Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ICCର ସ୍ଲୋ ବଲ୍ ଆକ୍ସନ୍; ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ପାଇଁ ବଢ଼ିଲା ପାକିସ୍ତାନର ଚିନ୍ତା

Sports

ICC fined Pakistan / ICCର ସ୍ଲୋ ବଲ୍ ଆକ୍ସନ୍; ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ପାଇଁ ବଢ଼ିଲା ପାକିସ୍ତାନର ଚିନ୍ତା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ICCର ସ୍ଲୋ ବଲ୍ ଆକ୍ସନ୍; ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ପାଇଁ ବଢ଼ିଲା ପାକିସ୍ତାନର ଚିନ୍ତା
ICC Imposes Heavy Fine Over Slow Bowling

Key Points

ହାରିବା ପରେ ଆଇସିସିର ବଡ଼ ଆକ୍ସନ୍ । ମୀରପୁର ଟେଷ୍ଟରେ ଧିମା ଓଭର ବୋଲିଂ ପାଇଁ ପାକିସ୍ତାନକୁ ଜରିମାନା କରିଛି ଆଇସିସି । ମ୍ୟାଚ ଫି'ର ୪୦ ପ୍ରତିଶତ ଜରିମାନା ଲଗାଯାଇଛି ।
ନୂଆଦିଲ୍ଲୀ: ବାଂଲାଦେଶ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ । ହାରିବା ପରେ ଆଇସିସିର ବଡ଼ ଆକ୍ସନ୍ । ମୀରପୁର ଟେଷ୍ଟରେ ଧିମା ଓଭର ବୋଲିଂ ପାଇଁ ପାକିସ୍ତାନକୁ ଜରିମାନା କରିଛି ଆଇସିସି । ମ୍ୟାଚ ଫି'ର ୪୦ ପ୍ରତିଶତ ଜରିମାନା ଲଗାଯାଇଛି । ଏଥିସହ ବିଶ୍ଵ ଟେଷ୍ଟ ଚାମ୍ପିଅନ୍‌ସିପ୍ ପୂର୍ବରୁ ପାକିସ୍ତାନକୁ ଝଟ୍‌କା ଲାଗିଛି ।

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ରୁ ପାକିସ୍ତାନ ୮ ପଏଣ୍ଟ କାଟିଛି ଆଇସିସି । ପାକିସ୍ତାନ ଦଳ ନିର୍ଦ୍ଧାରିତ ସମୟରେ ୮ ଓଭର୍‌ରୁ କମ୍ ବୋଲିଂ କରିବା ଲାଗି ଆଇସିସି ଦଣ୍ଡିତ କରିଛି । ବାଂଲାଦେଶ କ୍ରିକେଟ ଦଳ ପ୍ରଥମ ଟେଷ୍ଟ ମ୍ଯାଚ୍‌ରେ ହିଁ ପାକିସ୍ତାନକୁ ୧୦୪ ରନ୍‌ରେ ଧୂଳି ଚଟାଇଛି ।

ଏଥିସହ ପଢ଼ନ୍ତୁ: ରବି ଶାସ୍ତ୍ରୀଙ୍କ ବଡ଼ ଭବଷ୍ୟବାଣୀ, ଏହି ଖେଳାଳି ହେବେ ଭାରତର ନୂଆ T-20 କ୍ୟାପଟେନ୍‌ 

କ'ଣ ରହିଛି ନିୟମ ?

ଆଇସିସି ନିୟମାବଳୀର ଅନୁଚ୍ଛେଦ ୨.୨୨ ଅନୁସାରେ, ନର୍ଦ୍ଧାରିତ ସମୟରେ କ୍ରମ ଅନୁସାରେ ବୋଲିଂ ଲାଗି ଖେଳାଳିଙ୍କୁ ତାଙ୍କ ଫିର ୫ ପ୍ରତିଶତ ଜରିମାନା ଦେବାକୁ ପଡ଼େ । ଏଥିସହ ଦଳର ଗୋଟିଏ ପଣ୍ଟ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ରୁ କଟିଥାଏ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ପାକିସ୍ତାନ ନିର୍ଦ୍ଧାରିତ ସମୟରେ ୮ ଓଭର୍ ପଛରେ ରହିଥିଲା । ପାକିସ୍ତାନକୁ ଏମିରେଟ୍‌ସ ଆଇସିସି ଏଲିଟ୍ ପ୍ଯାନେଲ୍ ଅଫ୍ ମ୍ୟାଚ୍ ରେଫରୀ ଜେଫ୍ ଦଣ୍ଡିତ କରିଛନ୍ତି ।

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଖେଳ ସର୍ତ୍ତର ଅନୁଚ୍ଛେଦ ୧୬.୧୧.୨ ଅନୁସାରେ, ଦଳ ଗୋଟିଏ ଓଭର କମ୍ ବଲ୍ ପକାଇବା ଦ୍ଵାରା ଗୋଟିଏ ଚାମ୍ପିଅନସିପ୍ ପଏଣ୍ଟ କଟିଥାଏ । ଯାହାର ପରିଣାମ ଭାବେ ପାକିସ୍ତାନର ୮ ପଏଣ୍ଟ ବିଶ୍ଵ ଟେଷ୍ଟ ଚାମ୍ପିଅସିପ୍ ପଏଣ୍ଟ ଟେବୁଲ୍‌ରୁ କଟା ଯାଇଛି ।

ଏଥିସହ ପଢ଼ନ୍ତୁ: ସୌରଭ ଗାଙ୍ଗୁଲିଙ୍କୁ ପସନ୍ଦ ନୁହଁ ଫେଜ୍-୨ ଧୋନି; କାହିଁକି ଏମିତି କହିଲେ ଦାଦା ? 

୧୦୪ ରନ୍‌ରେ ହାରିଲା ପାକିସ୍ତାନ

ମୀରପୁର ଟେଷ୍ଟରେ ପାକିସ୍ତାନ ୧୦୪ ରନ୍‌ରେ ବାଂଲାଦେଶ ଠାରୁ ହାରିଛି । ପାକିସ୍ତାନ ବିପକ୍ଷରେ ବାଂଲାଦେଶ ଐତିହାସିକ ବିଜୟ ଲାଭ କରିଛି । ଘରୋଇ ମୈଦାନରେ ବାଂଲାଦେଶ, ପାକିସ୍ତାନକୁ ହରାଇଛି । ଯାହା ଫଳରେ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ପାକିସ୍ତାନ ୦-୧ରେ ପଛୁଆ ହୋଇଛି ।

ବାଂଲାଦେଶ ଠାରୁ ପରାସ୍ତ ଓ ଧିମା ଓଭର ବୋଲିଂ ପାଇଁ ଆଇସିସି ମ୍ୟାଚ୍‌ ଫିର ୪୦ ପ୍ରତିଶତ ଜରିମାନା ଲଗାଛି । ଏଥିସହ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ ପାଇଁ ପାକିସ୍ତାନ ଖାତାରୁ ୮ ପଏଣ୍ଟ କଟା ଯାଇଛି । ଆଇସିସିର ଏହି ଦଣ୍ଡ ଫଳରେ ଏବେ ପାକିସ୍ତାନ ପାଖରେ ମାତ୍ର ୪ ପଏଣ୍ଟ ଥିବା ବେଳେ ଦଳ ସପ୍ତମ ସ୍ଥାନରେ ରହିଛି । ଯାହା ପାକିସ୍ତାନର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ରାସ୍ତାକୁ କଣ୍ଟକିତ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC Penalises Pakistan After Bangladesh Test Defeat, WTC Points Cut | Argus News | Argus News