Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୌରଭ ଗାଙ୍ଗୁଲିଙ୍କୁ ପସନ୍ଦ ନୁହଁ ଫେଜ୍-୨ ଧୋନି; କାହିଁକି ଏମିତି କହିଲେ ଦାଦା ?

Sports

Ganguly On Dhoni / ସୌରଭ ଗାଙ୍ଗୁଲିଙ୍କୁ ପସନ୍ଦ ନୁହଁ ଫେଜ୍-୨ ଧୋନି; କାହିଁକି ଏମିତି କହିଲେ ଦାଦା ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସୌରଭ ଗାଙ୍ଗୁଲିଙ୍କୁ ପସନ୍ଦ ନୁହଁ ଫେଜ୍-୨ ଧୋନି; କାହିଁକି ଏମିତି କହିଲେ ଦାଦା ?
Young Dhoni

Key Points

ଧୋନିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ
କହିଲେ ଫେଜ୍-୨ ଧୋନି ତାଙ୍କୁ ପସନ୍ଦ ନୁହଁ
ଏମଏସ ଧୋନିଙ୍କ ଷ୍ଟାଇଲକୁ ନେଇ କଲେ ଆଲୋଚନା
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦେଶର ଘରେ ଘରେ ପରିଚିତ । ଯେତେବେଳେ ୨୦୦୦ ମସିହାରେ ଭାରତୀୟ ଟିମ ଫିକ୍ସିଂ ବିବାଦରେ ଫସିଥିଲା, ସେତେବେଳେ ସେ କେବଳ ଟିମକୁ ସଙ୍କଟରୁ କାଢିନଥିଲେ, ବରଂ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ କ୍ୟାରିଅରକୁ ବି ବଞ୍ଚାଇଥିଲେ । ଏହି କ୍ରିକେଟରଙ୍କ ମଧ୍ୟରେ କ୍ୟାପ୍ଟେନ କୁଲ୍ ଧୋନିଙ୍କ ନାମ ମଧ୍ୟ ସାମିଲ । ତେବେ ନିକଟରେ ଗାଙ୍ଗୁଲି ଏକ ପଡକାଷ୍ଟରେ ଯୋଗଦେଇ ଧୋନିଙ୍କ ଗେମ୍ ଷ୍ଟାଇଲକୁ ନେଇ ଆଲୋଚନା କରିଛନ୍ତି ଏବଂ ତାଙ୍କୁ ଫେଜ୍-୨ ଧୋନି ପସନ୍ଦ ନୁହଁ ବୋଲି କହିଛନ୍ତି ।

ଧୋନି ବର୍ଷ ୨୦୦୪ରେ ଭାରତୀୟ ଦଳ ପାଇଁ ପ୍ରଥମ ଦିନିକିଆ ମ୍ୟାଚ୍ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ଵରେ ଖେଳିଥିଲେ ଏବଂ ଏହି ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଥିବାବେଳେ ଚଟୋଗ୍ରମରେ ଖେଳାଯାଇଥିଲା । ସେହି ଦିନଠାରୁ ଧୋନି ଆଉ ପଛକୁ ଚାହିଁନଥିଲେ ଏବଂ ଗୋଟିଏ ପରେ ଗୋଟିଏ ବଡ଼ ରେକର୍ଡ କରିଥିଲେ । ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ଦଳ ଅନେକ ରେକର୍ଡ ହାସଲ କରିଛି ।

  • ଦାଦାଙ୍କୁ ପସନ୍ଦ 'ଫେଜ୍-୧ ଧୋନି'
ନିକଟରେ ଲୋକପ୍ରିୟ ପଡକାଷ୍ଟର ରାଜ ଶମାନିଙ୍କ ପଡକାଷ୍ଟରେ ଯୋଗଦେଇ ସୌରଭ ଗାଙ୍ଗୁଲି ଅନେକ ଚର୍ଚ୍ଚିତ ଘଟଣା ଉପରେ ବାର୍ତ୍ତାଳାପ କରିଥିଲେ । ଏହି କଥାବାର୍ତ୍ତାରେ ତାଙ୍କୁ ଫେଜ୍-୨ ଧୋନି ପସନ୍ଦ ନୁହଁ ବୋଲି କହିଥିଲେ । କାରଣ କ୍ୟାରିଅରର ପ୍ରାରମ୍ଭରେ ଧୋନି ବହୁତ ଲମ୍ବା ଛକା ମାରୁଥିଲେ । ଗାଙ୍ଗୁଲି କହିଥିଲେ, "ଦେଖ ରାଞ୍ଚିରୁ ଏମଏସ ଧୋନି କେମିତି ଏକ ଖେଳାଳି ବାହାରିଲେ, ସେ କିପରି ଏକ ଲୋକପ୍ରିୟ କ୍ୟାପ୍ଟେନ ହେଲେ...ଲୋକଙ୍କ ମାଇଣ୍ଡସେଟ୍ ବଦଳିବା ଦରକାର ଏବଂ ସେହି ପରିବର୍ତ୍ତନ ଖେଳାଳି ନିଜ ପ୍ରଦର୍ଶନ ମାଧ୍ୟମରେ ହିଁ କରିପାରିବେ ।"


ସେ ଆହୁରି କହିଥିଲେ, "ଧୋନିଙ୍କ ପରି ଛକା କାହାକୁ ମାରିବା ମୁଁ କମ ଦେଖିଛି । ସେ ଯେତେବେଳେ ଆସିଥିଲେ ସେତେବେଳେ ମୁଁ ଅଧିନାୟକ ଥିଲି । ଧୋନି ବାଉଣ୍ଡରୀର ପ୍ରତିଟି କୋଣକୁ ଛକା ମାରନ୍ତି । ମୋତେ ଫେଜ୍-୨ ଧୋନି ପସନ୍ଦ ନୁହଁ । ମୋତେ ଫେଜ୍-୧ ଧୋନି ପସନ୍ଦ । ସେ ସେତେବେଳେ କେବଳ ଛକା ହିଁ ମାରୁଥିଲେ...କେବଳ ଛକା । ବ୍ୟାଟ୍ ଉଠାଉଥିଲା ତ କେବଳ ଛକା । ଏଣୁ ମୋତେ ସିଙ୍ଗଲ୍ ନେଉଥିବା ଧୋନି ପସନ୍ଦ ନୁହଁ ।"

ପଢନ୍ତୁ ଏହି ଖବର: ହାର୍ଦ୍ଦିକଙ୍କ ପାରା ହାଇ ! MI ପରେ ଏବେ ରୋହିତ-ସୂର୍ଯ୍ୟଙ୍କୁ କଲେ ଅନଫଲୋ

ସୂଚନା ଥାଉ କି, ସୌରଭ ଗାଙ୍ଗୁଲିଙ୍କୁ ଭାରତର ସବୁଠାରୁ ସଫଳ କ୍ରିକେଟ ଅଧିନାୟକମାନଙ୍କ ମଧ୍ୟରୁ ଜଣେ । ଅଧିନାୟକ ଭାବରେ, ସେ ୨୦୦୨ ICC ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଭାରତୀୟ ଦଳର ନେତୃତ୍ୱ ଦେଇଥିଲେ ଏବଂ ତାଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ ଟିମ୍ ୨୦୦୩ କ୍ରିକେଟ ବିଶ୍ୱକପ୍, ୨୦୦୦ ICC ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୦୪ ଏସିଆ କପ୍ ଫାଇନାଲରେ ପହଞ୍ଚିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sourav Ganguly Reveals Which Style of MS Dhoni He Liked Most in Recent Podcast | Argus News