Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇସିସି ମହିଳା କ୍ରିକେଟ ଟି -20 ; ଆଜି ପାକିସ୍ତାନକୁ ଭେଟିବ ଭାରତ

Sports

ଆଇସିସି ମହିଳା କ୍ରିକେଟ ଟି -20 ; ଆଜି ପାକିସ୍ତାନକୁ ଭେଟିବ ଭାରତ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଇସିସି ମହିଳା କ୍ରିକେଟ ଟି -20 ; ଆଜି ପାକିସ୍ତାନକୁ ଭେଟିବ ଭାରତ

ଅର୍ଗସ ବ୍ୟୁରୋ : ଆଇସିସି ମହିଳା କ୍ରିକେଟ ଟି -20 ବିଶ୍ୱକପ 2024 । ଆଜି ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ। ନ୍ୟୁଜଲାଣ୍ଡ ବିପକ୍ଷ ପରାଜୟ ପରେ ଏହି ମ୍ୟାଚ ଜିତି କମବ୍ୟାକ ଲକ୍ଷ୍ୟରେ ହରମନପ୍ରୀତ ଆଣ୍ଡ କୋ । ଅନ୍ୟ ପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଏସିଆ ଚାମ୍ପିଆନ ଶ୍ରୀଲଙ୍କାକୁ ହରାଇଥିବା ପାକିସ୍ତାନ ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି॥ ସେମାନେ ମଧ୍ୟ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବେ ।

ଅଧିକ ପଢନ୍ତୁ : ନ୍ୟୁଜଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଟିମ୍

ଉଭୟ ଦଳଙ୍କ ମଧ୍ୟରେ ଟି -20 ଫର୍ମାଟରେ 15 ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ 12 ଟି ଏବଂ ପାକିସ୍ତାନ ତିନୋଟିରେ ବିଜୟ ହୋଇଛି । ଆଜିର ମ୍ୟାଚ ଭାରତୀୟ ସମୟ ଅପରାହ୍ନ 3.30 ସମୟରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିଅମରେ ଖେଳାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC Women's Cricket T20; India will meet Pakistan today | Argus News