Iceland Trolls Pakistan / ପାକିସ୍ତାନକୁ ଟ୍ରୋଲ୍ କଲା ଆଇସଲାଣ୍ଡ, ଶୀଘ୍ର ନିଷ୍ପତ୍ତି ନିଅ... ନହେଲେ ଆମେ ଖେଳିବୁ ବିଶ୍ବକପ୍
·5 months ago·3 min read

Key Points
ଟି-୨୦ ବିଶ୍ୱକପ୍ ପୂର୍ବରୁ ହସ୍ୟରସ ଆକ୍ରମଣ!
ପାକିସ୍ତାନକୁ ଆଇସଲ୍ୟାଣ୍ଡର କଟାକ୍ଷ
ଶୀଘ୍ର ନିଷ୍ପତ୍ତି ନିଅ, ନହେଲେ ଆମେ ଖେଳିବୁ ବିଶ୍ୱକପ୍’

ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ଟି-୨୦ ବିଶ୍ବକପ୍ । କିନ୍ତୁ ଏପର୍ଯ୍ୟନ୍ତ ବିବାଦ ଥମିବାରେ ନାଁ ନେଉନାହିଁ ।
ICC ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଇସଲ୍ୟାଣ୍ଡ କ୍ରିକେଟ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପାକିସ୍ତାନକୁ ସମାଲୋଚନା କରିଛି । ଏହି ପୋଷ୍ଟ ଏପରି ସମୟରେ ଆସିଛି ଯେତେବେଳେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଧମକ ଯୋଗୁଁ ପଡ଼ିଆ ବାହାରେ ବିବାଦ ବଢ଼ିବାରେ ଲାଗିଛି ।
ଆଇସଲ୍ୟାଣ୍ଡ କ୍ରିକେଟ୍ ଏହାର ଅଫିସିଆଲ୍ 'X' ଆକାଉଣ୍ଟ ମାଧ୍ୟମରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତାର ଜବାବ ଦେଇଛି । ଏକ ହାସ୍ୟରସପୂର୍ଣ୍ଣ ସ୍ୱରରେ ଆଇସଲ୍ୟାଣ୍ଡ କ୍ରିକେଟ୍ କହିଛି ଯେ ଯଦି ପାକିସ୍ତାନ ଟି-୨୦ ବିଶ୍ୱକପରୁ ଓହରିଯାଏ, ତେବେ ଏହା ସେମାନଙ୍କ ସ୍ଥାନରେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଆଇସଲ୍ୟାଣ୍ଡ କ୍ରିକେଟ୍ ଏହାର ପୋଷ୍ଟରେ ଲେଖିଛି, "ଆମକୁ ପାକିସ୍ତାନଠାରୁ ପ୍ରକୃତରେ ଏକ ଶୀଘ୍ର ନିଷ୍ପତ୍ତି ଆବଶ୍ୟକ ଯେ ସେମାନେ ଟି-୨୦ ବିଶ୍ୱକପ୍ ଖେଳିବେ କି ନାହିଁ । ଫେବୃଆରୀ ୨ରେ ସେମାନେ ଓହରିଯିବା ମାତ୍ରେ ଆମେ ଉଡ଼ାଣ ପାଇଁ ପ୍ରସ୍ତୁତ । ଏକମାତ୍ର ସମସ୍ୟା ହେଉଛି ଫେବୃଆରୀ ୭ ସୁଦ୍ଧା କଲମ୍ବୋରେ ପହଞ୍ଚିବା ପାଇଁ ବିମାନ ସୂଚୀ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ।" ଆଇସଲ୍ୟାଣ୍ଡ କ୍ରିକେଟ୍ ବୋର୍ଡର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ତା'ର ସମସ୍ତ ମ୍ୟାଚ୍ ଭାରତରେ ଖେଳିବାକୁ ମନା କରିଥିଲା । ଭାରତ ବଦଳରେ ଶ୍ରୀଲଙ୍କାରେ ଖେଳିବାକୁ ଦାବି କରିଥିଲା ବାଂଲାଦେଶ । ଆଉ ବାଂଲାଦେଶ ଆଇସିସି ମଧ୍ୟର ଜାରି ରହିଥିବା ବିବାଦ ମଧ୍ୟକୁ ପଶିଥିଲା ପାକିସ୍ତାନ । ବାଂଲାଦେଶର ସମସ୍ତ ମ୍ୟାଚ୍ ନିଜ ଦେଶରେ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ ବୋଲି କହିଥିଲା । କିନ୍ତୁ ଆଇସିସି ଏସବୁ ପ୍ରସ୍ତାବକୁ ନାକଚ କରିଥିଲା । ଶେଷରେ ବାଂଲାଦେଶ ବଦଳରେ ଚଳିତ ଟି-୨୦ ବିଶ୍ବକପ୍ରେ ସ୍କଟଲାଣ୍ଡକୁ ସାମିଲ କରିଥିଲା । ଆଉ ବାଲାଂଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଉପରେ ପ୍ରଶ୍ନ ଉଠାଇଥିଲା ପାକିସ୍ତାନ ।
ମୋହସିନ୍ ନକଭି କହିଥିଲେ ଯେ ଆଇସିସିର ପୂର୍ଣ୍ଣ ସଦସ୍ୟ ବାଂଲାଦେଶକୁ ପାକିସ୍ତାନ ପରି ସମାନ ରିହାତି ମିଳିବା ଉଚିତ ଥିଲା । ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆଇସିସି ଏହାର ନିଷ୍ପତ୍ତିକୁ ରକ୍ଷା କରି କହିଛି ଯେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକରୁ ମିଳିଥିବା ରିପୋର୍ଟରେ ଭାରତରେ ବାଂଲାଦେଶୀ ଖେଳାଳି, ଅଧିକାରୀ କିମ୍ବା ପ୍ରଶଂସକଙ୍କ ପାଇଁ କୌଣସି ଠୋସ୍ କିମ୍ବା ବିଶ୍ୱସନୀୟ ବିପଦ ମିଳିନାହିଁ । ଏହା ସତ୍ତ୍ୱେ, ବାଂଲାଦେଶର ପ୍ରତ୍ୟାହାର ନିଷ୍ପତ୍ତି ପରେ ଆଇସିସି ସେମାନଙ୍କ ସ୍ଥାନରେ ଟୁର୍ଣ୍ଣାମେଣ୍ଟରେ ସ୍କଟଲାଣ୍ଡକୁ ସାମିଲ କରିଛି।
ମୋହସିନ୍ ନକଭିଙ୍କ ବୟାନ ଶେଷ ମୁହୂର୍ତ୍ତରେ ପାକିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟ ବର୍ଜନ କରିପାରେ କି ନାହିଁ ସେ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା । ତଥାପି, ପିସିବି ଗୋଟିଏ ଦିନ ପରେ ୧୫ ଜଣିଆ ପାକିସ୍ତାନୀ ଦଳ ଘୋଷଣା କରିଥିଲା। ସୂତ୍ର ଅନୁସାରେ, ଆଇସିସି ପାକିସ୍ତାନକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଯଦି ଏହା ବାଂଲାଦେଶ ପରି ସମାନ ପଦକ୍ଷେପ ନିଏ, ତେବେ ଏହା କଠୋର ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ। ଏପରି ନିଷ୍ପତ୍ତି ପାକିସ୍ତାନୀ କ୍ରିକେଟ ପାଇଁ ଦୀର୍ଘକାଳୀନ ନକାରାତ୍ମକ ପରିଣାମ ଆଣିପାରେ । ବର୍ତ୍ତମାନ, ପାକିସ୍ତାନ ଏକ ହାଇବ୍ରିଡ୍ ମଡେଲ୍ ଅଧୀନରେ ଭାରତରେ ଅନୁଷ୍ଠିତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳୁଛି ।
ଚଳିତ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳ ଗ୍ରୁପ୍ A ରେ ଅଛନ୍ତି ।
ପାକିସ୍ତାନକୁ ଟ୍ରୋଲ୍ କଲା ଆଇସଲାଣ୍ଡ, ଶୀଘ୍ର ନିଷ୍ପତ୍ତି ନିଅ... ନହେଲେ ଆମେ ଖେଳିବୁ ବିଶ୍ବକପ୍

We really need Pakistan to decide soon upon their participation in the T20 WC.
— Iceland Cricket (@icelandcricket) January 28, 2026
We are ready to take off as soon as they pull out on 2nd Feb, but the flight schedule is a logistical nightmare to get us to Colombo in good time for 7th Feb.
Our opening bat is an insomniac! pic.twitter.com/2hJSpMn0Cx
ସୂଚନା ଅନୁସାରେ, ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ତା'ର ସମସ୍ତ ମ୍ୟାଚ୍ ଭାରତରେ ଖେଳିବାକୁ ମନା କରିଥିଲା । ଭାରତ ବଦଳରେ ଶ୍ରୀଲଙ୍କାରେ ଖେଳିବାକୁ ଦାବି କରିଥିଲା ବାଂଲାଦେଶ । ଆଉ ବାଂଲାଦେଶ ଆଇସିସି ମଧ୍ୟର ଜାରି ରହିଥିବା ବିବାଦ ମଧ୍ୟକୁ ପଶିଥିଲା ପାକିସ୍ତାନ । ବାଂଲାଦେଶର ସମସ୍ତ ମ୍ୟାଚ୍ ନିଜ ଦେଶରେ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ ବୋଲି କହିଥିଲା । କିନ୍ତୁ ଆଇସିସି ଏସବୁ ପ୍ରସ୍ତାବକୁ ନାକଚ କରିଥିଲା । ଶେଷରେ ବାଂଲାଦେଶ ବଦଳରେ ଚଳିତ ଟି-୨୦ ବିଶ୍ବକପ୍ରେ ସ୍କଟଲାଣ୍ଡକୁ ସାମିଲ କରିଥିଲା । ଆଉ ବାଲାଂଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଉପରେ ପ୍ରଶ୍ନ ଉଠାଇଥିଲା ପାକିସ୍ତାନ ।
ମୋହସିନ୍ ନକଭି କହିଥିଲେ ଯେ ଆଇସିସିର ପୂର୍ଣ୍ଣ ସଦସ୍ୟ ବାଂଲାଦେଶକୁ ପାକିସ୍ତାନ ପରି ସମାନ ରିହାତି ମିଳିବା ଉଚିତ ଥିଲା । ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆଇସିସି ଏହାର ନିଷ୍ପତ୍ତିକୁ ରକ୍ଷା କରି କହିଛି ଯେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକରୁ ମିଳିଥିବା ରିପୋର୍ଟରେ ଭାରତରେ ବାଂଲାଦେଶୀ ଖେଳାଳି, ଅଧିକାରୀ କିମ୍ବା ପ୍ରଶଂସକଙ୍କ ପାଇଁ କୌଣସି ଠୋସ୍ କିମ୍ବା ବିଶ୍ୱସନୀୟ ବିପଦ ମିଳିନାହିଁ । ଏହା ସତ୍ତ୍ୱେ, ବାଂଲାଦେଶର ପ୍ରତ୍ୟାହାର ନିଷ୍ପତ୍ତି ପରେ ଆଇସିସି ସେମାନଙ୍କ ସ୍ଥାନରେ ଟୁର୍ଣ୍ଣାମେଣ୍ଟରେ ସ୍କଟଲାଣ୍ଡକୁ ସାମିଲ କରିଛି।
ମୋହସିନ୍ ନକଭିଙ୍କ ବୟାନ ଶେଷ ମୁହୂର୍ତ୍ତରେ ପାକିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟ ବର୍ଜନ କରିପାରେ କି ନାହିଁ ସେ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା । ତଥାପି, ପିସିବି ଗୋଟିଏ ଦିନ ପରେ ୧୫ ଜଣିଆ ପାକିସ୍ତାନୀ ଦଳ ଘୋଷଣା କରିଥିଲା। ସୂତ୍ର ଅନୁସାରେ, ଆଇସିସି ପାକିସ୍ତାନକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଯଦି ଏହା ବାଂଲାଦେଶ ପରି ସମାନ ପଦକ୍ଷେପ ନିଏ, ତେବେ ଏହା କଠୋର ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ। ଏପରି ନିଷ୍ପତ୍ତି ପାକିସ୍ତାନୀ କ୍ରିକେଟ ପାଇଁ ଦୀର୍ଘକାଳୀନ ନକାରାତ୍ମକ ପରିଣାମ ଆଣିପାରେ । ବର୍ତ୍ତମାନ, ପାକିସ୍ତାନ ଏକ ହାଇବ୍ରିଡ୍ ମଡେଲ୍ ଅଧୀନରେ ଭାରତରେ ଅନୁଷ୍ଠିତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳୁଛି ।
ଚଳିତ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳ ଗ୍ରୁପ୍ A ରେ ଅଛନ୍ତି ।
ପାକିସ୍ତାନକୁ ଟ୍ରୋଲ୍ କଲା ଆଇସଲାଣ୍ଡ, ଶୀଘ୍ର ନିଷ୍ପତ୍ତି ନିଅ... ନହେଲେ ଆମେ ଖେଳିବୁ ବିଶ୍ବକପ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories