Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Harshit Rana / ଦିନିକିଆରେ ଭାରତର ନମ୍ବର-୧ ବୋଲର ହର୍ଷିତ ରାଣା, ଜାଡେଜା-କୁଲଦୀପଙ୍କୁ ପକାଇଲେ ପଛରେ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଦିନିକିଆରେ ଭାରତର ନମ୍ବର-୧ ବୋଲର ହର୍ଷିତ ରାଣା, ଜାଡେଜା-କୁଲଦୀପଙ୍କୁ ପକାଇଲେ ପଛରେ
Harshit Rana

Key Points

ODIରେ ସବୁଠାରୁ ସଫଳ ହର୍ଷିତ
୧୪ ODIରେ ୨୬ ୱିକେଟ୍
କୁଲଦୀପ–ଜାଡେଜାଙ୍କୁ ପକାଇଲେ ପଛରେ
ଦିନିକିଆ କ୍ରିକେଟରେ ଭାରତର ସବୁଠାରୁ ସଫଳ ବୋଲର ଭାବେ ପ୍ରମାଣିତ ହେଉଛନ୍ତି ହର୍ଷିତ ରାଣା । ଏହି ୨୪ ବର୍ଷୀୟ ଯୁବ ଦ୍ରୁତ ବୋଲର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରକୃତରେ ହର୍ଷିତ ୨୦୨୫ ମସିହା ପରଠାରୁ ଦିନିକିଆରେ ଭାରତର ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ତିନୋଟି ମ୍ୟାଚ୍‌ ୬ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

ସବୁଠାରୁ ସଫଳ ହର୍ଷିତ, ୨୦୨୫ ପରଠାରୁ ସର୍ବାଧିକ ୱିକେଟ୍

ହର୍ଷିତ ରାଣା ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଦିନିକିଆ ଖେଳିଥିଲେ। ତାଙ୍କର ଡେବ୍ୟୁ ପରଠାରୁ ସେ ୧୪ ଦିନିକିଆ ଇନିଂସରେ ୨୬ ୱିକେଟ୍ ନେଇଛନ୍ତି । ଯାହା ଭାରତ ପାଇଁ ସର୍ବାଧିକ । ଯଦିଓ ସେ ଏପର୍ଯ୍ୟନ୍ତ ଗୋଟିଏ ଇନିଂସରେ ପାଞ୍ଚ ୱିକେଟ୍ ହାସଲ କରିନାହାଁନ୍ତି । କିନ୍ତୁ ତାଙ୍କର ନିରନ୍ତର ୱିକେଟ୍ ନେବା ତାଙ୍କୁ ତାଲିକାର ଶୀର୍ଷରେ ରଖିଛି ।

ଅଧିକ ପଢ଼ନ୍ତୁ: ଗୁରୁ ଗମ୍ଭୀରଙ୍କ ଗଣତି ଗଡ଼ବଡ଼, ଟି-୨୦ରେ ପାସ୍‌...ODI ଓ ଟେଷ୍ଟରେ ଫେଲ୍‌ ଟିମ୍‌ ଇଣ୍ଡିଆ


ସେହିପରି କୁଲଦୀପ ଯାଦବ ୨୦୨୫ ପରଠାରୁ ଦିନିକିଆରେ ଭାରତୀୟ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ୧୩ ଇନିଂସରେ ୨୧ ଓ୍ବିକେଟ୍‌ ନେଇଛନ୍ତି । ସେହିପରି ରବିନ୍ଦ୍ର ଜାଡେଜା ୧୨ ଓ୍ବିକେଟ୍‌ ନେଇ ତୃତୀୟ ସ୍ଥାନରେ ଅଛନ୍ତି ।

୨୦୨୫ରୁ ଦିନିିକିଆ କ୍ରିକେଟ୍‌ରେ ସର୍ବାଧିକ ଓ୍ବିକେଟ୍‌ ନେଇଥିବା ଭାରତୀୟ ବୋଲର 

୨୬ ୱିକେଟ୍ - ହର୍ଷିତ ରାଣା
୨୧ ୱିକେଟ୍ - କୁଲଦୀପ ଯାଦବ
୧୨ ୱିକେଟ୍ - ରବିନ୍ଦ୍ର ଜାଡେଜା

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ICCର ଅଲଟିମେଟମ୍‌, ଭାରତରେ ଖେଳ ନହେଲେ ବିଶ୍ବକପ୍‌ରୁ ବାହାର !


ହର୍ଷିତ ରାଣା ୧୪୦ କିଲୋମିଟର୍ ଘଣ୍ଟାରୁ ଅଧିକ ବେଗରେ ବୋଲିଂ କରିବାରେ ସକ୍ଷମ । ସେ ଏପର୍ଯ୍ୟନ୍ତ ୧୪ଟି ଦିନିକିଆ ଖେଳିଛନ୍ତି ଏବଂ କେବଳ ଦୁଇଥର ସେ ୱିକେଟ୍ ନେବାରେ ବିଫଳ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ଯେ ହର୍ଷିତ ତାଙ୍କ ବୋଲିଂ ସହିତ ବହୁତ ମହଙ୍ଗା ପ୍ରମାଣିତ ହୋଇଛନ୍ତି । ସେ ନୂତନ ବଲ୍ ସହିତ ବିଶେଷ ପ୍ରଭାବଶାଳୀ ପ୍ରମାଣିତ ହୋଇଛନ୍ତି କିନ୍ତୁ ଡେଥ୍ ଓଭରରେ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେହିପରି ହର୍ଷିତ ରାଣା ୬ଟି ଟି-୨୦ରେ ୭ଟି ଏବଂ ୨ଟି ଟେଷ୍ଟରେ ୪ଟି ୱିକେଟ୍ ମଧ୍ୟ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Harshit Rana Becomes India’s No.1 ODI Bowler, Surpasses Jadeja & Kuldeep | Argus News