Videos
|
Sports

India England ODI Series / ଲର୍ଡସରେ ଭାରତ-ଇଂଲଣ୍ଡ ମହାମୁକାବିଲା, ୨୧ ବର୍ଷର ଅପେକ୍ଷା ଶେଷ କରିବେ କି ଶୁବମନ୍ ଗିଲ୍ ?

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଲର୍ଡସରେ ଭାରତ-ଇଂଲଣ୍ଡ ମହାମୁକାବିଲା, ୨୧ ବର୍ଷର ଅପେକ୍ଷା ଶେଷ କରିବେ କି ଶୁବମନ୍ ଗିଲ୍ ?
India England ODI Series

Key Points

ଗିଲ୍‌ଙ୍କ ପାଇଁ ଅଗ୍ନିପରୀକ୍ଷା
ଲର୍ଡସରେ ଜିତି ଇତିହାସ ରଚିବ କି ଭାରତ?
ସିରିଜ୍ ସହ ୨୧ ବର୍ଷର ରେକର୍ଡ ଭାଙ୍ଗିବ କି?
ରବିବାର ଖେଳାଯିବ ମହାମୁକାବିଲା । ଇଂଲଣ୍ଡର ଲର୍ଡସରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ଏବେ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ଉଭୟ ଦଳ ୧-୧ରେ ବରାବର ଥିବାବେଳେ, ଜୁଲାଇ ୧୯ରେ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ସିରିଜ୍‌ର ବିଜେତା ନିର୍ଣ୍ଣୟ କରିବ ।

ସେପଟେ ଏହି ମ୍ୟାଚ୍‌ ଭାରତ ପାଇଁ ଆହୁରି ସ୍ୱତନ୍ତ୍ର, କାରଣ ୨୦୦୪ ପରଠାରୁ ଲର୍ଡସରେ ଦିନିକିଆ କ୍ରିକେଟ୍‌ରେ ଟିମ୍ ଇଣ୍ଡିଆ ବିଜୟର ସ୍ୱାଦ ଚାଖିପାରିନାହିଁ । ଏପରି ସ୍ଥିତିରେ ଅଧିନାୟକ ଶୁବମନ୍ ଗିଲ୍‌ଙ୍କ ସାମ୍ନାରେ ଇତିହାସ ରଚିବାର ସୁଯୋଗ ରହିଛି । ତେବେ ଲର୍ଡସରେ ଭାରତର ୨୧ ବର୍ଷର ଅପେକ୍ଷା ଶେଷ ହେବ ନା ଇଂଲଣ୍ଡ ପୁଣିଥରେ ନିଜ ଘରୋଇ ଦୁର୍ଗକୁ ଅଭେଦ୍ୟ ରଖିବ ? ସମସ୍ତଙ୍କ ନଜର ଏବେ ଏହି ହାଇଭୋଲ୍ଟେଜ୍ ଲଢ଼େଇ ଉପରେ ରହିଛି ।

ତେବେ ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି । ଅଲ୍‌ରାଉଣ୍ଡର ୱାଶିଂଟନ୍ ସୁନ୍ଦର ଆଘାତ କାରଣରୁ ସିରିଜ୍‌ରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ବିସିସିଆଇ ହର୍ଷ ଦୁବେଙ୍କୁ ଦଳରେ ସାମିଲ କରିଛି । ଅନ୍ୟପଟେ ଦ୍ୱିତୀୟ ଦିନିକିଆରୁ ଅସୁସ୍ଥତା କାରଣରୁ ବାଦ ପଡ଼ିଥିବା କେଏଲ୍ ରାହୁଲଙ୍କ ଖେଳିବା ନେଇ ମଧ୍ୟ ସସ୍ପେନ୍ସ ଜାରି ରହିଛି ।

ଲର୍ଡସର ପିଚ୍ ସାଧାରଣତଃ ବ୍ୟାଟିଂ ଓ ବୋଲିଂ ମଧ୍ୟରେ ସନ୍ତୁଳିତ ବୋଲି ଧରାଯାଏ । ନୂଆ ବଲ୍‌ରେ ଦ୍ରୁତ ବୋଲରମାନେ ଅଧିକ ସହାୟତା ପାଇଥାନ୍ତି ଏବଂ ପ୍ରଥମ ୧୦ ଓଭର ବ୍ୟାଟ୍ସମ୍ୟାନଙ୍କ ପାଇଁ କଠିନ ହୋଇଥାଏ । କିନ୍ତୁ ବଲ୍ ପୁରୁଣା ହେବା ପରେ ବ୍ୟାଟିଂ କରିବା ସହଜ ହୋଇଯାଏ । ଗତ ଛଅଟି ଦିନିକିଆ ଇନିଂସ୍‌ ମଧ୍ୟରୁ ଚାରିଟିରେ ୩୦୦ରୁ ଅଧିକ ସ୍କୋର ହୋଇଥିବାରୁ ଏଥର ମଧ୍ୟ ଏକ ହାଇ-ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମ୍ୟାଚ୍‌ ଦିନ ଆକାଶ ସାଧାରଣତଃ ସଫା ରହିବ । ମଝିରେ କିଛି ସମୟ ପାଇଁ ଆକାଶ ମେଘାଚ୍ଛନ୍ନ ରହିପାରେ । କିନ୍ତୁ ବର୍ଷାର ସମ୍ଭାବନା ନାହିଁ । ମ୍ୟାଚ୍‌ ସମୟରେ ତାପମାତ୍ରା ୧୮ରୁ ୨୨ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ ।

ତେବେ ରେକର୍ଡ କହୁଛି ଲର୍ଡସରେ ଇଂଲଣ୍ଡର ପଲ୍ଲା ଭାରି । ୨୦୧୯ ପରଠାରୁ ଘରୋଇ ଦଳ ଏହି ଷ୍ଟାଡିୟମରେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍‌ରେ ପରାଜିତ ହୋଇଛି । ଅନ୍ୟପଟେ ଭାରତ ୨୦୦୪ ପରଠାରୁ ଏଠାରେ ବିଜୟ ହାସଲ କରିପାରିନାହିଁ । ତେଣୁ ସିରିଜ୍‌ ଜିତିବା ସହ ୨୧ ବର୍ଷର ଅପେକ୍ଷା ଶେଷ କରିବା ପାଇଁ ଟିମ୍ ଇଣ୍ଡିଆକୁ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିବାକୁ ପଡ଼ିବ ।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ଶୁବମନ୍ ଗିଲ୍‌ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ଶିବମ୍ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଗୁରନୁର ବ୍ରାର ଏବଂ ପ୍ରସିଦ୍ଧ କ୍ରିଷ୍ଣା
India vs England 3rd ODI at Lord's: Can Shubman Gill End 21-Year Wait? | Argus News