Videos
|
Sports

IND vs ENG 2nd ODI / ଦ୍ବିତୀୟ ଦିନିକିଆ: ଟସ୍‌ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଦ୍ବିତୀୟ ଦିନିକିଆ: ଟସ୍‌ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ
India vs England

Key Points

ଟସ୍‌ ଜିତି ବୋଲିଂ ବାଛିଲା ଇଂଲଣ୍ଡ
ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଛି ଭାରତ
ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ କାର୍ଡିଫରେ ଅନୁଷ୍ଠିତ ହେଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । କେଏଲ ରାହୁଲଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇଛି । କେଏଲ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନାହାଁନ୍ତି, ତେଣୁ ତାଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି ।

ଜୁଲାଇ ୧୪ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତ ସାମ୍ନାରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୫୮ ରନ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ସର୍ବାଧିକ ୭୬ ରନ୍‌ କରିଥିବା ବେଳେ ଲିଆମ୍‌ ଡସନ୍‌ ୬୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ଅକ୍ସର ପଟେଲ ସର୍ବାଧିକ ୪ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।



ତେବେ ୨୫୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୪୫.୨ ଓଭର୍‌ରେ ୪ ୱିକେଟ୍ ହରାଇ ମ୍ୟାଚକୁ ନିଜ ନାମରେ କରିନେଇଥିଲା । ଭାରତ ପକ୍ଷରୁ ଅଧିନାୟକ ଶୁବମନ ଗିଲ୍‌ ସର୍ବାଧିକ ୮୦ ରନ୍ କରିଥିଲେ । ପ୍ରଥମ ଦିନିକିଆରେ ବିଜୟ ସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ତେବେ ଆଜିର ମ୍ୟାଚ୍‌ରେ ବିଜୟ ଲାଭ କରି ସିରିଜ୍‌ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡ ଦଳ ଆଜିର ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ।]

ଅଧିକ ପଢ଼ନ୍ତୁ: କାର୍ଡିଫରେ ମହାମୁକାବିଲା…ରୋହିତ-କୋହଲିଙ୍କ ବଡ଼ ଇନିଂସ ଅପେକ୍ଷାରେ ଫ୍ୟାନ୍ସ



ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍‌ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶାନ(ୱିକେଟ୍‌ କିପର), ଓ୍ବାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ସର ପଟେଲ, ଯଶପ୍ରୀତ ବୁମରାହ, ଗୁରୁନୁର ବ୍ରାର, ପ୍ରସିଦ୍ଧ କ୍ରିଷ୍ଣା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IND vs ENG 2nd ODI: England Win Toss, Opt to Bowl; India Bat First | Argus News