India vs Australia / ସିଡନୀରେ ଚମକିଲେ ହର୍ଷିତ ରାଣା, ଅଷ୍ଟ୍ରେଲିଆକୁ ୨୩୬ ରନ୍ରେ ରୋକିଲା ଭାରତ
·8 months ago·2 min read

Key Points
ସିଡ୍ନୀ ଦିନିକିଆରେ ଭାରତ ଆଗରେ ୨୩୭ ରନ୍ ଟାର୍ଗେଟ୍
୪୬.୪ ଓଭରରେ ୨୩୬ ରନ୍ କରି ଅଷ୍ଟ୍ରେଲିଆ ଅଲ୍ଆଉଟ୍
ହର୍ଷିତ ରାଣାଙ୍କୁ ସର୍ବାଧିକ ୪ ଓ ୱାଂଶିଟନ୍ ସୁନ୍ଦରଙ୍କୁ ୨ଟି ୱିକେଟ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ସିଡନୀରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଆଉ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୩୬ ରନ୍ କରି କଙ୍ଗାରୁ ଦଳ ଅଲଆଉଟ୍ ହୋଇଛି । ଯାହାଫଳରେ ଭାରତକୁ ଏହି ମ୍ୟାଚ୍କୁ ଜିତିବାକୁ ୨୩୭ ରନ୍ର ଟାର୍ଗେଟ୍ ମିଳିଛି ।
ସିଡନୀରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶୁବମନ ଗିଲ୍ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଛଅ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ଆଉ ସମସ୍ତ ବୋଲର ମଧ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ । ବିଶେଷ କରି ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଟିମ୍ ଇଣ୍ଡିଆର ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କୁ ୨୩୬ ରନ୍ରେ ସୀମିତ ରଖିଥିଲେ ।
ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ୍ ରେନସୋ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଅଧିନାୟକ ମିଚେଲ ମାର୍ଶ ୪୧ ରନ୍ କରିଥିଲେ । ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଭାରତକୁ ୨୩୭ ରନ୍ ଆବଶ୍ୟକ ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍ ହାରି ଶୃଙ୍ଖଳା ହାତଛଡ଼ା କରିସାରିଛି। ଶୃଙ୍ଖଳାର ତୃତୀୟ ଦିନିକିଆ ଆଜି ଖେଳାଯାଉଛି। ଏହି ମ୍ୟାଚ୍ ଜିତି ଶୁବମନ ଗିଲ୍ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ଏହି ମ୍ୟାଚ୍ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।
ପ୍ରଥମ ଦୁଇ ମ୍ୟାଚ୍ରେ ଭାରତୀୟ ଶୀର୍ଷ କ୍ରମ ଜୋସ୍ ହାଜେଲ୍ଉଡ୍ଙ୍କ ବିପକ୍ଷରେ ଖେଳିବାରେ ବିଫଳ ହୋଇଛନ୍ତି। ପର୍ଥ ପରି ଆଡିଲେଡ୍ରେ ମଧ୍ୟ ଅଧିନାୟକ ଶୁବମନ ଓ ବିରାଟ କୋହଲିଙ୍କ ୱିକେଟ୍ ଶୀଘ୍ର ହରାଇଥିଲା ଭାରତ। କୋହଲି ନିଜ ଦିନିକିଆ ଜୀବନରେ ପ୍ରଥମ ଥର ଲାଗି ଲଗାତାର ଦ୍ବିତୀୟ ଥର ଶୂନରେ ଆଉଟ ହୋଇଥିଲେ । କିନ୍ତୁ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍ରେ ୭୩ ରନ୍ର ପାଳି ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ।
Innings Break!
— BCCI (@BCCI) October 25, 2025
A clinical bowling display from #TeamIndia as Australia are bundled out for 236 runs in the 3rd ODI.
Harshit Rana is the pick of bowlers with 4 wickets to his name.
Scorecard - https://t.co/nnAXESYYUk #TeamIndia #AUSvIND #3rdODI pic.twitter.com/HNAkdZYMQe
ସିଡନୀରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶୁବମନ ଗିଲ୍ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଛଅ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ଆଉ ସମସ୍ତ ବୋଲର ମଧ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ । ବିଶେଷ କରି ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଟିମ୍ ଇଣ୍ଡିଆର ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କୁ ୨୩୬ ରନ୍ରେ ସୀମିତ ରଖିଥିଲେ ।
ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ଶେଷ ହେବ ଭାରତୀୟ ସୁପରଷ୍ଟାରଙ୍କ କାହାଣୀ! ଜଣେ ଥିଲେ ରୋହିତ...ଜଣେ ଥିଲେ କୋହଲି
ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ୍ ରେନସୋ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଅଧିନାୟକ ମିଚେଲ ମାର୍ଶ ୪୧ ରନ୍ କରିଥିଲେ । ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଭାରତକୁ ୨୩୭ ରନ୍ ଆବଶ୍ୟକ ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଦୁଇ ଏକଦିବସୀୟ ମ୍ୟାଚ୍ ହାରି ଶୃଙ୍ଖଳା ହାତଛଡ଼ା କରିସାରିଛି। ଶୃଙ୍ଖଳାର ତୃତୀୟ ଦିନିକିଆ ଆଜି ଖେଳାଯାଉଛି। ଏହି ମ୍ୟାଚ୍ ଜିତି ଶୁବମନ ଗିଲ୍ଙ୍କ ଦଳ ସମ୍ମାନ ରକ୍ଷା ଆଶାରେ ରହିବ। ଅନ୍ୟପକ୍ଷରେ ମିଚେଲ୍ ମାର୍ସଙ୍କ ଦଳ ୩-୦ ଐତିହାସିକ ସଫଳତା ଲକ୍ଷ୍ୟରେ ରହିଛି। ଏହି ମ୍ୟାଚ୍ ଜିତିଲେ ଭାରତ ବିପକ୍ଷରେ ପ୍ରଥମ ଥର ଲାଗି ଦିନିକିଆ ଶୃଙ୍ଖଳା ମୂଳପୋଛ କରିବ ଅଷ୍ଟ୍ରେଲିଆ।
ପ୍ରଥମ ଦୁଇ ମ୍ୟାଚ୍ରେ ଭାରତୀୟ ଶୀର୍ଷ କ୍ରମ ଜୋସ୍ ହାଜେଲ୍ଉଡ୍ଙ୍କ ବିପକ୍ଷରେ ଖେଳିବାରେ ବିଫଳ ହୋଇଛନ୍ତି। ପର୍ଥ ପରି ଆଡିଲେଡ୍ରେ ମଧ୍ୟ ଅଧିନାୟକ ଶୁବମନ ଓ ବିରାଟ କୋହଲିଙ୍କ ୱିକେଟ୍ ଶୀଘ୍ର ହରାଇଥିଲା ଭାରତ। କୋହଲି ନିଜ ଦିନିକିଆ ଜୀବନରେ ପ୍ରଥମ ଥର ଲାଗି ଲଗାତାର ଦ୍ବିତୀୟ ଥର ଶୂନରେ ଆଉଟ ହୋଇଥିଲେ । କିନ୍ତୁ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍ରେ ୭୩ ରନ୍ର ପାଳି ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories