Videos
|
Sports

India Predicted XI / ପଞ୍ଚମ ଟି-୨୦ରୁ ବାଦ୍ ପଡ଼ିପାରନ୍ତି ୩ ଷ୍ଟାର୍ ଖେଳାଳି, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

Santosh Kumar Sahoo
Browse all articles by Santosh Kumar Sahoo
·57 mins ago·2 min read
ପଞ୍ଚମ ଟି-୨୦ରୁ ବାଦ୍ ପଡ଼ିପାରନ୍ତି ୩ ଷ୍ଟାର୍ ଖେଳାଳି, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?
Vaibhav Sooryavanshi

Key Points

ଭାରତର ପ୍ଲେଇଂ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ !
କାହାର କଟିବ ପତ୍ତା, ଖେଳିବେ କି ବୈଭବ ?
ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ ସୂର୍ଯ୍ୟବଂଶୀ ?
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ମୁକାବିଲା ରବିବାର ଖେଳାଯିବ । ହାମିଲଟନ୍‌ର ସେଡନ୍ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ଟି ମଧ୍ୟ ହାଇସ୍କୋରିଂ ହେବାର ସମ୍ଭାବନା ରହିଛି ।

ପ୍ରଥମ ତିନୋଟି ମ୍ୟାଚ୍‌ରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ଆଗୁଆ ସିରିଜ୍ ନିଜ ନାମରେ କରିସାରିଛି । ତେବେ ଚତୁର୍ଥ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବାଜି ମାରିଥିଲା । ତେଣୁ ଶେଷ ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌ର ଅନ୍ତ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିପାରେ ସୁଯୋଗ

ଅଭିଷେକ ଶର୍ମାଙ୍କ ସହ ମିଶି ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନାକେଦମ୍ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଚତୁର୍ଥ ମ୍ୟାଚ୍‌ରେ ଖେଳିନଥିଲେ । ତେବେ ପଞ୍ଚମ ଟି-୨୦ରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ସିରିଜ୍‌ରେ ଈଶାନ କିଶାନ ଆହତ ହେବା ପରେ ବୈଭବଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ଏବେ ସଞ୍ଜୁ ସାମସନଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ସଞ୍ଜୁ ଏହି ସିରିଜ୍‌ରେ ୬୭, ୧୪, ୧୮ ଓ ୪ ରନ୍ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୁବନେଶ୍ୱରଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ପ୍ରାୟ ୪ ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ଏହି ସିରିଜ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ତିନୋଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ବେଳେ ତାଙ୍କ ଇକୋନୋମି ରେଟ୍ ପ୍ରାୟ ୧୨ ରହିଛି। ଅନ୍ୟପଟେ ଅର୍ଶଦୀପ ସିଂହ ହେଉଛନ୍ତି ଏହି ସିରିଜ୍‌ରେ ୧୦ରୁ କମ୍ ଇକୋନୋମି ରେଟ୍ ରଖିଥିବା ଏକମାତ୍ର ଭାରତୀୟ ବୋଲର ।

ଚତୁର୍ଥ ଟି-୨୦ରେ ମୟଙ୍କ ଯାଦବ, ପ୍ରିନ୍ସ ଯାଦବ ଓ ଅର୍ଶଦୀପ ସିଂହ ଖେଳିଥିଲେ । ତେବେ ପଞ୍ଚମ ମ୍ୟାଚ୍‌ରେ ପ୍ରିନ୍ସଙ୍କ ସ୍ଥାନରେ ଆକିବ୍ ନବି ଡାର୍‌ଙ୍କୁ ସୁଯୋଗ ମିଳିପାରେ । ସେହିପରି ସ୍ପିନ୍ ବିଭାଗରେ ଅକ୍ଷର ପଟେଲଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇପାରେ ।

ପଞ୍ଚମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ୍ / ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍ କିପର୍), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନୀତିଶ କୁମାର ରେଡ୍ଡୀ / ଶିବମ୍ ଦୁବେ, ଅକ୍ଷର ପଟେଲ/କୁଲଦୀପ ଯାଦବ, ମୟଙ୍କ ଯାଦବ ଓ ଅର୍ଶଦୀପ ସିଂହ