Cricket / ଟି-ଟ୍ଵେଣ୍ଟି ରାଙ୍କିଂରେ ଉପରକୁ ଉଠିଲେ ଅଧିନାୟକ ସୂର୍ଯ୍ୟକୁମାର; ଫାଇଦାରେ ପାଣ୍ଡ୍ୟା ଓ ବୁମ୍ରା
·5 months ago·2 min read

Key Points
ଆଇସିସି ଅନ୍ତର୍ଜାତୀୟ ଟି-ଟ୍ଵଣ୍ଟି ଖେଳାଳିଙ୍କ ରାଙ୍କିଂରେ ଭାରତର ଅନେକ ଷ୍ଟାର୍ ଖେଳାଳି ଉପରକୁ ଉଠିଛନ୍ତି । ଯାହାକି ବିଶ୍ଵକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ମନୋବଳକୁ ଆହୁରି ମଜଭୁତ କରିଛି ।
ମୁମ୍ବାଇ: ଆଇସିସି ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍-୨୦୨୬ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ବଡ଼ ଖୁସି ଖବର । ଆଇସିସି ଅନ୍ତର୍ଜାତୀୟ ଟି-ଟ୍ଵଣ୍ଟି ଖେଳାଳିଙ୍କ ରାଙ୍କିଂରେ ଭାରତର ଅନେକ ଷ୍ଟାର୍ ଖେଳାଳି ଉପରକୁ ଉଠିଛନ୍ତି । ଯାହାକି ବିଶ୍ଵକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ମନୋବଳକୁ ଆହୁରି ମଜଭୁତ କରିଛି ।
ଭାରତୀୟ ଓପନର୍ ଅଭିଷେକ ଶର୍ମା ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ପୁରସ୍କାର ପାଇଛନ୍ତି । ଟି-ଟ୍ଵେଣ୍ଟି ବ୍ୟାଟ୍ସମ୍ୟାନ୍ ଭାବେ ୧ ନମ୍ବର ସ୍ଥାନରେ ଥିବା ଅଭିଷେକ ତାଙ୍କ ସ୍ଥିତିକୁ ଆହୁରି ମଜଭୁତ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଦଳର ଚିହ୍ନକୁ ହାତରେ ପିନ୍ଧି ବୁଲୁଥିଲେ ଅଜିତ ପାୱାର; ଦାମ୍ କେତେ, କେଉଁ କମ୍ପାନୀର ?
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟି-ଟ୍ଵେଣ୍ଟି ସିରିଜ୍ ଖେଳୁଛି । ଯେଉଁଥିରେ ଅଭିଷେକ ଦୁଇଟି ଅର୍ଦ୍ଧଶତକ ହାସଲ କରି ୮୦ ରେଟିଂ ପଏଣ୍ଟ ବଢ଼ାଇଛନ୍ତି । ଏବେ ଅଭିଷେକ ଶର୍ମାଙ୍କ ପାଖର ୯୨୯ ରେଟିଂ ପଏଣ୍ଟ ରହିଛି । ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୯୩୧ ଠାରୁ ୨ ପଏଣ୍ଟ କମ୍ ।
ଦ୍ଵିତୀୟ ସ୍ଥାନରେ ୮୪୯ ପଏଣ୍ଟ ସହ ଅଛନ୍ତି ଇଂଲଣ୍ଡର ଫିଲ ସାଲ୍ଟ । ତୃତୀୟ ସ୍ଥାନରେ ୭୮୧ ପଏଣ୍ଟ ସହ ତିଲକ ବର୍ମା ରହିଛନ୍ତି । ଭାରତୀୟ ଟି-ଟ୍ଵେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ଼ ଲମ୍ଫ ମାରିଛନ୍ତି । ଗୁଆହାଟିରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ ସୂର୍ଯ୍ୟକୁମାର ଅପରାଜିତ ୫୭ ରନ୍ର ପାଳି ଖେଳିଥିଲେ । ଏବେ ସୂର୍ଯ୍ୟକୁମାର ୫ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି ।
ବ୍ୟାଟିଂ ଭଳି ବୋଲିଂରେ ବି ଭାରତୀୟ ବୋଲରଙ୍କ ଚମକ ଦେଖିବାକୁ ମିଳିଛି । ଟି-ଟ୍ଵେଣ୍ଟିରେ ଜଶପ୍ରୀତ ବୁମରା ୩ ୱିକେଟ୍ ନେଇ ୪ଟି ସ୍ଥାନ ଅତିକ୍ରମ କରି ୧୩ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ସେହିଭଳି ବଋଣ ଚକ୍ରବର୍ତ୍ତୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ଖେଳି ଏବେବି ଟି-ଟ୍ଵେଣ୍ଟିରେ ପ୍ରଥମ ସ୍ଥାନରେ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ
ଟି-ଟ୍ଵେଣ୍ଟି ଅଲରାଉଣ୍ଡର ବର୍ଗରେ ଭାରତୀୟ ଖେଳାଳିଙ୍କୁ ଫାଇଦା ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ପାହାଚ ଅତିକ୍ରମ କରି ତୃତୀୟ ସ୍ଥାନରେ ରହିଥିବା ବେଳେ ୧୧ତମ ସ୍ଥାନରେ ଅଛନ୍ତି ଶିବମ ଦୁବେ । ଅଲରାଉଣ୍ଡର ବର୍ଗରେ ଜିମ୍ବାୱେର ସିକନ୍ଦର ରଜା ଏବେ ପ୍ରଥମ ସ୍ଥାନରେ ରହିଛନ୍ତି ।
ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆରମ୍ଭ ହେବାକୁ ଆଉ ମାତ୍ର ୧୦ ଦିନ ସମୟ ବାକି ରହିଛି । ଏଭଳି ସମୟରେ ଭାରତୀୟ କ୍ରିକେଟର ରାଙ୍କିଂରେ ଉପରକୁ ଉଠିବା ଖେଳାଳିଙ୍କ ସହ ଦଳର ମନୋବଳକୁ ବଢ଼ାଇଛି । ଏହା ସକରାତ୍ମକ ସଂକେତ ବୋଲି ବିବେଚନା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories