Iceland Cricket Viral Post / ୫୩ ବଲ୍ରେ ୨୦୪ ରନ୍, ବୈଭବଙ୍କ ବ୍ୟାଟିଂ ଦେଖି AI ଚିପ୍ର କଥା କହିଲା ଆଇସଲାଣ୍ଡ
·32 mins ago·2 min read

Key Points
ବୈଭବଙ୍କ ବ୍ୟାଟ୍ରେ AI ଚିପ୍ !
Nvidia CEOଙ୍କୁ ନେଇ ଆଇସଲାଣ୍ଡ କ୍ରିକେଟ୍ର ମଜା!
ଆଇସଲାଣ୍ଡର ମଜାଦାର ପୋଷ୍ଟ ଭାଇରାଲ୍
Nvidia CEOଙ୍କୁ ନେଇ ଆଇସଲାଣ୍ଡ କ୍ରିକେଟ୍ର ମଜା!
ଆଇସଲାଣ୍ଡର ମଜାଦାର ପୋଷ୍ଟ ଭାଇରାଲ୍
ନୂଆଦିଲ୍ଲୀ: ୧୫ ବର୍ଷୀୟ ଯୁବ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ମାତ୍ର ୫୩ଟି ବଲ୍ରେ ୨୦୪ ରନ୍ର ଐତିହାସିକ ପାଳି ଖେଳି ସେ କ୍ରିକେଟ୍ ଜଗତକୁ ଚକିତ କରିଦେଇଛନ୍ତି । ନିଜ ପାଳିରେ ୨୮ଟି ଛକା ମାରି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୁବ ବ୍ୟାଟ୍ସମ୍ୟାନ୍ । ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କେଭିନ୍ ପିଟରସନଙ୍କ ପର୍ଯ୍ୟନ୍ତ ଅନେକ କ୍ରିକେଟ୍ ତାରକା ତାଙ୍କର ପ୍ରଶଂସା କରିଛନ୍ତି ।
ତେବେ ଏହି ଐତିହାସିକ ପାଳିକୁ ନେଇ ଆଇସଲାଣ୍ଡ କ୍ରିକେଟ୍ କରିଥିବା ଏକ ମଜାଦାର ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବୈଭବଙ୍କ ବ୍ୟାଟ୍ରେ AI ଚିପ୍ ଲାଗିଥିବା କଥା କହି ସେମାନେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଏନଭିଡିଆର CEO ଜେନସେନ୍ ହୁଆଙ୍ଗଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ।
ଆଇସଲାଣ୍ଡ କ୍ରିକେଟ୍ ନିଜର ଏକ୍ସ (X) ଆକାଉଣ୍ଟରେ ଲେଖିଛି, “ଏହା କେବଳ ସଂଯୋଗ ନୁହେଁ ଯେ, ମଙ୍ଗଳବାର ଜେନସେନ୍ ହୁଆଙ୍ଗ ଏନଭିଡିଆର CEO ଭାବେ ଫେରିଲେ ଏବଂ ବୁଧବାର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ରେ ପୁଣି AI ଚିପ୍ ଫେରିଆସିଲା ।”
It is no coincidence that on Tuesday Jensen Huang returned as Nvidia CEO, and on Wednesday, the AI chips in Vaibhav Sooryavanshi's bat came back.
— Iceland Cricket (@icelandcricket) November 25, 2026
ଏହି ପୋଷ୍ଟ ଜରିଆରେ ଆଇସଲାଣ୍ଡ କ୍ରିକେଟ୍ ବୈଭବଙ୍କ ଅସାଧାରଣ ବ୍ୟାଟିଂକୁ କୃତ୍ରିମ ବୁଦ୍ଧିମତ୍ତା (AI) ସହ ଯୋଡ଼ି ମଜାଦାର ଢଙ୍ଗରେ ପ୍ରଶଂସା କରିଛି । ଏନଭିଡିଆ କମ୍ପାନୀ AI ଚିପ୍, GPU, କମ୍ପ୍ୟୁଟିଂ ପ୍ଲାଟଫର୍ମ ଏବଂ ଡାଟା ସେଣ୍ଟର ହାର୍ଡୱେର୍ ପାଇଁ ବିଶ୍ୱବ୍ୟାପୀ ପରିଚିତ । ତେଣୁ ଜେନସେନ୍ ହୁଆଙ୍ଗଙ୍କୁ ନେଇ ଏହି ମଜାଦାର ତୁଳନା କ୍ରିକେଟ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।
ଅନ୍ୟପଟେ ବୈଭବଙ୍କ ବୟସକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କର ଏଭଳି ବିସ୍ଫୋରକ ପ୍ରଦର୍ଶନ ଦେଖି ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର୍ ତାଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
ଉଲ୍ଲେଖଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଆଇସଲାଣ୍ଡ କ୍ରିକେଟ୍ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ବିବାଦୀୟ ସ୍ୟାଣ୍ଡପେପର୍ ଗେଟ୍ ଘଟଣାକୁ ନେଇ ଏକ ବ୍ୟଙ୍ଗାତ୍ମକ ପୋଷ୍ଟ କରିଥିଲା । ଏବେ ବୈଭବଙ୍କୁ ନେଇ ତାଙ୍କର ଏହି ନୂଆ ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories