Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହର୍ଷିତ ରାଣାଙ୍କ ଚୟନକୁ ନେଇ ବିବାଦ… ଅଗରକର-ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କ୍ରିକେଟର

Sports

Cricket Controversy / ହର୍ଷିତ ରାଣାଙ୍କ ଚୟନକୁ ନେଇ ବିବାଦ… ଅଗରକର-ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କ୍ରିକେଟର

Ritu Das
Browse all articles by Ritu Das
·1 hour ago·2 min read
ହର୍ଷିତ ରାଣାଙ୍କ ଚୟନକୁ ନେଇ ବିବାଦ… ଅଗରକର-ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କ୍ରିକେଟର
Cricket

Key Points

ହର୍ଷିତ ରାଣାଙ୍କ ଚୟନକୁ ନେଇ ବିବାଦ
ଚୟନ ପ୍ରକ୍ରିୟାରେ ପାତର ଅନ୍ତର ଅଭିଯୋଗ
ଆୟର ଅଧିନାୟକ, ସୂର୍ଯ୍ୟକୁମାର ବାଦ୍

ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଚୟନ କମିଟି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆରୁ ବାଦ୍ ଦିଆଯାଇଛି, ଏବଂ ଶ୍ରେୟସ ଆୟର ଅଧିନାୟକ ଭାବରେ ଦଳକୁ ଫେରିଛନ୍ତି। ଚୟନକର୍ତ୍ତାମାନେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଏହି ସିରିଜ ପାଇଁ ହର୍ଷିତ ରାଣା ମଧ୍ୟ ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟରମାନେ ହର୍ଷିତଙ୍କ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ଟିମରେ ସତରେ କିଛି ଠିକ ଚାଲିନି। ସବୁ ଖେଳାଳିଙ୍କୁ ସମାନ ସୁବିଧା ଦିଅଯାଉନି। ଟିମରେ ପାତର ଅନ୍ତର ହେଉଛି ବୋଲି ପୂର୍ବତନ କ୍ରିକେଟର ଅଭିଯୋଗ କରିଛନ୍ତି।


ଟିମ୍ ଇଣ୍ଡିଆରେ ହର୍ଷିତ ରାଣାଙ୍କ ଚୟନ ଉପରେ ପ୍ରଶ୍ନ ଉଠିଛି
ପୂର୍ବତନ ଭାରତୀୟ କ୍ରିକେଟର ସଦାଗୋପ୍ପନ ରମେଶ ହର୍ଷିତ ରାଣାଙ୍କ ଟିମ୍ ଇଣ୍ଡିଆକୁ ଫେରିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଗୌତମ ଗମ୍ଭୀର ଏବଂ ଅଜିତ ଅଗରକରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଗୋଟିଏ ବି ମ୍ୟାଚ୍ ନ ଖେଳି ଟିମ୍ ଇଣ୍ଡିଆରେ ରାଣାଙ୍କ ସାମିଲ ହେବା ନେଇ ସେ ଅସନ୍ତୁଷ୍ଟ ଥିଲେ, ଯେତେବେଳେ ମହମ୍ମଦ ଶାମିଙ୍କ ସମେତ ଅନ୍ୟ ଖେଳାଳିଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠିଥିଲା। ସେ କହିଥିଲେ, "ଆପଣ ହର୍ଷିତ ରାଣାଙ୍କୁ କିପରି ଚୟନ କଲେ? ମୁଁ ଭାବୁନାହିଁ ଯେ ତାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ପରେ ସେ କୌଣସି ଘରୋଇ ମ୍ୟାଚ୍ ଖେଳିଛନ୍ତି। ଏହାର ଉତ୍ତର କାହାରି ପାଖରେ ନାହିଁ। ଆପଣ ଭାବନ୍ତୁ ମହମ୍ମଦ ଶାମି ଏବଂ ଅନ୍ୟମାନଙ୍କ ମନରେ କ'ଣ ଚାଲିଥିବ?

ଏହାସହ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ଭିଡିଓ ଭାଇରାଲ୍; ଡ୍ରେସିଂ ରୁମ୍‌ରେ ଖାଉଥିଲେ କେଉଁ ଔଷଧ ?

ସଦାଗୋପ୍ପନ ରମେଶ ଆଗକୁ କହିଛନ୍ତି, "ବିରାଟ କୋହଲି ହୁଅନ୍ତୁ କିମ୍ବା ରୋହିତ ଶର୍ମା, ମ୍ୟାନେଜମେଣ୍ଟ କହିଛି ଯେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡିବ। ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ, ତାଙ୍କୁ ଚୟନ ପାଇଁ ତାଙ୍କର ଫିଟନେସ୍ ପ୍ରମାଣ କରିବାକୁ କୁହାଯାଇଥିଲା। ଶାମିଙ୍କ ପାଇଁ, ଯଦି ତାଙ୍କୁ ପଚରାଯାଏ ଯେ ସେ ଆଘାତ ପରେ କିପରି ଲମ୍ବା ସ୍ପେଲ ବୋଲିଂ କରିପାରିବେ, ତେବେ ତାଙ୍କୁ ନିଜକୁ ପ୍ରମାଣ କରିବାକୁ କୁହାଯାଇଥଲା। କିନ୍ତୁ ରାଣାଙ୍କ ପାଇଁ କଣ କିଛି ନିୟମ ନାହିଁ।

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦଳ
ଶ୍ରେୟସ୍ ଆୟର (ଗ), ବରୁଣ ଚକ୍ରବର୍ତ୍ତୀ, ସଞ୍ଜୁ ସାମସନ୍, ବୈଭବ ସୂର୍ଯ୍ୟବଂଶୀ, ଅର୍ଶଦୀପ ସିଂ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଅଭିଷେକ ଶର୍ମା, ଇଶାନ କିଶାନ, ମହମ୍ମଦ ସିରାଜ, ହର୍ଷିତ ରାଣା, ତିଲକ ଭର୍ମା, ରାଜକୁମାର ଯାଦବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Harshit Rana Selection Sparks Row Former Cricketer Questions Management | Argus News