IND vs AFG 3rd T20I / ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ, ଆଜି ବି ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲାନି ସୁଯୋଗ
·1 hour ago·2 min read

Key Points
ଭାରତ-ଆଫଗାନିସ୍ତାନ ତୃତୀୟ ଟି-୨୦
ଟସ୍ ଜିତିଲା ଆଫଗାନିସ୍ତାନ
ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ
ଟସ୍ ଜିତିଲା ଆଫଗାନିସ୍ତାନ
ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ
ଗୁରୁବାର ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯାଉଛି । ଆଫଗାନିସ୍ତାନ ଅଧିନାୟକ ଇବ୍ରାହିମ ଜାଦରାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ସିରିଜ୍କୁ ପୂର୍ବରୁ ୨-୦ରେ ନିଜ ନାମରେ କରିସାରିଛି । ଆଜିର ମ୍ୟାଚ୍ରେ ବିଜୟଲାଭ କରି ସିରିଜ୍କୁ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ଭାରତ । ତେବେ ଅନ୍ତିମ ଟି-୨୦ରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ।
ତେବେ ଦ୍ବିତୀୟ ଟି-୨୦ରେ ସଞ୍ଜୁ ସାମସନ୍ ଦମଦାର ୫୭ ରନ୍ର ଇନିଂସ ଖେଳି ନିଜ ଉପରେ ହେଉଥିବା ଆଲୋଚନାର ଜବାବ ଦେଇଥିଲେ । ଏହା ସତ୍ତ୍ୱେ ଆଜିର ମ୍ୟାଚ୍ରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଆଜିର ମ୍ୟାଚ୍ରେ ମଧ୍ୟ ବୈଭବଙ୍କୁ ସୁଯୋଗ ମିଳିନି । ଆଜିର ମ୍ୟାଚ୍ରେ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ସ୍ଥାନରେ ୟଶ ଠାକୁରଙ୍କୁ ସୁଯୋଗ ମିଳିଛି ।
ଅନ୍ୟପଟେ ଆଫଗାନିସ୍ତାନ ଏହି ଶେଷ ମୁକାବିଲାରେ ବ୍ୟାଟିଂରେ ସୁଧାର କରି ଭାରତ ବିପକ୍ଷରେ ଏକ ବଡ଼ ସ୍କୋର କରିବାକୁ ଚାହିଁବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ର ଛୋଟ ବାଉଣ୍ଡାରୀ ଏବଂ ବ୍ୟାଟିଂ ଅନୁକୂଳ ପିଚ୍ ଯୋଗୁଁ ଏଠାରେ ବଡ଼ ସ୍କୋର ଦେଖିବାକୁ ମିଳିଥାଏ । ସିରିଜର ପୂର୍ବ ମ୍ୟାଚ୍ଗୁଡ଼ିକରେ ମଧ୍ୟ ରନ୍ର ବର୍ଷା ହୋଇଥିବାରୁ ଆଜି ମଧ୍ୟ ଏକ ହାଇ-ସ୍କୋରିଂ ମ୍ୟାଚ୍ର ଆଶା ରହିଛି ।
ପିଚ୍ରୁ ସ୍ପିନରମାନଙ୍କୁ ବିଶେଷ ସହାୟତା ମିଳୁନାହିଁ। ଏହା ଆଫଗାନିସ୍ତାନ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ, କାରଣ ସ୍ପିନ୍ ବୋଲିଂ ଦଳର ଏକ ପ୍ରମୁଖ ଶକ୍ତି । ଏହା ସହିତ ରାତିରେ କାକର ପଡ଼ିବାର ସମ୍ଭାବନା ଥିବାରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହୋଇପାରେ । ଏହି କାରଣରୁ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଛି ।
ଭାରତର ଚୁଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଈଶାନ କିଶାନ, ଶ୍ରେୟସ ଆୟର, ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ୟଶ ଠାକୁର ଓ ଜସପ୍ରୀତ ବୁମରାହ

A look at #TeamIndia's Playing XI 🙌
— BCCI (@BCCI) September 17, 2026
Updates ▶️ https://t.co/Zixki4RhPt#AFGvIND pic.twitter.com/kLIhY4VXrX
ଅନ୍ୟପଟେ ଆଫଗାନିସ୍ତାନ ଏହି ଶେଷ ମୁକାବିଲାରେ ବ୍ୟାଟିଂରେ ସୁଧାର କରି ଭାରତ ବିପକ୍ଷରେ ଏକ ବଡ଼ ସ୍କୋର କରିବାକୁ ଚାହିଁବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ର ଛୋଟ ବାଉଣ୍ଡାରୀ ଏବଂ ବ୍ୟାଟିଂ ଅନୁକୂଳ ପିଚ୍ ଯୋଗୁଁ ଏଠାରେ ବଡ଼ ସ୍କୋର ଦେଖିବାକୁ ମିଳିଥାଏ । ସିରିଜର ପୂର୍ବ ମ୍ୟାଚ୍ଗୁଡ଼ିକରେ ମଧ୍ୟ ରନ୍ର ବର୍ଷା ହୋଇଥିବାରୁ ଆଜି ମଧ୍ୟ ଏକ ହାଇ-ସ୍କୋରିଂ ମ୍ୟାଚ୍ର ଆଶା ରହିଛି ।
ପିଚ୍ରୁ ସ୍ପିନରମାନଙ୍କୁ ବିଶେଷ ସହାୟତା ମିଳୁନାହିଁ। ଏହା ଆଫଗାନିସ୍ତାନ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ, କାରଣ ସ୍ପିନ୍ ବୋଲିଂ ଦଳର ଏକ ପ୍ରମୁଖ ଶକ୍ତି । ଏହା ସହିତ ରାତିରେ କାକର ପଡ଼ିବାର ସମ୍ଭାବନା ଥିବାରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହୋଇପାରେ । ଏହି କାରଣରୁ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଛି ।
ଭାରତର ଚୁଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଈଶାନ କିଶାନ, ଶ୍ରେୟସ ଆୟର, ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ୟଶ ଠାକୁର ଓ ଜସପ୍ରୀତ ବୁମରାହ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories