Team India Squad / ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ସିରାଜ-ଆୟର
·6 months ago·2 min read

Key Points
ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍
ଘୋଷଣା ହେଲା ଟିମ୍ ଇଣ୍ଡିଆ
ଦଳକୁ ଫେରିଲେ ଆୟର-ସିରାଜ
ଘୋଷଣା ହେଲା ଟିମ୍ ଇଣ୍ଡିଆ
ଦଳକୁ ଫେରିଲେ ଆୟର-ସିରାଜ
ଜାନୁଆରୀ ୧୧ରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ । ଜାନୁଆରୀ ୧୧ରୁ କିୱି ବିପକ୍ଷରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ପୂର୍ବରୁ ଘୋଷଣା କରାଯାଇଛି । ଆଉ ଶନିବାର ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି ।
ଶୁଭମନ ଗିଲ୍ ଦିନିକିଆ ସିରିଜରେ ଦଳର ଅଧିନାୟକ ହେବେ । ଶୁବମନ ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଂଶଗ୍ରହଣ କରିପାରି ନଥିଲେ । ତେଣୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା। ଭାରତ ସେହି ସିରିଜକୁ ୨-୧ରେ ଜିତିଥିଲା । ଶୁଭମନଙ୍କ ସହିତ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତଥାପି ଶ୍ରେୟସ ଫିଟ୍ ଘୋଷିତ ହେଲେ ହିଁ ସିରିଜରେ ଅଂଶଗ୍ରହଣ କରିପାରିବେ ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳକୁ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟର ଫେରିଥିବା ବେଳେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ନିରାଶ ହୋଇଛନ୍ତି । ଶାମି ଶେଷ ଥର ପାଇଁ ଭାରତ ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ । ଯେଉଁଠାରେ ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଥିଲା । ଘରୋଇ କ୍ରିକେଟରେ ଲଗାତର ଭାବେ ଭଲ ପ୍ରଦର୍ଶନ କରୁଥିବା ଦେବଦତ୍ତ ପାଡିକ୍କଲ ଏବଂ ଇଶାନ କିଶନଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ସେହିପରି ଋଷଭ ପନ୍ତ ଦଳରେ ଦ୍ବିତୀୟ ଓ୍ବିକେଟ୍ କିପର ଭାବେ ଚୟନ କରାଯାଇଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର (ଉପ-ଅଧିନାୟକ *), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ବାଲ
🚨 News 🚨
— BCCI (@BCCI) January 3, 2026
India’s squad for @IDFCFIRSTBank ODI series against New Zealand announced.
Details ▶️ https://t.co/Qpn22XBAPq#TeamIndia | #INDvNZ pic.twitter.com/8Qp2WXPS5P
ଶୁଭମନ ଗିଲ୍ ଦିନିକିଆ ସିରିଜରେ ଦଳର ଅଧିନାୟକ ହେବେ । ଶୁବମନ ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଂଶଗ୍ରହଣ କରିପାରି ନଥିଲେ । ତେଣୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା। ଭାରତ ସେହି ସିରିଜକୁ ୨-୧ରେ ଜିତିଥିଲା । ଶୁଭମନଙ୍କ ସହିତ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତଥାପି ଶ୍ରେୟସ ଫିଟ୍ ଘୋଷିତ ହେଲେ ହିଁ ସିରିଜରେ ଅଂଶଗ୍ରହଣ କରିପାରିବେ ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳକୁ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟର ଫେରିଥିବା ବେଳେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ନିରାଶ ହୋଇଛନ୍ତି । ଶାମି ଶେଷ ଥର ପାଇଁ ଭାରତ ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ । ଯେଉଁଠାରେ ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଥିଲା । ଘରୋଇ କ୍ରିକେଟରେ ଲଗାତର ଭାବେ ଭଲ ପ୍ରଦର୍ଶନ କରୁଥିବା ଦେବଦତ୍ତ ପାଡିକ୍କଲ ଏବଂ ଇଶାନ କିଶନଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ସେହିପରି ଋଷଭ ପନ୍ତ ଦଳରେ ଦ୍ବିତୀୟ ଓ୍ବିକେଟ୍ କିପର ଭାବେ ଚୟନ କରାଯାଇଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର (ଉପ-ଅଧିନାୟକ *), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ବାଲ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories