Videos
|
Sports

Cricket Latest Update / ଅବସର ପରେ କ’ଣ କରିବେ ବିରାଟ-ରୋହିତ? ହଇଚଇ କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

Ritu Das
Browse all articles by Ritu Das
·2 weeks ago·2 min read
ଅବସର ପରେ କ’ଣ କରିବେ ବିରାଟ-ରୋହିତ? ହଇଚଇ କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ
Cricket

Key Points

ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ସେମାନଙ୍କର ODI କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି
ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ସେମାନଙ୍କର ODI କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଉଭୟ 2027 ବିଶ୍ୱକପ୍ ପରେ ଅବସର ନେଇପାରନ୍ତି। ସମସ୍ତେ ଭାବୁଛନ୍ତି ଯେ ସେମାନେ ଅବସର ପରେ କ'ଣ କରିବେ। ପ୍ରଶଂସକମାନେ ଆଶା କରୁଛନ୍ତି ଯେ ରୋହିତ ଏବଂ ବିରାଟ IPLରେ ଖେଳିବେ। ବର୍ତ୍ତମାନ, ପୂର୍ବତନ ଭାରତୀୟ କ୍ରିକେଟର ଆର. ଅଶ୍ୱିନ ସମସ୍ତ ଫର୍ମାଟରୁ ଅବସର ନେବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା IPLରେ କ'ଣ ଭୂମିକା ଗ୍ରହଣ କରିପାରିବେ ତାହା ଭବିଷ୍ୟବାଣୀ କରିଛନ୍ତି।

ଏହାସହ ପଢ଼ନ୍ତୁ: ବୈଭବଙ୍କୁ ନେଇ ହେଡେନଙ୍କ ବଡ଼ ଭବିଷ୍ୟବାଣୀ, କହିଲେ- ଟେଷ୍ଟ ଓ ଦିନିକିଆରେ ବି କରିବେ କମାଲ !

  • ବିରାଟ କୋହଲିଙ୍କ ବିଷୟରେ ଅଶ୍ୱିନ କ'ଣ କହିଛନ୍ତି?

ପୂର୍ବତନ ଭାରତୀୟ ସ୍ପିନର ଆର. ଅଶ୍ୱିନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସମସ୍ତ ଫର୍ମାଟରୁ ଅବସର ନେବା ପରେ ବିରାଟ କୋହଲିଙ୍କ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଅଶ୍ୱିନ ବିଶ୍ୱାସ କରନ୍ତି ଯେ ଅବସର ପରେ ବିରାଟ ତୁରନ୍ତ RCBର ପ୍ରଶିକ୍ଷକ ହେବେ ନାହିଁ, କିନ୍ତୁ ପରେ କିଛି ଭୂମିକାରେ ଦେଖାଯାଇପାରନ୍ତି। ସେ କହିଛନ୍ତି, "ମୁଁ ଭାବୁନାହିଁ ଯେ ବିରାଟ କୋହଲି ତୁରନ୍ତ ପ୍ରଶିକ୍ଷକ ହେବେ। ଉଭୟ ବହୁତ କ୍ରିକେଟ ଖେଳିଛନ୍ତି। ରୋହିତ ଶର୍ମା କିନ୍ତୁ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇପାରନ୍ତି, କିନ୍ତୁ ମୁଁ ବିରାଟ କୋହଲିଙ୍କ ବିଷୟରେ ଅଧିକ ଜାଣିନାହିଁ। ସେ ବିରତି ନେଇପାରନ୍ତି।" ଲାଇଫକୁ କିଛି ଦିନ ଏଞ୍ଜୟ କରିବେ ମାନେ ନିଜ ପତ୍ନୀ ଏବଂ ପିଲାଙ୍କ ସହ ସମୟ ବିତାଇବେ ବୋଲି ମୁଁ ଭାବୁଛି।

  • ରୋହିତ ଶର୍ମାଙ୍କ ବିଷୟରେ ଭବିଷ୍ୟବାଣୀ

ଆର ଅଶ୍ୱିନ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମା ଅବସର ନେବାର ଦୁଇରୁ ତିନି ବର୍ଷ ପରେ MIର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି। ସେ ବିଶ୍ୱାସ କରନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ଅଭିଜ୍ଞତାର ଫାଇଦା ନେବା ଉଚିତ। ସେ କହିଛନ୍ତି, "ଯଦି ରୋହିତ ଶର୍ମା ଭବିଷ୍ୟତରେ ନ ଖେଳିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବ୍ୟବହାର କରିବା ଉଚିତ। କାରଣ ସେ ପାଞ୍ଚଟି IPL ଟାଇଟଲ ଜିତିଛନ୍ତି ଏବଂ ବିଶ୍ୱକପରେ ଭାରତକୁ ନେତୃତ୍ୱ ଦେଇଛନ୍ତି।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆର ଅଶ୍ୱିନ ଆହୁରି କହିଛନ୍ତି, "ଆପଣ ଏପରି ଲୋକଙ୍କୁ କେବେ ପାଇବେ ନାହିଁ। ଯଦି ସେ ପ୍ରାରମ୍ଭରେ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଚାହୁଁନାହାଁନ୍ତି, ତେବେ କିଛି ବର୍ଷର ବିରତି ପରେ ସେ ଏହି ଭୂମିକା ଗ୍ରହଣ କରିପାରିବେ। ରାହୁଲ ଭାଇ ବିରତି ନେଇଥିଲେ ଏବଂ ତା'ପରେ ଫେରି ଆସିଲେ। ମୁଁ ଯେତିକି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍କୁ ଜାଣେ, ସେମାନେ ରୋହିତଙ୍କ ଭଳି ଖେଳାଳିଙ୍କୁ କେବେ ଛାଡିବେ ନାହିଁ।"
Ashwin Predicts Virat Kohli, Rohit Sharma’s Roles After Retirement | Argus News