Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ICC Warns Pakistan / ଆଇସିସି ଦେଲା ଚେତାବଦୀ, ପାକିସ୍ତାନ ହେଲା ବ୍ୟାନ୍‌...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଆଇସିସି ଦେଲା ଚେତାବଦୀ, ପାକିସ୍ତାନ ହେଲା ବ୍ୟାନ୍‌...
ICC Warns Pakistan

Key Points

ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହେବ ପାକିସ୍ତାନ
ଆଇସିସି ଦେଲା ଏମିତି ଚେତାବଦୀ
ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହେବ ପାକିସ୍ତାନ। ଲଗାତାର ଭାବେ ବାଂଲାଦେଶ ପାଇଁ ପାକିସ୍ତାନୀ ଓକିଲାତି କରୁଛି । ଏହାସହ ଭାରତ ବିରୋଧରେ ମନ୍ତବ୍ୟ ଦେଉଛି । ତେବେ ପାକ୍ ଯଦି ଏପରି ନୀତି ନଛାଡେ ତେବେ ଦେଶର କ୍ରିକେଟ୍ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରିବ ବୋଲି କୁହାଯାଉଛି । ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶ ବଦଳରେ ଆଇସିସି ୨୦୨୬ ଟି-୨୦ ବିଶ୍ବକପ୍‌ରେ ସ୍କଟଲାଣ୍ଡକୁ ସାମିଲ କରିଛି ।

ତେବେ ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ମଧ୍ୟ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିପାରେ । ପିସିବି ମୁଖ୍ୟ ମୋହସିନ ନକଭି ଶନିବାର ଏହି ସୂଚନା ଦେଇଛନ୍ତି । ଏବେ ଆଉ କ୍ରିକେଟ୍ ଖେଳିପାରବନି ପାକିସ୍ତାନ । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ମିଳିବନି ପରମିସନ୍ । ଆଇସିସି ଛଡାଇ ନେବ ଅନେକ ମାନ୍ୟତା । କିଛି ଏପରି ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ମଧ୍ୟ ପିସିବିକୁ ଦେଇଛି ଧମକ୍ ।୨୦୨୬ଟି୨୦ବିଶ୍ୱକପରୁହଟିବା ନେଇ ଧମକ ଦେବା ପରେ ତାଗିଦ୍ କରିଛି ଆଇସିସି ।

ସୂତ୍ରାନୁସାରେ, ଯଦି ପାକିସ୍ତାନ ବିଶ୍ୱକପର ବହିଷ୍କାର କରେ ତାହାଲେ ଏହାର ପରିଣାମ ଭୟଙ୍କର ହେବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ କ୍ରିକେଟର ଅସ୍ତିତ୍ୱ ରହିବନି । ପାକ୍ କ୍ରିକେଟର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ । ଆଇସିସି କହିଛି ଯେ, ପାକିସ୍ତାନ ଯଦି ଟୁର୍ଣ୍ଣାମେଣ୍ଟରେ ସାମିଲ ନହୁଏ ତେବେ କିଛି ଠିକ୍ ହେବନି ।ଆଇସିସି ପିସିବି ଉପରେ ପ୍ରତିବନ୍ଧକ ଲଗାଇବ । ଯାହା ପୂର୍ବରୁ କେବେ ହୋଇନି । ପାକିସ୍ତାନ କ୍ରିକେଟର ଭବିଷ୍ୟତ ବି ବିପଦରେ ପଡିବ ବୋଲି ଆଇସିସି କହିଛି ।
ରିପୋର୍ଟ ଅନୁସାରେ, ଆଉ ମାତ୍ର ଅଳ୍ପ ଦିନ ପରେ ଆରମ୍ଭ ହେବ ଟି୨୦ବିଶ୍ୱକପ୍ ।

ଏଥିସହ ପଢ଼ନ୍ତୁ: ବାପା-ପୁଅ ଭିତରେ ଫାଟ, ରାଗରେ ଅନୁପମଙ୍କୁ ଚାପୁଡା ମାରିଲେ ପୁଅ...

ଯାହାର ଆୟୋଜନ କରୁଛି ଭାରତ । ତେବେ ଭାରତରେ ଖେଳିବାକୁ ମନା କରିଛି ବାଂଲାଦେଶ । ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପାଇଁ ବାଂଲାଦେଶ ଖେଳିବନି । ତା ଜାଗାରେ ସ୍କଟଲ୍ୟାଣ୍ଡ୍ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ତେବେ ବାଂଲାଦେଶର ସମର୍ଥନରେ ବାହାରିଥିଲା ପାକିସ୍ତାନ । ଏହାସହ ଟୁର୍ଣ୍ଣାମେଣ୍ଟରୁ ଦୂରରେ ରହିବ ବୋଲି କହିଥିଲା । ଯାହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଆଇସିସି ।

ଅଧିକ ପଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ICC Warns Pakistan | ICC Warns Pakistan Of Severe Sanctions If It Withdraws From T20 World Cup | Argus News | Argus News