Akash Deep Injury / ପ୍ରଥମ ଇନିଂସର ହିରୋ ଆକାଶ ଦୀପ ଆଉଟ୍, ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି
·Updated on: 29 Nov 2026, 09:45:47 IST·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଆହତ ହୋଇ ମ୍ୟାଚ୍ରୁ OUT ହେଲେ ଆକାଶ ଦୀପ
ଆହତ ଆକାଶ ଦୀପଙ୍କ ସ୍ଥାନ ନେଲେ ପ୍ରସିଦ୍ଧ
ଆହତ ହୋଇ ମ୍ୟାଚ୍ରୁ OUT ହେଲେ ଆକାଶ ଦୀପ
ଆହତ ଆକାଶ ଦୀପଙ୍କ ସ୍ଥାନ ନେଲେ ପ୍ରସିଦ୍ଧ
ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା । ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିବା ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ ଆହତ ହୋଇ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କନକସନ୍ ସବ୍ଷ୍ଟିଚ୍ୟୁଟ୍ ଭାବେ ଦଳରେ ସାମିଲ କରାଯାଇଛି ।
ସୂଚନା ଅନୁଯାୟୀ, ମ୍ୟାଚ୍ରେ ବ୍ୟାଟିଂ କରୁଥିବା ସମୟରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର କାଇଲ୍ ଜେମିସନ୍ଙ୍କ ଓଭରରେ ଆକାଶ ଦୀପଙ୍କ ହେଲମେଟ୍ରେ ଦୁଇଥର ବଲ୍ ବାଜିଥିଲା । ଏହାପରେ ସେ ଅସହଜ ଅନୁଭବ କରିଥିଲେ । ତଥାପି ସେ ବ୍ୟାଟିଂ ଜାରି ରଖି ୨୯ ରନ୍ ସଂଗ୍ରହ କରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ମ୍ୟାଚ୍ରୁ ବାଦ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଆକାଶ ଦୀପଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କନକସନ୍ ସବ୍ଷ୍ଟିଚ୍ୟୁଟ୍ ଭାବେ ଖେଳିବାକୁ ଅନୁମତି ମିଳିଛି । ସେ ଏବେ ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ବୋଲିଂ କରୁଛନ୍ତି । ଏଥିସହିତ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମଧ୍ୟ ମିଳିବ । ଆକାଶ ଦୀପଙ୍କ ବାଦ୍ ପଡ଼ିବା ଭାରତୀୟ ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ମନେ କରାଯାଉଛି ।
କାରଣ ପ୍ରଥମ ଇନିଂସରେ ଆକାଶ ଦୀପ ନିଜ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ମୋଟ ୯୯ ରନ୍ ବ୍ୟୟ କରି ନ୍ୟୁଜିଲାଣ୍ଡର ୫ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ତାଙ୍କର ଏହି ପ୍ରଦର୍ଶନ ଭାରତକୁ ମ୍ୟାଚ୍ରେ ମଜବୁତ ସ୍ଥିତି ଦେବାରେ ସହାୟକ ହୋଇଥିଲା ।
କ'ଣ କହୁଛି ICCର କନକସନ୍ ନିୟମ ?
ICCର ନିୟମ ଅନୁଯାୟୀ, ମ୍ୟାଚ୍ ସମୟରେ କୌଣସି ଖେଳାଳିଙ୍କ ମୁଣ୍ଡ କିମ୍ବା ବେକରେ ଆଘାତ ଲାଗିଲେ ଏବଂ ଦଳର ମେଡିକାଲ୍ ଟିମ୍ ଯାଞ୍ଚ ପରେ କନକସନ୍ ବା ମୁଣ୍ଡରେ ଆଘାତ ଲାଗିଥିବା ସନ୍ଦେହ କଲେ, ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ସାମିଲ କରିବାର ଅନୁମତି ମିଳିଥାଏ ।
ତେବେ ଏହି ପରିବର୍ତ୍ତନ ମନଇଚ୍ଛା କରାଯାଇପାରିବ ନାହିଁ । ଆହତ ଖେଳାଳିଙ୍କ ଭୂମିକା ଅନୁଯାୟୀ ତାଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଚୟନ କରିବାକୁ ପଡ଼ିଥାଏ । ଅର୍ଥାତ୍ ଜଣେ ଦ୍ରୁତ ବୋଲରଙ୍କ ସ୍ଥାନରେ ସାଧାରଣତଃ ଅନ୍ୟ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥାଏ । ଏହାକୁ 'ଲାଇକ୍ ଫର୍ ଲାଇକ୍' ରିପ୍ଲେସମେଣ୍ଟ କୁହାଯାଏ ।
ଅନ୍ୟପଟେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯିବା ପରେ ମହମ୍ମଦ ସିରାଜଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । କାରଣ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରିରୁ ସ୍ପଷ୍ଟ ହୋଇଛି ଯେ ସିରାଜ ଏହି ମ୍ୟାଚ୍ ପାଇଁ ଭାରତର ଟପ୍-୧୨ ଖେଳାଳିଙ୍କ ତାଲିକାରେ ମଧ୍ୟ ସାମିଲ ନଥିଲେ ।

𝗨𝗽𝗱𝗮𝘁𝗲 Akash Deep got hit on his helmet while batting on Day 3 of the second Test against New Zealand in Christchurch. Prasidh Krishna has replaced him as a concussion substitute. The BCCI Medical Team is monitoring him. #TeamIndia | #NZvIND
— BCCI (@BCCI) November 29, 2026
ଆକାଶ ଦୀପଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କନକସନ୍ ସବ୍ଷ୍ଟିଚ୍ୟୁଟ୍ ଭାବେ ଖେଳିବାକୁ ଅନୁମତି ମିଳିଛି । ସେ ଏବେ ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ବୋଲିଂ କରୁଛନ୍ତି । ଏଥିସହିତ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମଧ୍ୟ ମିଳିବ । ଆକାଶ ଦୀପଙ୍କ ବାଦ୍ ପଡ଼ିବା ଭାରତୀୟ ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ମନେ କରାଯାଉଛି ।
କାରଣ ପ୍ରଥମ ଇନିଂସରେ ଆକାଶ ଦୀପ ନିଜ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ମୋଟ ୯୯ ରନ୍ ବ୍ୟୟ କରି ନ୍ୟୁଜିଲାଣ୍ଡର ୫ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ତାଙ୍କର ଏହି ପ୍ରଦର୍ଶନ ଭାରତକୁ ମ୍ୟାଚ୍ରେ ମଜବୁତ ସ୍ଥିତି ଦେବାରେ ସହାୟକ ହୋଇଥିଲା ।
କ'ଣ କହୁଛି ICCର କନକସନ୍ ନିୟମ ?
ICCର ନିୟମ ଅନୁଯାୟୀ, ମ୍ୟାଚ୍ ସମୟରେ କୌଣସି ଖେଳାଳିଙ୍କ ମୁଣ୍ଡ କିମ୍ବା ବେକରେ ଆଘାତ ଲାଗିଲେ ଏବଂ ଦଳର ମେଡିକାଲ୍ ଟିମ୍ ଯାଞ୍ଚ ପରେ କନକସନ୍ ବା ମୁଣ୍ଡରେ ଆଘାତ ଲାଗିଥିବା ସନ୍ଦେହ କଲେ, ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ସାମିଲ କରିବାର ଅନୁମତି ମିଳିଥାଏ ।
ତେବେ ଏହି ପରିବର୍ତ୍ତନ ମନଇଚ୍ଛା କରାଯାଇପାରିବ ନାହିଁ । ଆହତ ଖେଳାଳିଙ୍କ ଭୂମିକା ଅନୁଯାୟୀ ତାଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଚୟନ କରିବାକୁ ପଡ଼ିଥାଏ । ଅର୍ଥାତ୍ ଜଣେ ଦ୍ରୁତ ବୋଲରଙ୍କ ସ୍ଥାନରେ ସାଧାରଣତଃ ଅନ୍ୟ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥାଏ । ଏହାକୁ 'ଲାଇକ୍ ଫର୍ ଲାଇକ୍' ରିପ୍ଲେସମେଣ୍ଟ କୁହାଯାଏ ।
ଅନ୍ୟପଟେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯିବା ପରେ ମହମ୍ମଦ ସିରାଜଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । କାରଣ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରିରୁ ସ୍ପଷ୍ଟ ହୋଇଛି ଯେ ସିରାଜ ଏହି ମ୍ୟାଚ୍ ପାଇଁ ଭାରତର ଟପ୍-୧୨ ଖେଳାଳିଙ୍କ ତାଲିକାରେ ମଧ୍ୟ ସାମିଲ ନଥିଲେ ।
ପଢନ୍ତୁ ଏହି ଖବର: ଧୋନି ନା ରୋହିତ, କିଏ IPLର ସବୁଠୁ ସଫଳ କ୍ୟାପଟେନ୍ ? ଦେଖନ୍ତୁ ଟପ୍-୪ ଲିଷ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories