Videos
|
Sports

Gautam Gambhir / ଗମ୍ଭୀରଙ୍କୁ କଟାକ୍ଷ କଲେ ହର୍ଷା, କହିଲେ ତୁମେ କୋଚ୍‌ CEO ଭାବିବା ବନ୍ଦ କର...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଗମ୍ଭୀରଙ୍କୁ କଟାକ୍ଷ କଲେ ହର୍ଷା, କହିଲେ ତୁମେ କୋଚ୍‌ CEO ଭାବିବା ବନ୍ଦ କର...
Gautam Gambhir

Key Points

ଗମ୍ଭୀରଙ୍କୁ କଟାକ୍ଷ କଲେ ହର୍ଷା
ହର୍ଷା କହିଲେ, 'ଗମ୍ଭୀର ଜଣେ କୋଚ୍, ନିଜକୁ ସିଇଓ ଭାବିବା ବନ୍ଦ କରନ୍ତୁ'

ଗୌତମ ଗମ୍ଭୀରଙ୍କୁ ନେଇ ବଡ଼ କଥା କହିଦେଲେ ବରିଷ୍ଠ କ୍ରିକେଟ୍ ଭାଷ୍ୟକାର ହର୍ଷା ଭୋଗଲେ। ସେ ସିଧା ସିଧା ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ, ନିଜକୁ ସିଇଓ ଭାବିବା ବନ୍ଦ କରନ୍ତୁ ଗମ୍ଭୀର। ହେଲେ ଏମିତି କାହିଁକି କହିଲେ ହର୍ଷା ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି। ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେଲା ପରେ ଗୌତମ ଗମ୍ଭୀରଙ୍କ ପିଛା ଛାଡୁନି ବିବାଦ । ଅନେକ ପ୍ରସଙ୍ଗରେ ସେ ଟାର୍ଗେଟରେ ରହୁଛନ୍ତି । ତାଙ୍କ ଅଧିନରେ ଭାରତ ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆ କପ୍ ଚାମ୍ପିଅନ୍ ହୋଇଛି । ତଥାପି ସମସ୍ତ କ୍ରେଡିଟ୍ ପୂର୍ବତନ କୋଚ୍ ରାହୁଲ ଡ୍ରାବିଡଙ୍କୁ ଦିଆଯାଇଥିଲା । ଏବେ ବରିଷ୍ଠ କ୍ରିକେଟ୍ ଭାଷ୍ୟକାର ହର୍ଷା ଭୋଗଲେ ଗମ୍ଭୀରଙ୍କ କାର୍ଯ୍ୟକୁ ନେଇ କଟାକ୍ଷ କରିଛନ୍ତି ।

ହର୍ଷା କହିଛନ୍ତି ଯେ, ଗମ୍ଭୀର ନିଜକୁ ସିଇଓ ନଭାବିବା ଦରକାର । ସେ କେବଳ ଜଣେ ପରାମର୍ଶଦାତା ଭାବେ କାମ କରିବା ଉଚିତ୍ । ଦଳର ଅଧିନାୟକ ହେଉଛନ୍ତି ସିଇଓ । କୋଚ୍ ଦଳକୁ ନିଜେ ପରିଚାଳନା କରିବାଠୁ ଦୂରରେ ରହିଲେ ଭଲ ହେବ । ସେ ଆହୁରି କହିଛନ୍ତି ଯେ, ଆଜିକାଲି ଟି20ର କ୍ରେଜ୍ ବଢୁଛି । ଅନେକ ସ୍ଥାନରେ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳ ହେଉଛି । କ୍ରିକେଟରମାନେ ଭଲ ଖେଳୁଛନ୍ତି । କିନ୍ତୁ କୋଚଙ୍କ ପାଇଁ ମ୍ୟାଚର ଦୁଇ ଦିନ ପୂର୍ବରୁ ସେମାନଙ୍କୁ ଦଳରୁ ବାହାର କରିଦିଆଯାଇଛି । ଏସବୁ ଉପରେ କ୍ୟାପ୍ଟେନ୍ ହିଁ ରୋକ୍ ଲଗାଇପାରିବେ । କୋଚଙ୍କ ମନମାନୀ ସଦାବେଳେ ଚାଲିବ ନାହିଁ । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଛି ଭାରତ । କେହି କେହି ସେ ଟିମ୍ ଇଣ୍ଡିଆକୁ ନିଜ ଅଧିନରେ ରଖିବାକୁ ଚାହୁଁଥିବା କହୁଛନ୍ତି । ଆଉ କେହି କେହି ଗମ୍ଭୀରଙ୍କୁ ଏକଛତ୍ରବାଦୀ ବୋଲି କହିଲେଣି ।

ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସହ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଏହା ପୂର୍ବରୁ ଆପଣ ଦେଖିଥିବେ ଯେ, ଭାରତୀୟ ଟିମ ସାଉଥ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚରେ ୫୧ ରନରେ ଲଜ୍ଜାଜନକ ପରାସ୍ତ ହୋଇଥିଲା। ମାତ୍ର ଏହାରି ଭିତରେ ଅର୍ଶଦୀପ ସିଂ ଗୋଟିଏ ଓଭରରେ 13ଟି ବଲ ପକାଇ ଏକ ଲଜ୍ଜାଜନକ ରେକର୍ଡ ହାସିଲ କରିଥିଲେ। ଯାହାକୁ ନେଇ ଗମ୍ଭୀର ତାଙ୍କ ଉପରେ ରାଗିଥିଲେ।

ଏହାସହ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କିଏ ବା ନଜାଣିଛି । ଏକଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ପ୍ରଥମେ ଅଜିତ ଅଗରକରଙ୍କୁ ଦୁହିଁଙ୍କ ଭିତରେ ଥିବା ସମସ୍ୟା ସମାଧାନ ଓ ବୁଝାମଣା ପାଇଁ BCCI ଦାୟିତ୍ୱ ଦେଇଥିଲା । କିନ୍ତୁ ସେଥିରେ ସେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଏଭଳି ଅନେକ ସମସ୍ୟା ରହିଛି।

ସେପଟେ କିନ୍ତୁ ହର୍ଷା ଆହୁରି କହିଛନ୍ତି ଯେ, କ୍ୟାପ୍ଟେନ୍ ଥାଇ ମଧ୍ୟ ଗମ୍ଭୀର ବ୍ୟାଟିଂ ଅର୍ଡର ବଦଳାଉଛନ୍ତି । ଏହା ଠିକକି ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ନିକଟରେ ଗୌତମ ଗମ୍ଭୀର ଫ୍ଲୋଟିଂ ବ୍ୟାଟିଂ ଅର୍ଡର ବା ଅର୍ଡରରେ ନିୟମିତ ପରିବର୍ତ୍ତନ ବାବଦରେ କହିଥିଲେ । ଏହା ଦଳକୁ ସବୁ ପରିସ୍ଥିତିରେ ଲଢିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ । ହର୍ଷାଙ୍କ ଏଭଳି ବୟାନ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଟିମର କୋଚ୍‌ ଗୌତମ ଜମ୍ଭୀର ମୁହଁ ଖୋଲିନଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Gautam Gambhir | Harsha Bhogle Takes Dig at Gautam Gambhir, Says “Stop Thinking Like a CEO” | Argus News | Argus News