Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଯଦି ଭାରତ ଏସିଆ କପ୍ ଜିତେ, ତେବେ ACC ଅଧ୍ୟକ୍ଷଙ୍କଠୁ ଟ୍ରଫି ନେବେନି ସୂର୍ଯ୍ୟକୁମାର

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ଯଦି ଭାରତ ଏସିଆ କପ୍ ଜିତେ, ତେବେ ACC ଅଧ୍ୟକ୍ଷଙ୍କଠୁ ଟ୍ରଫି ନେବେନି ସୂର୍ଯ୍ୟକୁମାର

Key Points

ଏସିଆ କପ୍-୨୦୨୫ । ଯଦି ଭାରତ ବିଜେତା ହୁଏ । ତେବେ ACC ଅଧ୍ୟକ୍ଷଙ୍କଠୁ ଟ୍ରଫି ନେବେନି ସୂର୍ଯ୍ୟକୁମାର ଯାଦବ।

ସେପ୍ଟେମ୍ବର ୧୪, ରବିବାର ଏସିଆ କପରେ ଖେଳାଯାଇଥିଲା ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚକୁ ଭାରତ ୭ ଓ୍ବିକେଟରେ ବିଜୟଲାଭ କରିଛି । କିନ୍ତୁ ଏବେ ବି ସେହି ମ୍ୟାଚକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନି । କାରଣ ହେଉଛି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ପାକିସ୍ତାନୀ ବୋର୍ଡ ଏହାକୁ ନେଇ ଏକ ବଡ଼ ହଙ୍ଗାମା ସୃଷ୍ଟି କରିଛି ।


ସେପ୍ଟେମ୍ବର ୧୪ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ, ଯାହା ପରେ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ସେମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ। ତେବେ ଏସବୁ ମଧ୍ୟରେ ହାତ ମିଳାଇବା ବିବାଦ ପରେ, ଭାରତୀୟ ଦଳ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି।


ଯଦି ଭାରତ ଟାଇଟଲ୍ ଜିତିଯାଏ, ତେବେ ସୂର୍ଯ୍ୟକୁମାର ଯାଦବ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମଞ୍ଚକୁ ଯିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୂତ୍ରରୁ ଜାଣିବାକୁ ପାଇଛି ଯେ ଯଦି ଭାରତୀୟ ଦଳ ଏସିଆ କପ୍ ଜିତିବାରେ ସଫଳ ହୁଏ, ତେବେ ଭାରତୀୟ ଅଧିନାୟକ ଏସୀୟ କ୍ରିକେଟ ପରିଷଦ (ACC)ର ବର୍ତ୍ତମାନର ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମଞ୍ଚକୁ ଯିବେ ନାହିଁ।


ସୂର୍ଯ୍ୟକୁମାର ଯାଦବ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଦଳ ଫାଇନାଲରେ ବିଜୟୀ ହୁଏ, ତେବେ ସେ ଚାହାଁନ୍ତି ନାହିଁ ଯେ ନକଭି, ଯିଏକି ଏସୀୟ କ୍ରିକେଟ ପରିଷଦର ସଭାପତି ମଧ୍ୟ, ଭାରତକୁ ଏସିଆ କପ୍ ଟ୍ରଫି ପ୍ରଦାନ କରନ୍ତୁ । ଏହି ବାର୍ତ୍ତା ACC କୁ ମଧ୍ୟ ପଠାଯାଇଛି।


ସେପଟେ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ PCBର ଅନୁରୋଧ ବିଷୟରେ, ICC ପାକିସ୍ତାନ ବନାମ UAE ମ୍ୟାଚ୍ ପାଇଁ ରିଚି ରିଚାର୍ଡସନଙ୍କୁ ଦାୟିତ୍ୱରେ ନିଯୁକ୍ତ କରିବାକୁ ରାଜି ହୋଇଛି । ତଥାପି, ପରବର୍ତ୍ତୀ ପର୍ଯ୍ୟାୟରେ ପାକିସ୍ତାନର ମ୍ୟାଚ୍‌ରେ ପାଇକ୍ରଫ୍ଟଙ୍କ ଅମ୍ପାୟାରିଂ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

Related Topics

Explore more stories

Sponsored