Videos
|
Sports

IND vs AFG 1st T20 / ଭାରତ-ଆଫଗାନିସ୍ତାନ ପ୍ରଥମ T20: ଏମିତି ହେବ ପ୍ଲେଇଂ XI, ଜାଣନ୍ତୁ ପିଚ୍ ରିପୋର୍ଟ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଭାରତ-ଆଫଗାନିସ୍ତାନ ପ୍ରଥମ T20: ଏମିତି ହେବ ପ୍ଲେଇଂ XI, ଜାଣନ୍ତୁ ପିଚ୍ ରିପୋର୍ଟ
India vs Afganistan

Key Points

ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦
ଦିଲ୍ଲୀରେ ହେବ ରୋମାଞ୍ଚକର ମୁକାବିଲା
ଏମିତି ହେବ ଉଭୟ ଦଳର ପ୍ଲେଇଂ ଇଲେଭେନ୍
ଦିଲ୍ଲୀରେ ଜମିବ ଟି-୨୦ର ମହାମୁକାବିଲା । ଗୋଟିଏ ପଟେ ଶ୍ରେୟସ ଅୟରଙ୍କ ନେତୃତ୍ୱରେ ଶକ୍ତିଶାଳୀ ଟିମ୍ ଇଣ୍ଡିଆ, ଅନ୍ୟପଟେ ଇବ୍ରାହିମ ଜାଦରାନଙ୍କ ଆଫଗାନିସ୍ତାନ । ଭାରତୀୟ ଦଳରେ ରହିଛି ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଜବରଦସ୍ତ କମ୍ବିନେସନ୍, ଆଉ ଆଫଗାନିସ୍ତାନ ପାଖରେ ରହିଛନ୍ତି ରସିଦ ଖାନଙ୍କ ଭଳି ଟି-୨୦ ସ୍ପେଶାଲିଷ୍ଟ । ଦିଲ୍ଲୀର ବ୍ୟାଟିଂ ଫ୍ରେଣ୍ଡଲି ପିଚ୍‌ରେ ଚୌକା-ଛକାର ବର୍ଷା ହେବ ନା ବୋଲରମାନେ ଦେଖାଇବେ ଦମ୍ ?

ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ । ସନ୍ଧ୍ୟା ୬ଟା ୩୦ରେ ଟସ୍ ହେବାକୁ ଥିବାବେଳେ ୭ଟାରୁ ଆରମ୍ଭ ହେବ ମ୍ୟାଚ୍ । ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ଟିମ୍ ଇଣ୍ଡିଆ

ଭାରତୀୟ ଦଳରେ ଯୁବ ଓ ସିନିୟର ଖେଳାଳିଙ୍କ ଭଲ ସମନ୍ୱୟ ଦେଖିବାକୁ ମିଳିଛି । ଶ୍ରେୟସ ଅୟର, ଈଶାନ କିଶାନ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ତିଲକ ବର୍ମାଙ୍କ ଭଳି ଖେଳାଳିଙ୍କ ସହ ବୈଭବ ସୂର୍ଯ୍ୟବଂଶୀ, ନିତୀଶ କୁମାର ରେଡ୍ଡୀ ଓ ୟଶ ଠାକୁରଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ମଧ୍ୟ ନଜର ରହିବ ।
ସେହିପରି ଆଫଗାନିସ୍ତାନ ମଧ୍ୟ ଏହି ସିରିଜ୍ ପାଇଁ ଏକ ଶକ୍ତିଶାଳୀ ଦଳ ଚୟନ କରିଛି । ଦଳରେ ଅନେକ ଟି-୨୦ ସ୍ପେଶାଲିଷ୍ଟ ଥିବାରୁ ଭାରତକୁ ଚ୍ୟାଲେଞ୍ଜ ମିଳିବା ଆଶା କରାଯାଉଛି ।

କେମିତି ରହିବ ଦିଲ୍ଲୀ ପିଚ୍ ?

ଅରୁଣ ଜେଟଲୀ ଷ୍ଟାଡିୟମ୍‌ର ପିଚ୍ ସାଧାରଣତଃ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଅନୁକୂଳ ବୋଲି ମନେ କରାଯାଏ । ଫ୍ଲାଟ୍ ୱିକେଟ୍ ଓ ଛୋଟ ବାଉଣ୍ଡାରୀ ଯୋଗୁଁ ଏଠାରେ ବ୍ୟାଟ୍ସମ୍ୟାନମାନେ ଭାରି ପଡ଼ିଥାନ୍ତି ଏବଂ ବଡ଼ ସ୍କୋର ଦେଖିବାକୁ ମିଳେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ରବିବାର ଦିଲ୍ଲୀରେ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ମ୍ୟାଚ୍‌ରେ ପ୍ରଭାବ ପକାଇପାରେ । ଆକାଶ ମେଘୁଆ ରହିବା ସମ୍ଭାବନା ଥିବାରୁ ଦ୍ରୁତ ବୋଲରମାନେ ମଧ୍ୟ ପିଚ୍‌ରୁ ସହାୟତା ପାଇପାରନ୍ତି । ତେଣୁ ମ୍ୟାଚ୍‌ଟି ରୋମାଞ୍ଚକର ହେବାର ଆଶା ରହିଛି ।

ଆଫଗାନିସ୍ତାନ ଦଳରେ ଅନେକ ଟି-୨୦ ସ୍ପେଶାଲିଷ୍ଟ ଖେଳାଳି ରହିଛନ୍ତି। ତଥାପି ଏହି ମ୍ୟାଚ୍‌ରେ ଭାରତକୁ ବିଜୟର ପ୍ରମୁଖ ଦାବିଦାର ଭାବେ ଦେଖାଯାଉଛି । ଭାରତର ପଲ୍ଲା ଭାରୀ ଥିବା ସତ୍ତ୍ୱେ ଆଫଗାନିସ୍ତାନ ମଧ୍ୟ ଅପସେଟ୍ କରିବାର କ୍ଷମତା ରଖିଛି ।

ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍/ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟକିପର), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା (ଉପଅଧିନାୟକ), ନିତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ ଓ ଅର୍ଶଦୀପ ସିଂହ

ଆଫଗାନିସ୍ତାନ: ରହମାନୁଲ୍ଲା ଗୁରବାଜ (ୱିକେଟକିପର), ଇବ୍ରାହିମ ଜାଦରାନ (ଅଧିନାୟକ), ସେଦିକୁଲ୍ଲା ଅଟଲ, ଦରୱିଶ ରସୁଲି, ଗୁଲବଦିନ ନାଏବ, ମହମ୍ମଦ ନବୀ, ଅଜମତୁଲ୍ଲା ଓମରଜାଇ, ରସିଦ ଖାନ, ନୁର ଅହମଦ, ନବୀନ-ଉଲ-ହକ ଓ ଫଜଲହକ ଫାରୁକି