Harmanpreet Captaincy Record / ହରମନପ୍ରୀତ ଟପ୍ରେ, ଧୋନି-ବିରାଟ-ରୋହିତ ବହୁ ପଛରେ ! ଏହି ରେକର୍ଡ ଦେଖି ହେବେ ଆଶ୍ଚର୍ଯ୍ୟ
·1 hour ago·2 min read

Key Points
ହରମନପ୍ରୀତଙ୍କ ବଡ଼ ରେକର୍ଡ
ଧୋନି-ବିରାଟ-ରୋହିତ ବି ପଛରେ !
୯୨ ବିଜୟ ସହ ହରମନପ୍ରୀତ ଟପ୍ରେ
ଧୋନି-ବିରାଟ-ରୋହିତ ବି ପଛରେ !
୯୨ ବିଜୟ ସହ ହରମନପ୍ରୀତ ଟପ୍ରେ
ଅଧିନାୟକ ପଦ ଛାଡ଼ିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ମହିଳା କ୍ରିକେଟର ହରମନପ୍ରୀତ କୌର । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଧିନାୟକ ପଦ ଛାଡ଼ିବା ସମୟରେ ଏମିତି ଏକ ରେକର୍ଡ ତାଙ୍କ ନାମରେ ରହିଛି, ଯେଉଁଠି ରୋହିତ ଶର୍ମା, ଏମ୍ଏସ୍ ଧୋନି ଓ ବିରାଟ କୋହଲି ମଧ୍ୟ ପଛରେ ପଡ଼ିଛନ୍ତି । ଟି-୨୦ରେ ଭାରତ ପାଇଁ ୯୨ଟି ବିଜୟ ସହ ହରମନପ୍ରୀତ ହୋଇଛନ୍ତି ଦେଶର ସବୁଠାରୁ ଅଧିକ ମ୍ୟାଚ୍ ଜିତିଥିବା ଅଧିନାୟକ ।
ଟିମ୍ ଇଣ୍ଡିଆର ଷ୍ଟାର୍ ମହିଳା କ୍ରିକେଟର ହରମନପ୍ରୀତ କୌର ଅଧିନାୟକ ପଦ ଛାଡ଼ିଛନ୍ତି । ଟି-୨୦ କ୍ରିକେଟ୍ ଇତିହାସରେ ଭାରତର ସବୁଠାରୁ ଅଧିକ ମ୍ୟାଚ୍ ଜିତିଥିବା ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।
ଅଧିନାୟକ ଭାବେ ହରମନପ୍ରୀତଙ୍କ ଟି-୨୦ ରେକର୍ଡ ଉଲ୍ଲେଖନୀୟ । ସେ ଭାରତୀୟ ମହିଳା ଦଳକୁ ୧୫୫ଟି ଟି-୨୦ ମ୍ୟାଚ୍ରେ ନେତୃତ୍ୱ ଦେଇଛନ୍ତି । ଏଥିରୁ ଭାରତ ୯୨ଟି ମ୍ୟାଚ୍ ଜିତିଥିବା ବେଳେ ୫୭ଟିରେ ପରାଜୟ ହୋଇଛି । ଅର୍ଥାତ୍ ତାଙ୍କ ଅଧିନାୟକତ୍ୱରେ ଭାରତର ଟି-୨୦ ବିଜୟ ହାର ୬୧.୬୬ ପ୍ରତିଶତ ରହିଛି ।
ଧୋନି, ବିରାଟ ଓ ରୋହିତଙ୍କଠାରୁ ଆଗରେ
ଭାରତୀୟ ଅଧିନାୟକଙ୍କ ଟି-୨୦ ରେକର୍ଡକୁ ଦେଖିଲେ ହରମନପ୍ରୀତଙ୍କ ୯୨ଟି ବିଜୟ ରହିଛି । ପୁରୁଷ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୪୯ଟି ଟି-୨୦ ମ୍ୟାଚ୍ ଜିତିଛି । ଏମ୍ଏସ୍ ଧୋନିଙ୍କ ନେତୃତ୍ୱରେ ଭାରତ ୪୧ଟି ଟି-୨୦ ବିଜୟ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୪୦ଟି ବିଜୟ ରହିଛି । ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୩୦ଟି ଟି-୨୦ ମ୍ୟାଚ୍ ଜିତିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହରମନପ୍ରୀତଙ୍କ ନାମରେ ଅନେକ ବଡ଼ ସଫଳତା
ଅଧିନାୟକ ଭାବେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଏକାଧିକ ବଡ଼ ସଫଳତା ହାସଲ କରିଛି । ଏସିଆନ୍ ଗେମ୍ସରେ ଭାରତ ୨୦୨୨ ଓ ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଛି । ଏହାସହ ଟିମ୍ ଇଣ୍ଡିଆ ତାଙ୍କ ନେତୃତ୍ୱରେ ୨୦୧୨, ୨୦୧୬, ୨୦୨୨ ଓ ୨୦୨୬ରେ ମହିଳା ଏସିଆ କପ୍ ଜିତିଛି । ଏମିତିକି ୨୦୨୫ରେ ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ମଧ୍ୟ ହରମନପ୍ରୀତଙ୍କ ନେତୃତ୍ବରେ ଜିତିଛି । ହରମନପ୍ରୀତଙ୍କ ଅଧିନାୟକତ୍ୱ ଯୁଗ ଏବେ ଶେଷ ହୋଇଥିବା ବେଳେ, ଟିମ୍ ଇଣ୍ଡିଆର ଆଗାମୀ ନେତୃତ୍ୱକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Related Topics
Explore more stories