Videos
|
Sports

Celebrity Wedding / ଆଫଗାନିସ୍ତାନୀ କ୍ରିକେଟରଙ୍କ ସହ ହେବ ଏହି ହଟ୍ ଅଭିନେତ୍ରୀଙ୍କ ବିବାହ…ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ?

Ritu Das
Browse all articles by Ritu Das
·2 weeks ago·2 min read
ଆଫଗାନିସ୍ତାନୀ କ୍ରିକେଟରଙ୍କ ସହ ହେବ ଏହି ହଟ୍ ଅଭିନେତ୍ରୀଙ୍କ ବିବାହ…ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ?
Cricket

Key Points

ଜଣେ ଆଫଗାନିସ୍ତାନୀ କ୍ରିକେଟର ଜଣେ ଅଭିନେତ୍ରୀଙ୍କ ପଛରେ ପଡ଼ିଯାଇଛନ୍ତି
ଖୁବଶୀଘ୍ର କଣ ବଲିଉଡ-କ୍ରିକେଟର ମିଳନ ହେବ?
କ୍ରିକେଟ ଆଉ ବଲିଉଡର ସମ୍ପର୍କ କିଛି ନୂଆ ନୁହେଁ। ଏବେ କିନ୍ତୁ ଜଣେ ଆଫଗାନିସ୍ତାନୀ କ୍ରିକେଟର ଜଣେ ଅଭିନେତ୍ରୀଙ୍କ ପଛରେ ପଡ଼ିଯାଇଛନ୍ତି। ଉଭୟଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କଥା ସତ ନା ଏମିତି ଗୁଜବ ଉଡ଼ୁଛି। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ?

ଆଫଗାନିସ୍ତାନ କ୍ରିକେଟ ଟିମର ପ୍ଲେୟର ଆଫତାବ ଆଲମଙ୍କୁ ନେଇ ରୁମର ଉଠିଛି ଯେ, ସେ କାଳେ ବିଗବସ ଫେମ ଅଭିନେତ୍ରୀ ଆର୍ଶୀ ଖାନଙ୍କ ସହ ସମ୍ପର୍କରେ ଅଛନ୍ତି। ବିଗ୍ ବସ୍ ସିଜିନ୍ ୧୧ରେ ଦେଖାଯାଇଥିବା ଅର୍ଶୀ "ତ୍ରାହିମାନ" ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ସେମାନଙ୍କ ଡେଟିଂର ଗୁଜବ କେତେ ସତ୍ୟ ତାହା ଅର୍ଶୀ ନିଜେ ପ୍ରକାଶ କରିଥିଲେ। ବଲିଉଡ୍ ବବଲ୍ ସହିତ ଏକ ଆଲୋଚନାରେ ସେ କହିଥିଲେ ଯେ ସେ ଆଫତାବଙ୍କୁ ଜାଣନ୍ତି ଏବଂ ସେମାନେ ଭଲ ବନ୍ଧୁ।

ଏହାସହ ପଢ଼ନ୍ତୁ: ଅବସର ପରେ କ’ଣ କରିବେ ବିରାଟ-ରୋହିତ? ହଇଚଇ କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ଅର୍ଶୀ ବ୍ୟାଖ୍ୟା କରିଥିଲେ ଯେ ସେମାନେ ବନ୍ଧୁ, କିନ୍ତୁ ଆଫତାବ ବିବାହିତ ଏବଂ ସେମାନଙ୍କର କୌଣସି ଭବିଷ୍ୟତ ନାହିଁ। ସେ ଆଉ ମଧ୍ୟ କହିଥିଲେ ଯେ ସେ ୨୦୨୦ ମସିହାରୁ ଆଫତାବଙ୍କୁ ଜାଣନ୍ତି ଏବଂ ସେବେଠାରୁ ସେମାନେ ବନ୍ଧୁ ଅଛନ୍ତି। ଅର୍ଶୀ କହିଥିଲେ, "ଆମର ସମ୍ପର୍କ ବହୁତ ଭଲ, ଆମର ବଣ୍ଡିଙ୍ଗ ମଧ୍ୟ ବହୁତ ଭଳ। ଆମର ବନ୍ଧୁତା କଜନ ଭାଉ ଭଉଣୀ ଭଳି ବୋଲି କହିଥିଲେ।
ଅର୍ଶୀ ସ୍ପଷ୍ଟ ଭାବରେ କହିଥିଲେ ଯେ ସେମାନେ ବିବାହ କରିପାରିବେ ନାହିଁ କାରଣ ଆଫଗାନିସ୍ତାନ କ୍ରିକେଟର ପୂର୍ବରୁ ବିବାହିତ ଏବଂ ତାଙ୍କର ପାଞ୍ଚଟି ସନ୍ତାନ ଅଛି। ସେ କହିଥିଲେ, "ସେ ବିବାହିତ ଏବଂ ତାଙ୍କର ପାଞ୍ଚଟି ସନ୍ତାନ ଅଛି। ଯେତେବେଳେ ମୁଁ କାହାକୁ ଡେଟ୍ କରେ ସମସ୍ତେ ଈର୍ଷା କାହିଁକି କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏକ ସାକ୍ଷାତକାରରେ, ଅର୍ଶୀ ଖାନଙ୍କୁ ପଚରାଯାଇଥିଲା ଯେ ସେ କେବେ ବିବାହ କରିବେ। ସେ ଉତ୍ତର ଦେଇଥିଲେ ଯେ, "ମୁଁ ହଠାତ୍, ଚୁପଚାପ୍ ବିନା ଶୋଅଫରେ କରିବି।" ଅର୍ଶୀ ଖାନ ଆଉ ମଧ୍ୟ କହିଛନ୍ତି ଆଫଗାନିସ୍ତାନ କ୍ରିକେଟର ଆଫତାବ ଆଲମଙ୍କଠାରୁ ସେ ତିନି ବର୍ଷ ବଡ଼। ଆଫତାବ ୩୩ ବର୍ଷ ବୟସର ଏବଂ ଅର୍ଶୀ ୩୬ ବର୍ଷ ବୟସର। "ଆମେ ବିବାହ କରିବୁ ନାହିଁ। " ଆମେ ଦୁହେଁ କେବଳ ଭଲ ସାଙ୍ଗ। "ଲୋକ ତ କିଛି ବି କହୁଛନ୍ତି।" "କାରଣ ସେମାନଙ୍କ କାମ ହିଁ ମିଛ ରୁମର ପ୍ରଚାର କରିବା। "

କ୍ରିକେଟ କ୍ୟାରିୟର ଦେଖିଲେ,  ଆଫତାବ ୨୭ଟି ଦିନିକିଆ ଏବଂ ୧୨ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯଥାକ୍ରମେ ୪୧ ଏବଂ ୧୧ ୱିକେଟ୍ ନେଇଛନ୍ତି। ଆଫଗାନିସ୍ତାନ ଦ୍ରୁତ ବୋଲର ଆଲମ ବହୁତ ଦିନ ଧରି ଜାତୀୟ ଦଳରୁ ବାହାରେ ଅଛନ୍ତି। ସେ ୨୦୧୨ ରେ ତାଙ୍କର T20 ଡେବ୍ୟୁ କରିଥିଲେ, ୨୦୧୮ ରେ ତାଙ୍କର କ୍ୟାରିୟରର ଶେଷ T20 ଖେଳିଥିଲେ ଏବଂ ୨୦୧୯ ରେ ତାଙ୍କର ଶେଷ ODI ଖେଳିଥିଲେ।
Hot Actress Set To Marry Afghan Cricketer, Know Full Story | Argus News