Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Smriti Mandhana / ICC ଜାରି କଲା ନୂଆ ରାଙ୍କିଂ, ସ୍ମୃତି ମନ୍ଧାନା ନମ୍ବର-୧ ବ୍ୟାଟ୍ସମ୍ୟାନ୍‌

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ICC ଜାରି କଲା ନୂଆ ରାଙ୍କିଂ, ସ୍ମୃତି ମନ୍ଧାନା ନମ୍ବର-୧ ବ୍ୟାଟ୍ସମ୍ୟାନ୍‌
Smriti Mandhana

Key Points

ICC ନୂଆ ରାଙ୍କିଂ ଜାରି
ସ୍ମୃତି ବିଶ୍ୱ ନମ୍ବର-୧ ବ୍ୟାଟ୍ସମ୍ୟାନ୍
ଭାରତୀୟ ମହିଳା କ୍ରିକେଟ୍‌ ପାଇଁ ଗର୍ବର ମୁହୂର୍ତ୍ତ
ମଙ୍ଗଳବାର ନୂଆ ରାଙ୍କିଂ ଜାରି କରିଛି ଆଇସିସି । ICC ମହିଳା ODI ବ୍ୟାଟ୍ସମ୍ୟାନଙ୍କ ପାଇଁ ସଦ୍ୟତମ ରାଙ୍କିଂ ପ୍ରକାଶ ପାଇଛି । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ODIରେ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଅଷ୍ଟ୍ରେଲିଆର ଏଲାନା କିଙ୍ଗ ମହିଳା ODIରେ ବିଶ୍ୱର ନମ୍ବର-୧ ବୋଲର ହୋଇଛନ୍ତି ।

ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷରେ ସାମ୍ପ୍ରତିକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ସ୍ମୃତି ୭୯୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଲୌରା ୱୋଲଭାର୍ଡଙ୍କୁ ପଛରେ ପକାଇ ନମ୍ବର-୧ ସ୍ଥାନ ଅଧିକାର କରିଛନ୍ତି । ୱୋଲଭାର୍ଡଙ୍କ ପଏଣ୍ଟ ଏବେ ୭୮୨ ରହିଛି । ମାର୍ଚ୍ଚ ଏବଂ ଏପ୍ରିଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ୱୋଲଭାର୍ଡଙ୍କ ପାଖରେ ଶୀର୍ଷ ସ୍ଥାନ ପୁନର୍ବାର ହାସଲ କରିବାର ସୁଯୋଗ ରହିବ ।

ଅଷ୍ଟ୍ରେଲିଆର ଆଲିସା ହିଲି ଯିଏ ତାଙ୍କ ଶେଷ ODI ମ୍ୟାଚରେ ଶତକ ହାସଲ କରିଥିଲେ ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆର ବେଥ୍ ମୁନି ତୃତୀୟ ସ୍ଥାନରେ ରହିଥିବା ବେଳେ ଆସଲେ ଗାର୍ଡନର ୭୨୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।
ଭାରତୀୟ ଅଧିନାୟକ ହରମନପ୍ରୀତ କୌର ନବମ ସ୍ଥାନରେ ରହିଛନ୍ତି । ଯେତେବେଳେ ଜେମିମାହ ରୋଡ୍ରିଗ୍ସ ଦ୍ୱାଦଶ ସ୍ଥାନରେ ଅଛନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତର କ୍ଲିନ୍ ସୁଇପ୍ ସତ୍ତ୍ୱେ ହରମନପ୍ରୀତ ୬୫୨ ପଏଣ୍ଟ ସହ ଚାରି ସ୍ଥାନ ଉପରକୁ ଉଠିଛନ୍ତି ।

ଆଲାନା କିଙ୍ଗ ବିଶ୍ୱର ନମ୍ବର ୧ ବୋଲର

ଅଷ୍ଟ୍ରେଲିଆର ଷ୍ଟାର ବୋଲର ଆଲାନା କିଙ୍ଗ ୭୭୫ ପଏଣ୍ଟ ସହ ବୋଲରଙ୍କ ରାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି । ସେ ପ୍ରାୟ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ରହିଥିବା ସୋଫି ଏକ୍ଲେଷ୍ଟୋନଙ୍କୁ ପଛରେ ପକାଇଛନ୍ତି । ସେହିପରି ବୋଲିଂ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଗାର୍ଡନର ।

ବୋଲିଂ ତାଲିକାରେ ଟପ୍‌ ୧୦ରେ ଦୀପ୍ତି ଶର୍ମା ଏକ ମାତ୍ର ଭାରତୀୟ ରହିଛନ୍ତି । ସେ ଦଶମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ଆଲାନା ଭାରତ ବିପକ୍ଷ ଦିନିକିଆ ସିରିଜରେ ୧୬.୭୧ ହାରରେ ସାତଟି ୱିକେଟ୍ ନେଇଥିଲେ । ସେ ତୃତୀୟ ତଥା ଶେଷ ଦିନିକିଆରେ ୩୩ ରନ ଦେଇ ଚାରିଟି ୱିକେଟ୍ ନେଇଥିଲେ, ଯାହା ଅଷ୍ଟ୍ରେଲିଆକୁ ୧୮୫ ରନର ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ICC Rankings: Smriti Mandhana Becomes No.1 ODI Batter, Alana King Tops Bowling List | Argus News