Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Jasprit Bumrah / କାହିଁକି ଆଜି ମ୍ୟାଚ୍ ଖେଳୁନାହାନ୍ତି ଜସପ୍ରୀତ ବୁମରାହ; ବଡ଼ କାରଣ କହିଲା BCCI

Debashree Debasmita Sahoo
Browse all articles by Debashree Debasmita Sahoo
·11 hours ago·2 min read
କାହିଁକି ଆଜି ମ୍ୟାଚ୍ ଖେଳୁନାହାନ୍ତି ଜସପ୍ରୀତ ବୁମରାହ; ବଡ଼ କାରଣ କହିଲା BCCI
Jasprit Bumrah

Key Points

ଖେଳାଯାଉଛି ଭାରତ ବନାମ ଇଂଲଣ୍ଡ ତୃତୀୟ ODI ମ୍ୟାଚ୍
ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି
ଆଜି ଫାଇନାଲ ଫାଇଟରେ କାହିଁକି ଖେଳୁନାହାନ୍ତି ବୁମରାହ
ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଆଜି ଖେଳାଯାଉଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ଅଛି ଏବଂ ତୃତୀୟ ମ୍ୟାଚ୍ ଜିତିଥିବା ଦଳ ସିରିଜ୍ ଜିତିବ । ତଥାପି ଏହି ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏହି ମ୍ୟାଚରୁ ବାଦ ପଡ଼ିଛନ୍ତି । କାହିଁକି ବୁମହାର ଫାଇନାଲ ଫାଇଟରୁ ବାଦ୍ ପଡ଼ିଲେ ତାକୁ ନେଇ ଚର୍ଚ୍ଚା ହେଉଛି ।

  • କାହିଁକି ଖେଳୁନାହାନ୍ତି ବୁମରାହ?
ଟସ୍ ପରେ ବିସିସିଆଇ ଜସପ୍ରୀତ ବୁମରାହଙ୍କ ଆଘାତ ବିଷୟରେ ଏକ ଅପଡେଟ୍ ପ୍ରଦାନ କରି କହିଛି, "କାର୍ଡିଫରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ବୁମରାହଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା । ବାମ ଆଣ୍ଠୁ ଫୁଲିବା ଯୋଗୁଁ ସେ ତୃତୀୟ ଏକଦିବସୀୟ ମ୍ୟାଚ୍‌ ଖେଳିବେ ନାହିଁ ।"

  • ଭାରତର ପ୍ଲେଇଂ ୧୧ରେ ୩ଟି ପରିବର୍ତ୍ତନ
ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ପାଇଁ ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆଣ୍ଠୁରେ ଆଘାତ ଯୋଗୁଁ ମ୍ୟାଚରୁ ବାଦ ପଡ଼ିଛନ୍ତି । ଅଧିନାୟକ ଶୁଭମନ ଗିଲ୍ ଟସ୍ ସମୟରେ ଘୋଷଣା କରିଥିଲେ ଯେ ବୁମରାହ ଆଣ୍ଠୁରେ ଆଘାତ ପାଇଛନ୍ତି ଏବଂ ତାଙ୍କୁ ବିଶ୍ରାମ ଦିଆଯାଇଛି । ବୁମରାହଙ୍କ ବ୍ୟତୀତ ଅଲରାଉଣ୍ଡର ଶିବମ ଦୁବେଙ୍କୁ ମଧ୍ୟ ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଛି, ଯେତେବେଳେ ୱାଶିଂଟନ ସୁନ୍ଦର ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ସିରିଜରୁ ବାଦ ପଡ଼ିଛନ୍ତି।


ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ ଦଳକୁ ଫେରିଛନ୍ତି । ଅସୁସ୍ଥତା ଯୋଗୁଁ ରାହୁଲ ଗତ ମ୍ୟାଚ୍ ଖେଳିପାରି ନଥିଲେ, ଯେତେବେଳେ କି ଦ୍ରୁତ ବୋଲର ପ୍ରିନ୍ସ ଯାଦବ ଏବଂ ବାମହାତୀ ପେସର ଅର୍ଶଦୀପ ସିଂହଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି ।

ପଢନ୍ତୁ ଏହି ଖବର: 'ଆମେ ଖୁସି ହେବା ଉଚିତ...'; ରୋହିତଙ୍କ ଅବସରକୁ ନେଇ କପିଲଦେବଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ଭାରତ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା, ଶୁଭମନ ଗିଲ (ଅଧିନାୟକ), ବିରାଟ କୋହଲି, ଇଶାନ କିଷନ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଅକ୍ଷର ପଟେଲ, ଗୁରନୁର ବରାର, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ।

ଇଂଲଣ୍ଡ: ବେନ୍ ଡକେଟ, ଜାକବ୍ ବେଥେଲ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍ (ଅଧିନାୟକ), ଜସ୍ ବଟଲର୍ (ୱିକେଟକିପର), ସାମ୍ କରନ୍, ୱିଲ୍ ଜ୍ୟାକ୍ସ, ଗସ୍ ଏଟକିନସନ୍, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ଜୋଶ୍ ଟଙ୍ଗ୍।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored