Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IAF Highway Airstrip / ଶତ୍ରୁ ଶିବିରରେ ଆତଙ୍କ, ଜାତୀୟ ରାଜପଥରେ ଓହ୍ଲାଇଲା ବାୟୁସେନା ବିମାନ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଶତ୍ରୁ ଶିବିରରେ ଆତଙ୍କ, ଜାତୀୟ ରାଜପଥରେ ଓହ୍ଲାଇଲା ବାୟୁସେନା ବିମାନ
IAF Highway Airstrip

Key Points

ବାୟୁସେନାର ଐତିହାସିକ ଶକ୍ତି ପ୍ରଦର୍ଶନ
ଜାତୀୟ ରାଜପଥରେ ଓହ୍ଲାଇଲା ବାୟୁସେନା ବିମାନ
C-130 J ସୁପର ହରକ୍ୟୁଲେସରେ ମୋଦିଙ୍କ ଏଣ୍ଟ୍ରି
ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ । ରାଜପଥରେ ଯୁଦ୍ଧ ବିମାନ । ଆସାମର ମୋରାନ୍ ବାଇପାସରେ ବାୟୁସେନାର ଐତିହାସିକ ପ୍ରଦର୍ଶନ ଚୀନ ଓ ପାକିସ୍ତାନର ନିଦ ହଜାଇଛି । ଜରୁରୀକାଳୀନ ଅବତରଣ ଏୟାରଷ୍ଟ୍ରିପ୍‌ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହି ରାଜପଥ ରନୱେ ବିମାନ ଚଳାଚଳ ପାଇଁ ହେବ ବ୍ୟବହାର । କୁମାର ଭାସ୍କର ବର୍ମା ସେତୁ, IIM ସମେତ ପୂର୍ବୋତ୍ତରକୁ ୫ ହଜାର ୪୫୦ କୋଟି ମୂଲ୍ୟର ପ୍ରକଳ୍ପ ଉପହାର ଦେଇଛନ୍ତି ମୋଦି ।

ଶତ୍ରୁ ଶିବିରରେ ଆତଙ୍କ । ଜାତୀୟ ରାଜପଥ ପାଲଟିଲା ରନୱେ । ଆସାମର ଦିବ୍ରୁଗଡ଼ରେ ବାୟୁସେନାର ଐତିହାସିକ ପ୍ରଦର୍ଶନ । ଉତ୍ତର-ପୂର୍ବ ଭାରତର ପ୍ରଥମ ହାଇୱେ ଏୟାରଷ୍ଟ୍ରିପରେ ଚିତ୍ତାକର୍ଷକ ଏୟାର-ଶୋ' । ଆସାମ ଆକାଶରେ ଦମ୍‌ ଦେଖାଇଲେ ସୁଖୋଇ ଓ ରାଫେଲ ଯୁଦ୍ଧ ବିମାନ । ମୋରାନ୍ ବାଇପାସ୍‌ ଜାତୀୟ ରାଜପଥରେ ନବନିର୍ମିତ ଜରୁରୀକାଳୀନ ଏୟାରଷ୍ଟ୍ରିପ୍‌ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । C-130 J ସୁପର ହରକ୍ୟୁଲେସ୍ ବିମାନରେ ହାଇୱେରେ ଓହ୍ଲାଇଛନ୍ତି ମୋଦି ।

ଉଦ୍‌ଘାଟନୀ ଉତ୍ସବ ପରେ ଆୟୋଜିତ ଏୟାର-ଶୋ’ରେ ରାଫେଲ ଯୁଦ୍ଧ ବିମାନ ରନୱେରୁ ଉଡ଼ାଣ ଭରି ନିଜର ପ୍ରସ୍ତୁତି ପ୍ରଦର୍ଶନ କରିଛି । ଯୁଦ୍ଧବିମାନର ଏହି କୌଶଳ ଦେଖି ଚମତ୍କୃତ ହୋଇଛନ୍ତି ଦେଶବାସୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ଉପସ୍ଥିତ ଥିଲେ ବାୟୁସେନାର ବରିଷ୍ଠ ଅଧିକାରୀ ।

ଉତ୍ତର-ପୂର୍ବ ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ । ବାୟୁସେନାର ଐତିହାସିକ ପ୍ରଦର୍ଶନ ଚୀନ ଓ ପାକିସ୍ତାନର ନିଦ ହଜାଇଛି । ଦିବ୍ରୁଗଡ଼ର ମୋରାନ୍ ବାଇପାସ୍ ଏବେ ବାୟୁସେନାର ଶକ୍ତି କେନ୍ଦ୍ର ପାଲଟିଛି । ଜାତୀୟ ରାଜପଥ ୩୭ ଉପରେ ଅତ୍ୟାଧୁନିକ ରାଫେଲ ଓ ସୁଖୋଇ-୩୦ର ଦମଦାର ଅବତରଣ ଓ ଉଡ଼ାଣ ବାୟୁସେନାର ଶକ୍ତିକୁ ବହୁଗୁଣିତ କରିଛି । ଯେଉଁଠାରେ ୧୯୬୨ର କ୍ଷତ ସ୍ମୃତିରେ ଲିପିବଦ୍ଧ ହୋଇ ରହିଛି । ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ୪.୨ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ରନୱେକୁ ସାମରିକ ଓ ବେସାମରିକ କାର୍ଯ୍ୟରେ ବ୍ୟବହାର କରାଯିବ । ଏହା ବାୟୁସେନାର ଅପରେସନାଲ୍ କ୍ଷମତାକୁ କରିବ ବହୁଗୁଣିତ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଦିବ୍ରୁଗଡ଼ରେ ବିଶାଳ ରୋଡ୍‌ ଶୋ' କରି ଶକ୍ତି ପ୍ରଦର୍ଶନ କରିଥିଲେ ପିଏମ ମୋଦି । କଂଗ୍ରେସ ଶାସନ ସମୟରେ ଆସାମର ଭାଗ୍ୟ ପଥର ତଳେ ଚାପିହୋଇ ରହିଥିବା କହିବା ସହ ଏବେ ଚା'ରୁ ଚିପ୍ ନିର୍ମାଣ, ଆସାମ ବିକାଶର ପ୍ରମାଣ ଦେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ ଓ ଉତ୍ତର ଗୌହାଟୀକୁ ସଂଯୋଗ କରୁଥିବା କୁମାର ଭାସ୍କର ବର୍ମା ସେତୁର ଉଦଘାଟନ କରି ଆସାମକୁ ବଡ଼ ଉପହାର ଦେଇଛନ୍ତି । ୩ ହଜାର ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ୬ ଲେନ୍ ବିଶିଷ୍ଟ ଏକ୍ସଟ୍ରା ଡୋଜ୍ଡ ପ୍ରିଷ୍ଟ୍ରେସ୍ଡ କଂକ୍ରିଟ୍ ସେତୁ । ଏହା ଗୌହାଟୀ-ଉତ୍ତର ଗୌହାଟୀ ମଧ୍ୟରେ ଯାତ୍ରା ସମୟକୁ ୭ ମିନିଟ୍ ହ୍ରାସ କରିବ । IIMର ଉଦଘାଟନ ସହ ପୂର୍ବୋତ୍ତରକୁ ୫ ହଜାର ୪୫୦ କୋଟି ମୂଲ୍ୟର ପ୍ରକଳ୍ପ ଉପହାର ଦେଇଛନ୍ତି ମୋଦି ।
ଏଥିସହ ପଢ଼ନ୍ତୁ: ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ଲୋକେ ଆମକୁ ଦେଉଛନ୍ତି ଉପଦେଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAF Fighter Jets Land on NH-37 in Assam as PM Narendra Modi Inaugurates Moran Airstrip | Argus News