Indian Diaspora Cricketers / ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ବକପ୍, ବିଦେଶୀ ଦଳରେ ଖେଳିବେ ୪୦ ଭାରତୀୟ
·7 months ago·2 min read

Key Points
ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ଛାପ
ଭାରତରେ ଚମକିବେ ଭାରତୀୟ ବଂଶୋଦ୍ଭବ ଖେଳାଳି
ବିଦେଶୀ ଦଳରେ ଖେଳିବେ ୪୦ ଜଣ ଭାରତୀୟ
ଭାରତରେ ଚମକିବେ ଭାରତୀୟ ବଂଶୋଦ୍ଭବ ଖେଳାଳି
ବିଦେଶୀ ଦଳରେ ଖେଳିବେ ୪୦ ଜଣ ଭାରତୀୟ
ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏବେ ଚୁଡ଼ାନ୍ତ ପର୍ଯ୍ୟାୟରେ । ସବୁ ଦଳ ମଧ୍ୟ ଟି-୨୦ ବିଶ୍ବକପ୍ ପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ସାରା ବିଶ୍ବର କ୍ରିକେଟ ପ୍ରେମୀମାନେ ଏବେ ଟି-୨୦ ବିଶ୍ବକପ୍କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଆଇସିସିର ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି । ଉଦଘାଟନୀ ଦିନରେ ତିନୋଟି ମ୍ୟାଚ୍ ଖେଳାଯିବ । ଏହି ବିଶ୍ୱକପ୍ ଭାରତୀୟ ଖେଳାଳିଙ୍କ ଦ୍ୱାରା ପରିପୂର୍ଣ୍ଣ । ପ୍ରାୟ ୪୦ ଜଣ ଭାରତୀୟ ଖେଳାଳି ବିଭିନ୍ନ ଦଳ ପାଇଁ ଖେଳୁଥିବାର ନଜର ଆସିବେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଭାରତୀୟ ବଂଶୋଦ୍ଭବ ଖେଳାଳିମାନେ ଏବେ ଭାରତରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ । ବିଦେଶୀ ଦଳଗୁଡ଼ିକ ମଧ୍ୟରେ ଆମେରିକା, କାନାଡା ଏବଂ ୟୁଏଇ ଦଳରେ ୨୩ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି । ମୁମ୍ବାଇରେ ଜନ୍ମିତ ଆମେରିକୀୟ ଦ୍ରୁତ ବୋଲର ସୌରଭ ନେତ୍ରଭାଲକରଙ୍କ ଭଳି ଖେଳାଳିଙ୍କ ପାଇଁ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ବିପକ୍ଷରେ ଖେଳିବା ଏକ ସ୍ମରଣୀୟ ମୁହୂର୍ତ୍ତ ହେବ ।
୨୦୨୬ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ କାନାଡା ଦଳରେ ମୋଟ ୧୧ ଜଣ ଭାରତୀୟ ଖେଳାଳି ଅଛନ୍ତି । ଆମେରିକା ଦଳରେ ନଅ ଜଣ ଭାରତୀୟ, ଓମାନ ଦଳରେ ସାତ ଜଣ ଭାରତୀୟ ଏବଂ ୟୁଏଇ ଦଳରେ ସାତ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ଅଛନ୍ତି । ସମସ୍ତ ବିଦେଶୀ ଦଳ ସମେତ ପ୍ରାୟ ୪୦ ଜଣ ଭାରତୀୟ କ୍ରିକେଟର ଏହି ବିଶ୍ୱକପରେ ବିଭିନ୍ନ ଦଳ ପାଇଁ ଖେଳୁଥିବାର ନଜର ଆସିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥର ଟି-୨୦ ବିଶ୍ୱକପରେ ମୋଟ ୨୦ ଦଳ ଅଂଶଗ୍ରହଣ କରୁଛନ୍ତି
୨୦୨୬ ଟି-୨୦ ବିଶ୍ୱକପରେ ମୋଟ ୨୦ ଦଳ ଅଂଶଗ୍ରହଣ କରୁଛନ୍ତି । ଏହି ଦଳଗୁଡ଼ିକୁ ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି, ପ୍ରତ୍ୟେକ ଗ୍ରୁପରେ ପାଞ୍ଚଟି ଦଳ ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଗ୍ରୁପରେ ଥିବା ଦଳଗୁଡ଼ିକ ପ୍ରଥମେ ପରସ୍ପର ବିପକ୍ଷରେ ଖେଳିବେ ଏବଂ ଏଥିରୁ ସୁପର ୮ ନିର୍ଣ୍ଣୟ କରାଯିବ । ଆଠଟି ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ । ଏହା ପରେ ସେମିଫାଇନାଲ ଆଉ ପରେ ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
ଏହି ଟି-୨୦ ବିଶ୍ବକପ୍ରେ ବାଂଲାଦେଶ ଅଂଶଗ୍ରହଣ କରୁନାହିଁ । ICC ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସାମିଲ କରିଛି । ସେହିପରି ପାକିସ୍ତାନ ଯଦିଓ ଟି-୨୦ ବିଶ୍ବକପ୍ରେ ଅଂଶଗ୍ରହଣ କରୁଛି କିନ୍ତୁ ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍କୁ ପାକିସ୍ତାନ ବର୍ଜନ କରିବାକୁ ଘୋଷଣା କରିଛି ।

Related Topics
Explore more stories