ ବିଜୟ ଲାଭ କରିବାକୁ ଭାରତକୁ ଶେଷ ଓଭରରେ ୧୦ ରନ ଆବଶ୍ୟକ ଥିଲା । ଆଉ ଶେଷ ଓଭରର ବୋଲିଂ କରିବାକୁ ଆସିଥିଲେ ହାରିସ ରୈଫ । ତେବେ ତିଲକ ବର୍ମା ରୈଫଙ୍କ ଦ୍ୱିତୀୟ ବଲରେ ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ତେବେ ଏହି ମ୍ୟାଚରେ ହାରିସ ୩.୪ ଓଭରରେ କୌଣସି ୱିକେଟ ନ ନେଇ ୫୦ ରନ୍ ଦେଇଥିଲେ । ରୈଫଙ୍କ ଏହି ସ୍ପେଲ୍ ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ମ୍ୟାଚକୁ ସହଜରେ ଜିତି ନେଇଥିଲା ।
ଅଧିକ ପଢ଼ନ୍ତୁ: ପାକିସ୍ତାନ ଟିମର ଆତଙ୍କବାଦୀ ପ୍ରେମ ! ମସୁଦ ଆଝାହାର ପରିବାରକୁ କରିବେ ଆର୍ଥିକ ସହାୟତା
📱 Get Argus News App
✨କେବଳ ଫାଇନାଲ ପରାଜୟ ନୁହେଁ ବରଂ ହାରିସ ରୌଫଙ୍କ ଅତୀତର ଆଚରଣ ସମାଲୋଚନାକୁ ତୀବ୍ର କରିଥିଲା । ସୁପର-୪ ପର୍ଯ୍ୟାୟରେ ସେ ଭାରତୀୟ ପ୍ରଶଂସକ ଆଡକୁ ବିମାନ ପଡ଼ିଯିବାର ଇଙ୍ଗିତ କରିଥିଲେ। ଏହି କାର୍ଯ୍ୟ ପାଇଁ ତାଙ୍କୁ ତାଙ୍କ ମ୍ୟାଚ୍ ଫି'ର ୩୦% ଜରିମାନା କରାଯାଇଥିଲା ।
ତେବେ ଫାଇନାଲରେ ତାଙ୍କର ଖରାପ ପ୍ରଦର୍ଶନ ପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଭାରତ ଏବଂ ପାକିସ୍ତାନ ଉଭୟ ଦେଶର ପ୍ରଶଂସକ ତାଙ୍କୁ ତାଙ୍କ ବୋଲିଂ ଏବଂ ଔଦ୍ଧତ କାର୍ଯ୍ୟ ପାଇଁ ଟ୍ରୋଲ୍ କରିଥିଲେ ।
🚨 BREAKING NEWS 🚨
— muffatball vikrant (@Vikrant_1589) March 13, 2025
Haris Rauf appointed as Security Guard of Lahore Cricket Stadium. pic.twitter.com/w8Rxt8kIbz
ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ ହାରିସ ରୈଫଙ୍କୁ ଲାହୋର କ୍ରିକେଟ ଷ୍ଟାଡିୟମରେ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି କରାଯାଇଛି ।
ସେହିପରି ଅନ୍ୟଜଣେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଫିଲ୍ଡ ମାର୍ଶାଲ ପ୍ରମୋସନ ଡ୍ରାମାକୁ ମନେ ପକାଇଥିଲେ । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଏସିଆ କପ୍ ଫାଇନାଲ ପରେ ହାରିସ୍ ରୌଫଙ୍କୁ ଫିଲ୍ଡ ମାର୍ଶାଲ ପଦରେ ପଦୋନ୍ନତି ଦିଆଯିବା ଉଚିତ୍ ।
Haris Rauf promoted as a Super Field Marshal in Pakistan 🇵🇰 overnight. #INDvsPAK #AsiaCupT20 #AsiaCup2025 #PAKvsIND #Pakistan pic.twitter.com/5zbziUix4P
— Raj Malhotra (@Rajmalhotrachd) September 28, 2025
କାହିଁକି ନା ଅପରେସନ୍ ସିନ୍ଦୂର ଭାରତ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ପାକିସ୍ତାନର ୯ଟି ଏୟାରବେସ୍ ଉପରେ ଭାରତ ଆକ୍ରମଣ କରିଥିଲା । କିନ୍ତୁ ଏତେ ସବୁ ପରେ ପାକିସ୍ତାନ ନିଜର ବିଜୟ ହୋଇଛି ବୋଲି ଡିଣ୍ଡିମ ପିଟିଥିଲା । ଏମିତିକି ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଫିଲ୍ଡ ମାର୍ଶାଲ ପଦରେ ପଦୋନ୍ନତି କରିଥିଲା । ଆଉ ପାକିସ୍ତାନ ଏସିଆ କପରେ ହାରିବା ପରେ ହାରିସ୍ ରୈଫଙ୍କୁ ବି ଫିଲ୍ଡ ମାର୍ଶାଲ କରିବାକୁ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ।
Related Topics
Explore more stories