Videos
|
Sports

Asia Cup 2025: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର, ମାଗଣାରେ ଷ୍ଟାଡିୟମରେ ବସି ଦେଖିପାରିବେ ଏସିଆ କପ୍‌

santosh Kumar Sahoo
Browse all articles by santosh Kumar Sahoo
·1 year ago·2 min read
Asia Cup 2025: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର, ମାଗଣାରେ ଷ୍ଟାଡିୟମରେ ବସି ଦେଖିପାରିବେ ଏସିଆ କପ୍‌

Key Points

କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଷ୍ଟାଡିୟମରେ ମାଗଣାରେ ବସି ଦେଖିପାରିବେ ଏସିଆ କପ୍ । ସମସ୍ତ ମ୍ୟାଚ୍ ପାଇଁ ମାଗଣା ଏଣ୍ଟ୍ରି । 

୨୦୨୫ ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ଏସିଆ କପ୍ । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦଳ ବିହାରରେ ପହଞ୍ଚି ସାରିଛନ୍ତି । ଭାରତୀୟ ହକି ଦଳର ପ୍ରଥମ ମ୍ୟାଚ୍‌ ୨୯ ଅଗଷ୍ଟରେ ଅଛି । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଚୀନ୍ ସହ ଖେଳିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କ୍ରୀଡାପ୍ରେମୀଙ୍କ ପାଇଁ ବଡ଼ ଘୋଷଣା କରିଛି ହକି ଇଣ୍ଡିଆ । ଏସିଆ କପ୍ ମ୍ୟାଚ୍ ପାଇଁ ଟିକେଟ୍ ମାଗଣା ହେବ । ସମସ୍ତ ମ୍ୟାଚ୍ ପାଇଁ ପ୍ରବେଶ ମାଗଣା ହେବ। ହକି ପ୍ରେମୀ ଷ୍ଟାଡିୟମକୁ ଯାଇ ଯେକୌଣସି ମ୍ୟାଚ୍ ମାଗଣାରେ ଉପଭୋଗ କରିପାରିବେ।


ହକି ଇଣ୍ଡିଆ ତା'ର ବିବୃତ୍ତିରେ କହିଛି, "ହିରୋ ପୁରୁଷ ଏସିଆ କପ୍ ରାଜଗିର, ବିହାର ୨୦୨୫ର ସମସ୍ତ ମ୍ୟାଚ୍ ପାଇଁ ପ୍ରବେଶ ମାଗଣା ହେବ। ୨୯ ଅଗଷ୍ଟରୁ ୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନବନିର୍ମିତ ରାଜଗିର ହକି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହକି ପ୍ରେମୀମାନେ www.ticketgenie.in କିମ୍ବା ହକି ଇଣ୍ଡିଆର ଆପକୁ ଯାଇ ମାଗଣାରେ ଟିକେଟ୍ ବୁକ୍ କରିପାରିବେ । ପ୍ରକ୍ରିୟା ସମାପ୍ତ କରିବା ପରେ ଏଠାରେ ଆପଣ ଏକ ଭର୍ଚୁଆଲ୍ ଟିକେଟ୍ ପାଇବେ। ଟିକେଟ ବୁକିଂ ପଦ୍ଧତିକୁ ସରଳ ରଖାଯାଇଛି। ଭର୍ଚୁଆଲ୍ ଟିକେଟ୍ ପ୍ରଶଂସକମାନଙ୍କୁ ସହଜରେ ସେମାନଙ୍କ ସିଟ୍ ପର୍ଯ୍ୟନ୍ତ ପହଞ୍ଚିବା ସହଜ କରିବ।


କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୋମବାର ନୂଆଦିଲ୍ଲୀରେ ହକି ପୁରୁଷ ଏସିଆ କପ୍ ୨୦୨୫ ଟ୍ରଫି ଉନ୍ମୋଚନ କରିଛନ୍ତି। ଏହା ଟୁର୍ଣ୍ଣାମେଣ୍ଟର ୧୨ ତମ ସଂସ୍କରଣ, ଯାହା ୨୯ ଅଗଷ୍ଟରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବ।



ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ୍ 'ଏ' ରେ ରହିଛି । ଏହି ପୁଲରେ ଭାରତ ସହିତ ଚୀନ୍, ଜାପାନ ଏବଂ କାଜାଖସ୍ତାନ ଅଛନ୍ତି। ପୁଲ୍ 'ବି' ରେ ଚାଇନିଜ୍ ତାଇପେ, ମାଲେସିଆ, ଦକ୍ଷିଣ କୋରିଆ ଏବଂ ବାଂଲାଦେଶ ଅଛି। ପ୍ରକୃତରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ତା'ର ନାମ ପ୍ରତ୍ୟାହାର କରିନେଇଥିଲା, ଯାହା ପରେ ବାଂଲାଦେଶକୁ ସାମିଲ କରାଯାଇଥିଲା।


ହକି ଏସିଆ କପ୍ ୨୦୨୫ରେ ଭାରତର କାର୍ଯ୍ୟସୂଚୀ


୨୯ ଅଗଷ୍ଟ: ଭାରତ ବନାମ ଚୀନ୍
୩୧ ଅଗଷ୍ଟ: ଭାରତ ବନାମ ଜାପାନ
୧ ସେପ୍ଟେମ୍ବର: ଭାରତ ବନାମ କାଜାଖସ୍ତାନ