ICC ODI Rankings / ICC ODI ରାଙ୍କିଂରେ ଭାରତର ଦବଦବା, ଟପ୍-୪ରେ ୩ ଭାରତୀୟ...ରୋହିତ-କୋହଲିଙ୍କ ସ୍ଥାନ ଜାଣନ୍ତୁ
·1 month ago·2 min read

Key Points
Top-4ରେ 3 ଭାରତୀୟ
ODI Ranking ଦେଖି ଚମକିଗଲା କ୍ରିକେଟ ଜଗତ
ରୋହିତ-କୋହଲିଙ୍କ ସ୍ଥାନ ଜାଣନ୍ତୁ
ODI Ranking ଦେଖି ଚମକିଗଲା କ୍ରିକେଟ ଜଗତ
ରୋହିତ-କୋହଲିଙ୍କ ସ୍ଥାନ ଜାଣନ୍ତୁ
କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ICC ର ନୂଆ ODI ରାଙ୍କିଂରେ ପୁଣି ଥରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଟପ୍-୪ରେ ତିନି ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ନମ୍ବର-୧ ସ୍ଥାନ ପାଇବାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଗଲେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ଶୁବମନ୍ ଗିଲ୍ । ତେବେ କିଏ ହେଲେ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ? କେଉଁ ସ୍ଥାନରେ ଅଛନ୍ତି ବିରାଟ ଓ ରୋହିତ ?
ICC ପକ୍ଷରୁ ବୁଧବାର ଜାରି ହୋଇଛି ନୂଆ ODI ରାଙ୍କିଙ୍ଗ୍ । ଏଥିରେ ପୁଣି ଥରେ ଭାରତୀୟ ବ୍ୟାଟର୍ମାନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଦିନିକିଆ ବ୍ୟାଟିଂ ରାଙ୍କିଂର ଟପ୍-୪ରେ ତିନି ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ବର୍ତ୍ତମାନ ICC ODI ବ୍ୟାଟିଂ ରାଙ୍କିଂର ଶୀର୍ଷ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଡେରିଲ୍ ମିଚେଲ୍ ରହିଛନ୍ତି । ସେ ୮୦୨ ରେଟିଂ ପଏଣ୍ଟ ସହ ଏକ ନମ୍ବରରେ ରହିଥିବା ବେଳେ ଶୁବମନ ଗିଲ୍ ୮୦୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଭାରତୀୟ କ୍ରିକେଟ୍ର ଦୁଇ ବଡ଼ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଟପ୍-୪ରେ ନିଜ ସ୍ଥାନ ରଖିଛନ୍ତି । ବିରାଟ କୋହଲି ତୃତୀୟ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ODIରେ ରୋହିତଙ୍କର ଐତିହାସିକ ୧୩୮ ରନ୍ର ଇନିଂସ ବଳରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ରୋହିତଙ୍କର ଏବେ ୭୫୮ ରେଟିଂ ପଏଣ୍ଟ ରହିଛି ।
ବୁଧବାର ପ୍ରକାଶ ପାଇଥିବା ରାଙ୍କିଂରେ ସବୁଠାରୁ ବଡ଼ ଲାଭ ପାଇଛନ୍ତି ଇଂଲଣ୍ଡର ଅଭିଜ୍ଞ ବ୍ୟାଟର୍ ଜୋ ରୁଟ୍ । ଭାରତ ବିପକ୍ଷ ନିକଟରେ ଶେଷ ହୋଇଥିବା ODI ସିରିଜ୍ରେ ଚମତ୍କାର ପ୍ରଦର୍ଶନ ପାଇଁ ସେ ପ୍ଲେୟର୍ ଅଫ୍ ଦି ସିରିଜ୍ ହୋଇଥିଲେ। ପ୍ରଥମ ODIରେ ଅପରାଜିତ ୯୯ ରନ୍ ଓ ଦ୍ୱିତୀୟ ODIରେ ଅପରାଜିତ ୭୪ ରନ୍ର ଇନିଂସ୍ ବଳରେ ସେ ଚାରୋଟି ସ୍ଥାନ ଉପରକୁ ଉଠିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ICC ODI ବ୍ୟାଟିଂ ରାଙ୍କିଂରେ ଟପ୍-୧୦ ଲିଷ୍ଟ:
୧. ଡେରିଲ୍ ମିଚେଲ୍ (ନ୍ୟୁଜିଲ୍ୟାଣ୍ଡ)
୨. ଶୁବମନ୍ ଗିଲ୍ (ଭାରତ)
୩. ବିରାଟ କୋହଲି (ଭାରତ)
୪. ରୋହିତ ଶର୍ମା (ଭାରତ)
୫. ଇବ୍ରାହିମ୍ ଜାଦରାନ୍ (ଆଫଗାନିସ୍ତାନ)
୬. ବାବର ଆଜମ୍ (ପାକିସ୍ତାନ)
୭. ହ୍ୟାରି ଟେକ୍ଟର୍ (ଆୟର୍ଲାଣ୍ଡ)
୮. ଜୋ ରୁଟ୍ (ଇଂଲଣ୍ଡ)
୯. ଶାଇ ହୋପ୍ (ୱେଷ୍ଟଇଣ୍ଡିଜ୍)
୧୦. ଚରିଥ ଅସଲଙ୍କା (ଶ୍ରୀଲଙ୍କା)
୧. ଡେରିଲ୍ ମିଚେଲ୍ (ନ୍ୟୁଜିଲ୍ୟାଣ୍ଡ)
୨. ଶୁବମନ୍ ଗିଲ୍ (ଭାରତ)
୩. ବିରାଟ କୋହଲି (ଭାରତ)
୪. ରୋହିତ ଶର୍ମା (ଭାରତ)
୫. ଇବ୍ରାହିମ୍ ଜାଦରାନ୍ (ଆଫଗାନିସ୍ତାନ)
୬. ବାବର ଆଜମ୍ (ପାକିସ୍ତାନ)
୭. ହ୍ୟାରି ଟେକ୍ଟର୍ (ଆୟର୍ଲାଣ୍ଡ)
୮. ଜୋ ରୁଟ୍ (ଇଂଲଣ୍ଡ)
୯. ଶାଇ ହୋପ୍ (ୱେଷ୍ଟଇଣ୍ଡିଜ୍)
୧୦. ଚରିଥ ଅସଲଙ୍କା (ଶ୍ରୀଲଙ୍କା)
Related Topics
Explore more stories