ICC T20 Rankings / ଅଭିଷେକଙ୍କୁ ବଡ଼ ଝଟକା, ଟି-୨୦ରେ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହେଲେ ଇଶାନ କିଶାନ
·3 hours ago·2 min read

Key Points
No.1 ସ୍ଥାନ ହରାଇଲେ ଅଭିଷେକ ଶର୍ମା
ଇଶାନ କିଶନଙ୍କ ବଡ଼ କମାଲ
ICC T20I ରାଙ୍କିଂରେ ନୂଆ ବାଦଶାହ ଇଶାନ କିଶନ
ଇଶାନ କିଶନଙ୍କ ବଡ଼ କମାଲ
ICC T20I ରାଙ୍କିଂରେ ନୂଆ ବାଦଶାହ ଇଶାନ କିଶନ
ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଇସିସିର ସଦ୍ୟତମ ରାଙ୍କିଂରେ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି ଅଭିଷେକ । ସେ ଗତ ବର୍ଷ ଜୁଲାଇରେ ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ ହୋଇଥିଲେ । ଆଉ ଏବେ ତାଙ୍କୁ ଆଉ କେହି ନୁହେଁ ବରଂ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ପଛରେ ପକାଇ ନମ୍ବର-୧ ହୋଇଛନ୍ତି । ୧ ଜୁଲାଇରେ ପ୍ରକାଶିତ ଆଇସିସିର ରାଙ୍କିଂରେ ଇଶାନ କିଷାନ ନୂତନ ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।
ସଦ୍ୟତମ ICC ରାଙ୍କିଂରେ ଇଶାନ କିଷାନ ୮୭୬ ରେଟିଂ ସହିତ ନୂତନ ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଆର୍ୟାଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଶୂନ୍ୟରେ ଆଉଟ ହୋଇଥିବା ଅଭିଷେକ ଶର୍ମା ୮୬୯ ରେଟିଂ ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହା ବ୍ୟତୀତ, ଶୀର୍ଷ ୧୦ରେ ଆଉ ଏକ ପରିବର୍ତ୍ତନ ହୋଇଛି । ଜସ୍ ବଟଲର୍ ୭୧୬ ରେଟିଂ ସହିତ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଏବଂ ସୂର୍ଯ୍ୟକୁମାର ଯାଦବ ୭୦୮ ରେଟିଂ ସହିତ ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି ।
ଏହି ବର୍ଷ ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଇଶାନ କିଷାନ ଟି-୨୦ କ୍ରିକେଟକୁ ଫେରିଥିଲେ ଏବଂ ସେବେଠାରୁ ନିରନ୍ତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେ ଦ୍ରୁତ ଗତିରେ ରାଙ୍କିଂରେ ଉପରକୁ ଉଠି ଆଜି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ସେହିପରି ବରୁଣ ଚକ୍ରବର୍ତ୍ତୀ ଆଇସିସି ଟି-୨୦ ବୋଲିଂ ରାଙ୍କିଂରେ ଗୋଟିଏ ସ୍ଥାନ ଖସି ତୃତୀୟ ସ୍ଥାନକୁ ଆସିଛନ୍ତି । ଆଘାତ କାରଣରୁ ସେ ଆର୍ୟାଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିପାରି ନଥିଲେ । ପାକିସ୍ତାନର ଅବରାର ଅହମ୍ମଦ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ସେହିପରି ଆଫଗାନିସ୍ତାନର ରସିଦ ଖାନ ୭୫୩ ରେଟିଂ ସହିତ ନମ୍ବର-୧ ଟି-୨୦ ବୋଲର ରହିଛନ୍ତି ।
ଶିବମ୍ ଦୁବେ ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ତିନି ସ୍ଥାନ ବୃଦ୍ଧି ପାଇ ୨୨୦ ରେଟିଂ ସହିତ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କର କ୍ୟାରିୟରର ସର୍ବୋତ୍ତମ ରେଟିଂ। ଜିମ୍ବାୱେର ସିକନ୍ଦର ରାଜା ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

𝑹𝒊𝒔𝒊𝒏𝒈 𝒕𝒐 𝒕𝒉𝒆 𝒕𝒐𝒑 ⭐
— ICC (@ICC) July 1, 2026
Ishan Kishan reaches the No.1 spot in the ICC Men's T20I Batting Rankings 👏
Read more ➡️ https://t.co/KoXIJ9D3PM pic.twitter.com/0z5Q513cYt
ଏହି ବର୍ଷ ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଇଶାନ କିଷାନ ଟି-୨୦ କ୍ରିକେଟକୁ ଫେରିଥିଲେ ଏବଂ ସେବେଠାରୁ ନିରନ୍ତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସେ ଦ୍ରୁତ ଗତିରେ ରାଙ୍କିଂରେ ଉପରକୁ ଉଠି ଆଜି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ସେହିପରି ବରୁଣ ଚକ୍ରବର୍ତ୍ତୀ ଆଇସିସି ଟି-୨୦ ବୋଲିଂ ରାଙ୍କିଂରେ ଗୋଟିଏ ସ୍ଥାନ ଖସି ତୃତୀୟ ସ୍ଥାନକୁ ଆସିଛନ୍ତି । ଆଘାତ କାରଣରୁ ସେ ଆର୍ୟାଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିପାରି ନଥିଲେ । ପାକିସ୍ତାନର ଅବରାର ଅହମ୍ମଦ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ସେହିପରି ଆଫଗାନିସ୍ତାନର ରସିଦ ଖାନ ୭୫୩ ରେଟିଂ ସହିତ ନମ୍ବର-୧ ଟି-୨୦ ବୋଲର ରହିଛନ୍ତି ।
ଶିବମ୍ ଦୁବେ ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ତିନି ସ୍ଥାନ ବୃଦ୍ଧି ପାଇ ୨୨୦ ରେଟିଂ ସହିତ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କର କ୍ୟାରିୟରର ସର୍ବୋତ୍ତମ ରେଟିଂ। ଜିମ୍ବାୱେର ସିକନ୍ଦର ରାଜା ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories