Videos
|
Sports

IND vs PAK Today / ପୁଣି ଭାରତ-ପାକିସ୍ତାନ ମହାମୁକାବିଲା; ଅଣ୍ଡର-୧୯ ଏସିଆ କପ୍ ୨୦୨୬ ପାଇଁ ଲଢେଇ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପୁଣି ଭାରତ-ପାକିସ୍ତାନ ମହାମୁକାବିଲା; ଅଣ୍ଡର-୧୯ ଏସିଆ କପ୍ ୨୦୨୬ ପାଇଁ ଲଢେଇ
IND vs PAK U19 Asia Cup 2026 Final

Key Points

ଆଜି ଅଣ୍ଡର-୧୯ ଏସିଆ କପ୍ ୨୦୨୬ ଫାଇନାଲ୍
ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ
ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କ୍ରିକେଟ୍ ମୈଦାନରେ ପୁଣି ହେବ ଭାରତ-ପାକିସ୍ତାନ ମହାଲଢ଼େଇ । ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ । ଆଜି ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ଓମାନର ଅଲ୍ ଆମେରାତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭୋଲଟେଜ୍ ଫାଇନାଲ୍ ମ୍ୟାଚ୍ । ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ୩ ୱିକେଟ୍‌ରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଫାଇନାଲ୍‌ରେ ଏହାର ପ୍ରତିଶୋଧ ନେବା ସହ ରେକର୍ଡ ନବମ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ସକାଳ ୧୦ଟା ୩୦ରେ ଆରମ୍ଭ ହେବ ହାଇଭୋଲଟେଜ୍ ଫାଇଟ୍ ।

ଭାରତୀୟ ଦଳର ନେତୃତ୍ୱ ଲକ୍ଷ୍ୟ ରାୟଚନ୍ଦାନୀ ନେଉଥିବା ବେଳେ ଦଳରେ ଆର୍ଯ୍ୟବୀର ସେହୱାଗ, ଅନ୍ୱୟ ଦ୍ରାବିଡ଼, ଅର୍ଜୁନ ରାଜପୁତ ଏବଂ ଈଶାନ ସୁଦ୍‌ଙ୍କ ଭଳି ପ୍ରତିଭାବାନ ଖେଳାଳି ରହିଛନ୍ତି । ଉଭୟ ଦଳ ଟ୍ରଫି ହାତେଇବା ପାଇଁ ପୂରା ପ୍ରସ୍ତୁତ । ତେଣୁ ଏହି ମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିଯାଇଛି । ଲକ୍ଷ୍ୟ ରାୟଚନ୍ଦାନୀଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆର ଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରା ବେଶ୍ ଦମ୍‌ଦାର ରହିଛି ।

  • ହେଡ୍-ଟୁ-ହେଡ୍ ରେକର୍ଡ ?
ଯଦି ଉଭୟ ଦଳର ହେଡ୍ ଟୁ ହେଡ୍ ରେକର୍ଡ ଉପରେ ନଜର ପକାଇବା, ତେବେ ଅଣ୍ଡର-୧୯ ୟୁଥ୍ ODIରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ୩୧ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୧୭ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ ଟାଇ ରହିଛି । ଅର୍ଥାତ୍ ମୋଟ୍ ରେକର୍ଡରେ ଭାରତର ପଲ୍ଲା ଭାରୀ ରହିଛି । ତେବେ ଚଳିତ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହୋଇଥିବାରୁ ଫାଇନାଲ୍ ଲଢ଼େଇ ଆହୁରି ରୋମାଞ୍ଚକର ହେବା ନିଶ୍ଚିତ।

  • ଫାଇନାଲ୍‌ରେ ୩ଥର ମୁହାଁମୁହିଁ
ସେହିପରି U19 ଏସିଆ କପ୍ ଇତିହାସରେ ଉଭୟ ଦଳ ଏପର୍ଯ୍ୟନ୍ତ ତିନିଥର ଫାଇନାଲ୍‌ରେ ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଥରେ ଭାରତ ବିଜୟୀ ହୋଇଥିବା ବେଳେ ଥରେ ପାକିସ୍ତାନ ଟ୍ରଫି ଜିତିଛି । ଆଉ ଗୋଟିଏ ମ୍ୟାଚ୍ ଟାଇ ରହିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ନବମ ରେକର୍ଡ ଲକ୍ଷ୍ୟରେ ଭାରତ
ଅନ୍ୟପଟେ, U19 ଏସିଆ କପ୍‌ରେ ସବୁଠାରୁ ସଫଳ ଦଳ ହେଉଛି ଭାରତ । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୮ ଥର ଏହି ଟ୍ରଫି ନିଜ ନାଁରେ କରିଛି । ଏବେ ନବମ ଥର ପାଇଁ ଚାମ୍ପିଅନ୍ ହେବାର ସୁଯୋଗ ରହିଛି । ଭାରତ ଶେଷ ଥର ପାଇଁ ୨୦୨୧ରେ ଶ୍ରୀଲଙ୍କାକୁ ହରାଇ ଏହି ଟ୍ରଫି ଜିତିଥିଲା । ଏହାପରେ ଦୁଇଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଚାମ୍ପିଅନ୍ ହୋଇପାରିନଥିଲା ।

ପଢନ୍ତୁ ଏହି ଖବର: ଟିମ ଇଣ୍ଡିଆ ପାଇଁ ଖୁସି ଖବର … ୮୯ ରନ୍‌ରେ ଭାରତକୁ ଅଲ୍‌ଆଉଟ୍ କରିଥିଲେ… ଶେଷ ମ୍ୟାଚ୍‌ରୁ ବାଦ୍ ପଡ଼ିଲେ ହେନରୀ

ସେପଟେ ପାକିସ୍ତାନ ମଧ୍ୟ ଦୁଇଥର, ୨୦୧୨ ଓ ୨୦୨୫ରେ U19 ଏସିଆ କପ୍ ଟ୍ରଫି ଜିତିଛି । ତେଣୁ ଚଳିତ ଫାଇନାଲ୍‌ରେ ପାକିସ୍ତାନ ନିଜର ଟାଇଟଲ୍ ଦାବିଦାରୀ ବଜାୟ ରଖିବାକୁ ଚାହିଁବ, ଅନ୍ୟପଟେ ଦୀର୍ଘ ପାଞ୍ଚ ବର୍ଷ ପରେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ ଭାରତ । ତେବେ କାହା ହାତକୁ ଟ୍ରଫି ଯିବ, ଆଜିର ଫାଇନାଲ୍ ମ୍ୟାଚ୍‌ରେ ହିଁ ସ୍ପଷ୍ଟ ହେବ । ମ୍ୟାଚ୍‌କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।