India vs Pakistan Hockey / ହକି ବିଶ୍ୱକପ୍ରେ ଭାରତ-ପାକ୍ ଟକ୍କର, କେବେ ହେବ ମହାମୁକାବିଲା ? ଜାଣନ୍ତୁ ପୂରା ସୂଚୀ...
·1 hour ago·2 min read

Key Points
ଭାରତ-ପାକିସ୍ତାନ ମହାଲଢ଼େଇ !
ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମୁହାଁମୁହିଁ
ହକି ବିଶ୍ୱକପ୍ରେ ଭାରତର ସବୁ ମ୍ୟାଚ୍ ଜାଣନ୍ତୁ
ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମୁହାଁମୁହିଁ
ହକି ବିଶ୍ୱକପ୍ରେ ଭାରତର ସବୁ ମ୍ୟାଚ୍ ଜାଣନ୍ତୁ
ହକିର ମହାକୁମ୍ଭ ପାଇଁ ମଞ୍ଚ ପ୍ରସ୍ତୁତ । ୧୫ ଅଗଷ୍ଟରୁ ନେଦରଲ୍ୟାଣ୍ଡସ୍ ଓ ବେଲଜିୟମ୍ରେ ଆରମ୍ଭ ହେବ FIH ହକି ବିଶ୍ୱକପ୍ ୨୦୨୬ । ୧୯୭୫ର ଐତିହାସିକ ବିଜୟ ପରେ ପୁଣିଥରେ ବିଶ୍ୱକପ୍ ଟ୍ରଫି ହାତେଇବାକୁ ଟିମ୍ ଇଣ୍ଡିଆ ଏଥର ଜୋରଦାର ଲଢ଼େଇ ପାଇଁ ପ୍ରସ୍ତୁତ । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଦଳର ନଜର ଟ୍ରଫି ଉପରେ, କିନ୍ତୁ ରାସ୍ତା ସହଜ ନୁହେଁ । ଇଂଲଣ୍ଡ, ଚୀନ୍, ପାକିସ୍ତାନ ଓ ଘରୋଇ ଦଳ ବେଲଜିୟମ୍ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟପି ଭାରତ କ’ଣ ୫୧ ବର୍ଷ ପରେ ପୁଣି ବିଶ୍ୱ ଚାମ୍ପିଅନ୍ ହୋଇପାରିବ ? ସେପଟେ ହେବାକୁ ଥିବା ହକି ବିଶ୍ବକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଫ୍ୟାନ୍ସଙ୍କ ମନରେ ବଢ଼ିଛି ଉତ୍କଣ୍ଠା । ଗୋଟିଏ ପୁଲ୍ରେ ଉଭୟ ଦଳ ଥିବାରୁ ପୁଣି ଥରେ ଦେଖିବାକୁ ମିଳିବ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ରୋମାଞ୍ଚକର ଲଢ଼େଇ ।
ହକି ବିଶ୍ବକପ୍ ୨୦୨୬ର ଆୟୋଜନ ମିଳିତ ଭାବେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ କରୁଛନ୍ତି । ଏହା ହେଉଛି ହକି ବିଶ୍ବକପ୍ର ୧୬ତମ ସଂସ୍କରଣ । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ୱାଭ୍ରେ ଏବଂ ଆମଷ୍ଟେଲଭିନ୍ର ଦୁଇଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ଏହି ବିଶ୍ୱକପ୍ ଅଗଷ୍ଟ ୧୪ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ ।
ପ୍ରଥମ ପର୍ଯ୍ୟାୟରେ ୧୬ଟି ଦଳକୁ ୪ଟି ପୁଲ୍ରେ ବିଭକ୍ତ କରାଯାଇଛି । ଭାରତ ଏବଂ ପାକିସ୍ତାନ ‘ପୁଲ୍ ଡି’ରେ ରହିଛନ୍ତି। ଏହି ପୁଲ୍ରେ ଭାରତ-ପାକିସ୍ତାନ ବ୍ୟତୀତ ୱେଲ୍ସ ଏବଂ ଇଂଲଣ୍ଡ ମଧ୍ୟ ଅଛନ୍ତି ।
୧୯ ଅଗଷ୍ଟରେ ଭାରତ-ପାକିସ୍ତାନ ମହାମୁକାବିଲା
ତେବେ ହକି ବିଶ୍ବକପ୍ରେ ଅଗଷ୍ଟ ୧୯ରେ ଏକ ମହାମୁକାବିଲା ଖେଳାଯିବ । ଏହି ଦିନ ଭାରତ ଏବଂ ପାକିସ୍ତାନ ହକି ଦଳ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ନେଦରଲ୍ୟାଣ୍ଡର ୱାଗନର ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ପ୍ରାୟ ସକାଳ ୧୧ଟା ୩୦ରେ ଆରମ୍ଭ ହେବ । ଏହା ଭାରତର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ।
ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୫ରେ ୱେଲ୍ସ ବିପକ୍ଷରେ ଖେଳିବ । ଏହା ପରେ ଅଗଷ୍ଟ ୧୭ରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଭାରତ ତା'ର ତିନୋଟି ଗ୍ରୁପ୍ ମ୍ୟାଚ୍ ୱାଗନର ଷ୍ଟାଡିୟମରେ ଖେଳିବ ।
ଇତିହାସରେ ପାକିସ୍ତାନ ଆଗରେ, କିନ୍ତୁ ବର୍ତ୍ତମାନ ଭାରତ ଶକ୍ତିଶାଳୀ
ହକି ବିଶ୍ବକପରେ ଭାରତର ରେକର୍ଡ ଭଲ ରହିଛି, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ମୋଟ ମୁକାବିଲାରେ ପାକିସ୍ତାନ ଆଗରେ ରହିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୮୩ଟି ମ୍ୟାଚ୍ରେ ପାକିସ୍ତାନ ୮୨ଟି ଜିତିଛି, ଯେଉଁଠାରେ ଭାରତ ୬୯ଟି ବିଜୟ ହାସଲ କରିଛି । ୩୨ଟି ମ୍ୟାଚ୍ ଡ୍ର' ରହିଛି ।
ତେବେ ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତୀୟ ହକି ଦଳ ଅଧିକ ଶକ୍ତିଶାଳୀ ମନେ ହେଉଛି । ପ୍ରୋ ଲିଗ୍ରେ ଚଳିତ ବର୍ଷ ଭାରତ ପାକିସ୍ତାନକୁ ଦୁଇଥର ପରାସ୍ତ କରିଛି । ପ୍ରଥମ ମ୍ୟାଚ୍ରେ ୪-୩ରେ ବିଜୟ ପରେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ୭-୧ର ବଡ଼ ବ୍ୟବଧାନରେ ପାକିସ୍ତାନକୁ ହରାଇଥିଲା । ତେବେ ହକି ବିଶ୍ବକପ୍ରେ ଟିମ୍ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଭାରତର ପୂରା ସୂଚୀ
ଭାରତ ବନାମ ଓ୍ବେଲ୍ସ (୧୫ ଅଗଷ୍ଟ- ସନ୍ଧ୍ୟା ୪.୩୦)
ଭାରତ ବନାମ ଇଂଲଣ୍ଡ (୧୭ ଅଗଷ୍ଟ - ସନ୍ଧ୍ୟା ୬.୩୦)
ଭାରତ ବନାମ ପାକିସ୍ତାନ (୧୯ ଅଗଷ୍ଟ ସନ୍ଧ୍ୟା ୬.୩୦)

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories