Cricket Controversy / ରାଗରେ ବଲ୍କୁ ଗୋଡ଼ ମାରିଲେ ଏହି କ୍ରିକେଟର... ହେଲା ଇତିହାସର ସବୁଠୁ ଅଜବ ରନ୍-ଆଉଟ୍….
·1 hour ago·2 min read

Key Points
ରାଗରେ ବଲ୍କୁ ଗୋଡ଼ ମାରିବା ପରେ ସିଧା ଷ୍ଟମ୍ପରେ ବାଜି ହେଲା କ୍ରିକେଟ ଇତିହାସର ସବୁଠୁ ଅଜବ ରନ୍-ଆଉଟ୍
କ୍ରିକେଟକୁ ନେଇ କାଲି ଏକ ଅଜବ ଭିଡିଓ ଭାଇରାଲ ହେଉଛି। ଯାହା ଆପଣ ପୂର୍ବରୁ କେବେ ଦେଖି ନଥିବେ। କ୍ୟାପଟେନ ସାହବ ରାଗିଯାଇ ଏମିତି ଗୋଡ଼ ମାରିଲେ ଯେ ଖାଡ଼ି ଉଡ଼ିଗଲା। ମଙ୍ଗଳବାର, ଅଗଷ୍ଟ ୪ ତାରିଖରେ, ଦିଲ୍ଲୀ ପ୍ରିମିୟର ଲିଗ୍ (DPL) ୨୦୨୬ ସମୟରେ, ନୂଆଦିଲ୍ଲୀ ଟାଇଗର୍ସର ଅଧିନାୟକ ହିମ୍ମତ ସିଂହ ଏକ ରନ-ଆଉଟ୍ କରିଥିଲେ ଯାହାକୁ କ୍ରିକେଟ ଇତିହାସର ସବୁଠାରୁ ଅଜବ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଏହି ଶେଷ ବଲର ଡ୍ରାମା ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି।
୧୫ ଓଭର ବିଶିଷ୍ଟ ଏକ ମ୍ୟାଚ୍ରେ, ଆଉଟର ଦିଲ୍ଲୀ ୱାରିୟର୍ସକୁ ଜିତିବା ପାଇଁ ଶେଷ ବଲ୍ରେ ମାତ୍ର ଗୋଟିଏ ରନ୍ ଆବଶ୍ୟକ ଥିଲା। ବ୍ୟାଟ୍ସମ୍ୟାନ୍ ଏକ ସିଧା ସଟ୍ ଖେଳିଲେ ଏବଂ ଉଭୟ ଦଳ ରନ୍ ପାଇଁ ଦୌଡ଼ିଲେ। ହିମ୍ମତ ସିଂହଙ୍କ ହାତରେ ବଲ୍ ଥିଲା ଏବଂ ତାଙ୍କ ପାଖରେ ବ୍ୟାଟ୍ସମ୍ୟାନ୍ଙ୍କୁ ସହଜରେ ରନ୍ ଆଉଟ୍ କରିବାର ସୁଯୋଗ ଥିଲା।
ଏହାସହ ପଢ଼ନ୍ତୁ: ରୋହିତ ଶର୍ମାଙ୍କୁ ନେଇ ବିବାଦ ପରେ ବଦଳିପାରନ୍ତି ଅଜିତ ଅଗରକର! ନୂଆ ଚିଫ୍ ସିଲେକ୍ଟର ଦୌଡ଼ରେ ଆଗରେ ଭିଭିଏସ୍ ଲକ୍ଷ୍ମଣ
କିନ୍ତୁ ହିମ୍ମତ ସିଂହ ବଲ୍ ହାତଛଡ଼ା କରି ଏକ ସହଜ ସୁଯୋଗ ହରାଇବାରୁ ରାଗିଯାଇ ପାଦରେ ଗୋଡ଼ ମାରିଲେ। ଆଶ୍ଚର୍ଯ୍ୟଜନକ ଭାବରେ, ବଲ୍ ସିଧା ନନ୍-ଷ୍ଟ୍ରାଇକର ଏଣ୍ଡରେ ଥିବା ଷ୍ଟମ୍ପରେ ବାଜିଲା। ସେତେବେଳକୁ ବ୍ୟାଟ୍ସମ୍ୟାନ୍ ପ୍ରଥମ ସାଲୁଜା ତାଙ୍କ କ୍ରିଜରେ ପହଞ୍ଚି ନଥିଲେ ଏବଂ ରନ ଆଉଟ୍ ହୋଇଥିଲେ। ଏହି ୱିକେଟ୍ ଫଳରେ ମ୍ୟାଚ୍ ଟାଇ ହୋଇଥିଲା ଏବଂ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।
ଏହି ଅନନ୍ୟ ରନ-ଆଉଟ୍ ପଡ଼ିଆରେ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯଦିଓ ଆଉଟର ଦିଲ୍ଲୀ ୱାରିୟର୍ସ ସୁପର ଓଭରରେ ଜିତିଥିଲା, ହିମ୍ମତ ସିଂହଙ୍କ ଅନନ୍ୟ ରନ-ଆଉଟ୍ ମ୍ୟାଚ୍ର ସବୁଠାରୁ ଭାଇରାଲ ମୁହୂର୍ତ୍ତ ହୋଇଗଲା। ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଏହାକୁ କ୍ରିକେଟର ସବୁଠାରୁ ଭାଗ୍ୟବାନ ରନ ଆଉଟ ବୋଲି କୁହାଯାଉଛି। ଏହି ଭାଇରାଲ ଭିଡିଓକୁ ଫ୍ୟାନ୍ସମାନେ ଅଧିକ ମାତ୍ରାରେ ପସନ୍ଦ କରିଛନ୍ତି।
What a run out by Himmat Singh 💥
— StrangerMan (@_StrangerMan7) August 4, 2026
A run out,out of nowhere in Delhi Premier League pic.twitter.com/sqVDV5ieSo
୧୫ ଓଭର ବିଶିଷ୍ଟ ଏକ ମ୍ୟାଚ୍ରେ, ଆଉଟର ଦିଲ୍ଲୀ ୱାରିୟର୍ସକୁ ଜିତିବା ପାଇଁ ଶେଷ ବଲ୍ରେ ମାତ୍ର ଗୋଟିଏ ରନ୍ ଆବଶ୍ୟକ ଥିଲା। ବ୍ୟାଟ୍ସମ୍ୟାନ୍ ଏକ ସିଧା ସଟ୍ ଖେଳିଲେ ଏବଂ ଉଭୟ ଦଳ ରନ୍ ପାଇଁ ଦୌଡ଼ିଲେ। ହିମ୍ମତ ସିଂହଙ୍କ ହାତରେ ବଲ୍ ଥିଲା ଏବଂ ତାଙ୍କ ପାଖରେ ବ୍ୟାଟ୍ସମ୍ୟାନ୍ଙ୍କୁ ସହଜରେ ରନ୍ ଆଉଟ୍ କରିବାର ସୁଯୋଗ ଥିଲା।
ଏହାସହ ପଢ଼ନ୍ତୁ: ରୋହିତ ଶର୍ମାଙ୍କୁ ନେଇ ବିବାଦ ପରେ ବଦଳିପାରନ୍ତି ଅଜିତ ଅଗରକର! ନୂଆ ଚିଫ୍ ସିଲେକ୍ଟର ଦୌଡ଼ରେ ଆଗରେ ଭିଭିଏସ୍ ଲକ୍ଷ୍ମଣ
କିନ୍ତୁ ହିମ୍ମତ ସିଂହ ବଲ୍ ହାତଛଡ଼ା କରି ଏକ ସହଜ ସୁଯୋଗ ହରାଇବାରୁ ରାଗିଯାଇ ପାଦରେ ଗୋଡ଼ ମାରିଲେ। ଆଶ୍ଚର୍ଯ୍ୟଜନକ ଭାବରେ, ବଲ୍ ସିଧା ନନ୍-ଷ୍ଟ୍ରାଇକର ଏଣ୍ଡରେ ଥିବା ଷ୍ଟମ୍ପରେ ବାଜିଲା। ସେତେବେଳକୁ ବ୍ୟାଟ୍ସମ୍ୟାନ୍ ପ୍ରଥମ ସାଲୁଜା ତାଙ୍କ କ୍ରିଜରେ ପହଞ୍ଚି ନଥିଲେ ଏବଂ ରନ ଆଉଟ୍ ହୋଇଥିଲେ। ଏହି ୱିକେଟ୍ ଫଳରେ ମ୍ୟାଚ୍ ଟାଇ ହୋଇଥିଲା ଏବଂ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।
ଏହି ଅନନ୍ୟ ରନ-ଆଉଟ୍ ପଡ଼ିଆରେ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯଦିଓ ଆଉଟର ଦିଲ୍ଲୀ ୱାରିୟର୍ସ ସୁପର ଓଭରରେ ଜିତିଥିଲା, ହିମ୍ମତ ସିଂହଙ୍କ ଅନନ୍ୟ ରନ-ଆଉଟ୍ ମ୍ୟାଚ୍ର ସବୁଠାରୁ ଭାଇରାଲ ମୁହୂର୍ତ୍ତ ହୋଇଗଲା। ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଏହାକୁ କ୍ରିକେଟର ସବୁଠାରୁ ଭାଗ୍ୟବାନ ରନ ଆଉଟ ବୋଲି କୁହାଯାଉଛି। ଏହି ଭାଇରାଲ ଭିଡିଓକୁ ଫ୍ୟାନ୍ସମାନେ ଅଧିକ ମାତ୍ରାରେ ପସନ୍ଦ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories