cricket / Ind vs Pak: ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଓ୍ବାସିମ ଆକ୍ରମଙ୍କ ଚେତାବନୀ, କହିଲେ...

Key Points
ଏସିଆ କପ୍ ପୂର୍ବରୁ ପାକିସ୍ତାନର ପୂର୍ବତନ ବୋଲରଙ୍କ ଚେତାବନୀ । କହିଲେ, ଉଭୟ ଦେଶର ଖେଳାଳି ଓ ପ୍ରଶଂସକ ସୀମା ଭିତରେ ରୁହ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ପାଇଁ ଏମିତି କହିଲେ ଓ୍ବାସିମ।
ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ଏହି ମେଗା ଟୁର୍ଣ୍ଣାମେଣ୍ଟର ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ଏହି ଦୁଇ ଦଳ ସହ ଓମାନ ଓ ୟୁଏଇ ମଧ୍ୟ ଗ୍ରୁପ୍-Aରେ ଅଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ, ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ହେଉଛି ଭାରତ ବନାମ ପାକିସ୍ତାନ । ଏହି ମହାମୁକାବିଲା ପୂର୍ବରୁ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ୱାସିମ ଆକ୍ରମ ଦୁଇ ଦେଶର କ୍ରିକେଟ ପ୍ରେମୀ ଓ କ୍ରିକେଟରଙ୍କୁ ଏକ ନିବେଦନ କରିଛନ୍ତି ।
ଯେତେବେଳେ ଭାରତ ଏବଂ ପାକିସ୍ତାନର କ୍ରିକେଟ ଦଳ ପଡ଼ିଆରେ ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ସାହ ଶୀର୍ଷରେ ଥାଏ। କ୍ରିକେଟ ଫିଲ୍ଡରୁ ଲୋକଙ୍କ ଘର ପର୍ଯ୍ୟନ୍ତ ସେଦିନ ପରିବେଶ ଭିନ୍ନ ହୋଇଯାଏ । ୱାସିମ ଆକ୍ରମ ଉଭୟ ଦଳର ଖେଳାଳି ଏବଂ ପ୍ରଶଂସକଙ୍କୁ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିବାକୁ ନିବେଦନ କରିଛନ୍ତି ।
📱 Get Argus News App
✨ଟେଲିକମ୍ ଏସିଆ ସ୍ପୋର୍ଟସ ସହିତ ଆଲୋଚନା ସମୟରେ ୱାସିମ ଆକ୍ରମ କହିଛନ୍ତି, 'ମୁଁ ନିଶ୍ଚିତ ଯେ ଏହା ଅନ୍ୟ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପରି ଚମତ୍କାର ହେବ। ମୁଁ ନିଶ୍ଚିତ ଯେ ଉଭୟ ଦଳର ଖେଳାଳି ଏବଂ ପ୍ରଶଂସକ ସେମାନଙ୍କ ସୀମା ମଧ୍ୟରେ ରହିବେ।' ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ରମ ଏହା କହିଛନ୍ତି। ଆକ୍ରମ ଆହୁରି କହିଛନ୍ତି, 'ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବିଶ୍ୱର କୋଟି କୋଟି ଲୋକ ଦେଖନ୍ତି । ମୁଁ ଚାହେଁ ଯେ ଖେଳାଳି ଏବଂ ଦର୍ଶକ ମ୍ୟାଚ୍ ସମୟରେ ଶୃଙ୍ଖଳା ପ୍ରଦର୍ଶନ କରନ୍ତୁ। ସେହିପରି ଆକ୍ରମ ସ୍ୱୀକାର କରିଛନ୍ତି ଯେ ଭାରତୀୟ ଦଳ ବର୍ତ୍ତମାନ ଶକ୍ତିଶାଳୀ ଏବଂ ସେ ଟିମ୍ ଇଣ୍ଡିଆକୁ ଟାଇଟଲ୍ ପାଇଁ ଏକ ଦୃଢ଼ ଦାବିଦାର ବୋଲି ମାନିଛନ୍ତି।
ସେହିପରି ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ଏସିଆ କପ୍ ପାଇଁ ପାକିସ୍ତାନ ଦଳରେ ସ୍ଥାନ ମିଳିନାହିଁ। ଏନେଇ ଆକ୍ରମ କହିଛନ୍ତି ଯେ ପାକିସ୍ତାନ ବାବର ଆଜମଙ୍କୁ ମିସ୍ କରିବ । ମୁଁ ବ୍ୟକ୍ତିଗତ ଭାବରେ, ବାବରଙ୍କୁ ଦଳରେ ଦେଖିବାକୁ ଚାହୁଁଥିଲି, କିନ୍ତୁ ତାଙ୍କୁ ଚୟନ କରାଯାଇ ନଥିଲା। ଏବେ ଦଳରେ ମନୋନୀତ ଖେଳାଳିମାନଙ୍କୁ ଆଗକୁ ବଢ଼ି ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ଓ୍ବାସିମ ଆକ୍ରମ କହିଛନ୍ତି ।
Related Topics
Explore more stories