Semi Final Rain Rule / ଭାରତ-ଇଂଲଣ୍ଡ ସେମିଫାଇନାଲରେ ବର୍ଷା ଭୟ ! ମ୍ୟାଚ୍ ବାତିଲ କାହାକୁ ମିଳିବ ଫାଇନାଲ ଟିକେଟ୍, ଜାଣନ୍ତୁ...
·4 months ago·2 min read

Key Points
ସେମିଫାଇନାଲରେ ବର୍ଷା ହେଲେ କିଏ ଯିବ ଫାଇନାଲ ?
ଜାଣନ୍ତୁ ICC ର ନିୟମ
ସେମିଫାଇନାଲରେ ବର୍ଷା ହେଲେ ଭାରତ ବାହାର?
ଜାଣନ୍ତୁ ICC ର ନିୟମ
ସେମିଫାଇନାଲରେ ବର୍ଷା ହେଲେ ଭାରତ ବାହାର?
ICC ଟି-୨୦ ବିଶ୍ୱକପ୍ ୨୦୨୬ ଏବେ ଶେଷ ପର୍ଯ୍ୟାୟରେ । ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ମୁମ୍ବାଇର ଐତିହାସିକ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଏକ ବଡ଼ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି, ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ, ତେବେ କିଏ ଫାଇନାଲରେ ପହଞ୍ଚିବ ?
ସେମିଫାଇନାଲ ପାଇଁ ଏକ ରିଜର୍ଭ ଡେ' ସ୍ଥିର କରାଯାଇଛି
ନକଆଉଟ୍ ମ୍ୟାଚ୍ ଗୁଡ଼ିକୁ ଧ୍ୟାନରେ ରଖି ICC ସେମିଫାଇନାଲ ପାଇଁ ଏକ ରିଜର୍ଭ ଡେ' ସ୍ଥିର କରିଛି । ଭାରତ-ଇଂଲଣ୍ଡ ମ୍ୟାଚ୍ ମାର୍ଚ୍ଚ ୫ ତାରିଖରେ ଖେଳାଯିବ, କିନ୍ତୁ ଯଦି ବର୍ଷା ଯୋଗୁଁ ସେହି ଦିନ ଖେଳ ହୋଇନପାରେ । ତେବେ ମ୍ୟାଚ୍ ପରବର୍ତ୍ତୀ ଦିନ ଅର୍ଥାତ୍ ମାର୍ଚ୍ଚ ୬ ତାରିଖରେ ପୁନର୍ବାର ଆରମ୍ଭ କରାଯାଇପାରିବ । ଫଳାଫଳ ନିର୍ଣ୍ଣୟ କରିବା ପାଇଁ ମ୍ୟାଚ୍ ଅଧିକାରୀମାନଙ୍କ ପାଖରେ ପ୍ରଥମ ଦିନରେ ଅତିରିକ୍ତ ୯୦ ମିନିଟ୍ ଏବଂ ରିଜର୍ଭ ଡେ'ରେ ୧୨୦ ମିନିଟ୍ ସମୟ ରହିବ ।
ଫଳାଫଳ ନିର୍ଣ୍ଣୟ କରିବା ପାଇଁ କେତେ ଓଭର ଆବଶ୍ୟକ ?
ଟି-୨୦ ମ୍ୟାଚ୍ରେ ଉଭୟ ଦଳ ସାଧାରଣତଃ ଫଳାଫଳ ନିର୍ଣ୍ଣୟ ପାଇଁ ଅତି କମରେ ପାଞ୍ଚ ଓଭର ଖେଳନ୍ତି । କିନ୍ତୁ ସେମିଫାଇନାଲ ଭଳି ପ୍ରମୁଖ ମ୍ୟାଚ୍ରେ ନିୟମ ଟିକେ ଭିନ୍ନ । ଉଭୟ ଦଳ ଅତିକମରେ ପ୍ରତ୍ୟେକେ ୧୦ ଓଭର ଖେଳିବା ପରେ ହିଁ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରାଯିବ । ଯଦି ବର୍ଷା ଯୋଗୁଁ ୧୦ ଓଭର ମଧ୍ୟ ବୋଲିଂ ହୁଏ ନାହିଁ, ତେବେ ଅନ୍ୟ ନିୟମ ଅନୁଯାୟୀ ମ୍ୟାଚ୍ ନିଷ୍ପତ୍ତି ନିଆଯିବ ।
ଯଦି ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯାଏ ତେବେ କ’ଣ ହେବ ?
ଯଦି ମ୍ୟାଚ୍ ଏବଂ ରିଜର୍ଭ ଡେ’ ଉଭୟରେ ଗୋଟିଏ ବି ବଲ୍ ବୋଲିଂ କରାଯାଇପାରିବ ନାହିଁ, ତେବେ ସୁପର୍ ଓଭର୍ କିମ୍ବା ବାଉଣ୍ଡ୍ରୀ ଗଣନା ଦ୍ୱାରା ନିଷ୍ପତ୍ତି ନିଆଯିବ ନାହିଁ । ଏପରି ପରିସ୍ଥିତିରେ ସୁପର୍ ୮ ପର୍ଯ୍ୟାୟରେ ଦଳଗୁଡ଼ିକର ରାଙ୍କିଂ ବିଚାର କରାଯିବ । ଟିମ୍ ଇଣ୍ଡିଆ ସୁପର୍ ୮ର ଗ୍ରୁପ୍ ୧ରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଯେତେବେଳେ କି ଇଂଲଣ୍ଡ ଗ୍ରୁପ୍ ୨ରେ ପ୍ରଥମ ସ୍ଥାନରେ ରହିଥିଲା । ଯଦି ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୁଏ, ତେବେ ଇଂଲଣ୍ଡ ସିଧାସଳଖ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ଏବଂ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବ ।
ୱାଙ୍ଖେଡେରେ ଉଭୟ ଦଳର ପ୍ରଦର୍ଶନ
ଉଭୟ ଦଳ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ କିଛି ମ୍ୟାଚ୍ ଖେଳିଛନ୍ତି । ଇଂଲଣ୍ଡ ଏଠାରେ ନେପାଳ ବିପକ୍ଷରେ ଶେଷ ବଲ୍ରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା, ଯେତେବେଳେ ସେମାନେ ୱେଷ୍ଟଇଣ୍ଡିଜ୍ ଠାରୁ ପରାସ୍ତ ହୋଇଥିଲେ। ଆମେରିକା ବିପକ୍ଷରେ ବିଜୟ ପାଇଁ ଭାରତକୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡିଥିଲା । ତେଣୁ ସେମିଫାଇନାଲ ମ୍ୟାଚ୍ ବହୁତ କଠିନ ହେବ ବୋଲି ଆଶା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories