Womens World Cup Final / ମହିଳା ବିଶ୍ବକପ୍ ଫାଇନାଲ: ୪.୩୨ରେ ପଡ଼ିବ ଟସ୍, ୫ଟାରେ ଖେଳାଯିବ ମ୍ୟାଚ୍
·8 months ago·2 min read

Key Points
ଭାରତ-ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ଫାଇନାଲ । ଅପରାହ୍ମ ୪.୩୨ରେ ପଡ଼ିବ ଟସ୍ । ୫ଟାରେ ଆରମ୍ଭ ହେବ ମ୍ୟାଚ୍ ।
ସୁପର ସଣ୍ଡେରେ ସୁପର ଫାଇଟ୍ । ଏଥର ବିଶ୍ବ ଦେଖିବ ନୂଆ ଚାମ୍ପିଅନ୍ । ରବିବାର ଦିନ ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଅପରାହ୍ମ ୩ଟାରେ ଆରମ୍ଭ ହେବାର ଥିଲା । କିନ୍ତୁ ବର୍ଷା କାରଣରୁ ଏଥିରେ ବିଳମ୍ବ ହୋଇଛି । ପ୍ରଥମେ ମ୍ୟାଚ୍ ୩.୩୦ରେ ଆରମ୍ଭ ହେବା ବୋଲି ସୂଚନା ଆସିଥିଲା । କିନ୍ତୁ ପୁଣି ବର୍ଷା ହେବାରୁ ଏଥିରେ ବିଳମ୍ବ ହୋଇଛି । ଆଉ ଏବେ ମିଳିଥିବା ଅପଡେଟ୍ ଅନୁସାରେ, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ । ୪.୩୦ରେ ଟସ୍ ପଡ଼ିବା ଏବଂ ୫ଟାରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଦୁଇ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହେଲେ ବି କୌଣସି ଓଭର କଟାଯିବନି ବୋଲି ସୂଚନା ମିଳିଛି ।
ସେହିପରି ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୩୮ ରନ୍ର ବିଶାଳ ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହି ଟାର୍ଗେଟକୁ ଭାରତ ୯ଟି ବଲ୍ ବାକି ଥାଇ ପୂରଣ କରିଥିଲା । ଏହି ବିଜୟ ସହ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ସେମିଫାଇନାଲ ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ବିଜୟର ସାରଥୀ ସାଜିଥିଲେ । ତେବେ ଆଜିର ଫାଇନାଲ ମ୍ୟାଚ୍ରେ ମଧ୍ୟ ଭାରତ ସେହି ପ୍ରଦର୍ଶନ ଜାରି ରଖିବ ବୋଲି ଆଶା ରଖିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।
୨୦୨୫ ମହିଳା ବିଶ୍ୱକପର ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୫୧ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୮୧ ରନ୍ରେ ୫ ଓ୍ବିକେଟ ହରାଇଥିଲା । ଆଉ ଏହା ପରେ ଆଶା କରାଯାଉଥିଲା କି ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲାର୍କଙ୍କ ଏକ ଧମାକାଦାର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକା ଅସମ୍ଭବକୁ ସମ୍ଭବ କରିଥିଲା ଏବଂ ସେହି ମ୍ୟାଚ୍କୁ ୩ ଓ୍ବିକେଟରେ ନିଜ ନାମରେ କରିଥିଲା । ଆଉ ଆଜିର ଫାଇନାଲ ମ୍ୟାଚ୍ରେ ଭାରତ ଲିଗ୍ ମ୍ୟାଚ୍ର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।
ମହିଳା ବିଶ୍ବକପ୍ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଇଂଲଣ୍ଡକୁ ୧୨୫ ରନ୍ରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।Good news!
— BCCI Women (@BCCIWomen) November 2, 2025
Toss to take place at 4:30 PM IST. Match starts at 5:00 PM IST.
Updates ▶️ https://t.co/TIbbeE4ViO#TeamIndia #CWC25 #INDvSA #Final https://t.co/TTYO4KGgWT
ସେହିପରି ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୩୮ ରନ୍ର ବିଶାଳ ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହି ଟାର୍ଗେଟକୁ ଭାରତ ୯ଟି ବଲ୍ ବାକି ଥାଇ ପୂରଣ କରିଥିଲା । ଏହି ବିଜୟ ସହ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ସେମିଫାଇନାଲ ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ବିଜୟର ସାରଥୀ ସାଜିଥିଲେ । ତେବେ ଆଜିର ଫାଇନାଲ ମ୍ୟାଚ୍ରେ ମଧ୍ୟ ଭାରତ ସେହି ପ୍ରଦର୍ଶନ ଜାରି ରଖିବ ବୋଲି ଆଶା ରଖିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।
୨୦୨୫ ମହିଳା ବିଶ୍ୱକପର ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୫୧ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୮୧ ରନ୍ରେ ୫ ଓ୍ବିକେଟ ହରାଇଥିଲା । ଆଉ ଏହା ପରେ ଆଶା କରାଯାଉଥିଲା କି ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲାର୍କଙ୍କ ଏକ ଧମାକାଦାର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକା ଅସମ୍ଭବକୁ ସମ୍ଭବ କରିଥିଲା ଏବଂ ସେହି ମ୍ୟାଚ୍କୁ ୩ ଓ୍ବିକେଟରେ ନିଜ ନାମରେ କରିଥିଲା । ଆଉ ଆଜିର ଫାଇନାଲ ମ୍ୟାଚ୍ରେ ଭାରତ ଲିଗ୍ ମ୍ୟାଚ୍ର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories