Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତର ବୋଲିଂ ବାହିନୀ ଆଗରେ ଧୁଳି ଚାଟିଲା ଟିମ ସାଉଥ ଆଫ୍ରିକା

Sports

ଭାରତର ବୋଲିଂ ବାହିନୀ ଆଗରେ ଧୁଳି ଚାଟିଲା ଟିମ ସାଉଥ ଆଫ୍ରିକା

Jitendra Dash
Browse all articles by Jitendra Dash
·2 years ago·1 min read
ଭାରତର ବୋଲିଂ ବାହିନୀ ଆଗରେ ଧୁଳି ଚାଟିଲା ଟିମ ସାଉଥ ଆଫ୍ରିକା

ଅର୍ଗସ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି କେପଟାଉନ ଟେଷ୍ଟ ମ୍ୟାଚ । ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ବି ୧୭୬ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ରହିଥିଲା । ଯାହାକୁ ଅତି ସହଜରେ ବିଜୟ ହାସଲ କରିଛି ଭାରତ । ୭ ଓ୍ବିକେଟରେ ସାଉଥ ଆଫ୍ରିକାକୁ ହରାଇଲେ ଭାରତ ।

ଅଧିକ ପଢନ୍ତୁ : ଟେଷ୍ଟର ସବୁଠାରୁ ରୋମାଞ୍ଚକ ଦିନ: ପ୍ରଥମ ଦିନରେ ହେଲା ୨୩ ଓ୍ବିକେଟର ପତ୍ତନ

ସୂଚନା ଥାଉକି, କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଆଜି ପୁଣି ଚମତ୍କାର ବୋଲିଂ କରିଛି ଟିମ୍ ଇଣ୍ଡିଆ । ଏଥିରେ ଏଡେନ ମାକରମଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୭୬ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିଥିବା ଭାରତକୁ ବିଜୟ ପାଇଁ ୭୯ ରନର ଟାର୍ଗେଟ ମିଳିଥିଲା । ଆଜିର ଏହି ଦ୍ୱିତୀୟ ଇନିଂସରେ କମାଲ କରିଛନ୍ତି ଯଶପ୍ରୀତ ବୁମ୍ରା । ସେ ସର୍ବାଧିକ ୬ଟି ୱିକେଟ ନେଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୁକେଶ କୁମାର ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଲେଖାଏ ୱିକେଟ ହାସଲ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored