Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Vs South Africa / ଦକ୍ଷିଣ ଆଫ୍ରିକାକୁ ଆରମ୍ଭରୁ ବଡ଼ ଝଟ୍‌କା; ଅର୍ଶଦୀପଙ୍କ ଶିକାର ହେଲେ ଡି କକ୍, ଷ୍ଟବ୍ସ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଦକ୍ଷିଣ ଆଫ୍ରିକାକୁ ଆରମ୍ଭରୁ ବଡ଼ ଝଟ୍‌କା; ଅର୍ଶଦୀପଙ୍କ ଶିକାର ହେଲେ ଡି କକ୍, ଷ୍ଟବ୍ସ
India vs South Africa T20

Key Points

ଅର୍ଶଦୀପଙ୍କ ଦ୍ଵିତୀୟ ବଲ୍‌ରେ ଡି କକ୍‌ଙ୍କୁ କ୍ୟାଚ୍ ଆଉଟ୍ କରାଇଛନ୍ତି ଅଭିଷେକ ଶର୍ମା । ଡି କକ୍ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା କୌଣସି ରନ୍ ନ କରି ଓପନର୍ ବ୍ୟାଟ୍ସମ୍ୟାନ୍ ଡି କକ୍‌ଙ୍କ ୱିକେଟ୍ ହରାଇଛି । ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଝଟ୍‌କା ଲାଗିଛି ।
କଟକ: ବାରବାଟୀରେ ବଡ଼ ଲଢ଼େଇ । ଭାରତ ଦେଇଥିବା ୧୭୬ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା । ବାରବାଟୀରେ ଭାରତ ଭଳି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବଡ଼ ଝଟ୍‌କା ଲାଗିଛି ।

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭରୁ ଆଉଟ୍ ହୋଇଛନ୍ତି ଓପନର୍ କ୍ଵିଣ୍ଟନ ଡି କକ୍ । ଅର୍ଶଦୀପଙ୍କ ଦ୍ଵିତୀୟ ବଲ୍‌ରେ ଡି କକ୍‌ଙ୍କୁ କ୍ୟାଚ୍ ଆଉଟ୍ କରାଇଛନ୍ତି ଅଭିଷେକ ଶର୍ମା । ଡି କକ୍ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା କୌଣସି ରନ୍ ନ କରି ଓପନର୍ ବ୍ୟାଟ୍ସମ୍ୟାନ୍ ଡି କକ୍‌ଙ୍କ ୱିକେଟ୍ ହରାଇଛି ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଝଟ୍‌କା ଲାଗିଛି । ଅର୍ଶଦୀପଙ୍କ ଦ୍ଵିତୀୟ ଓଭରରେ ଆଉଟ୍ ହୋଇଛନ୍ତି ଷ୍ଟବ୍ସ । ଦଳୀୟ ସ୍କୋର୍ ୧୬ ରନ୍ ହୋଇଥିବା ବେଲେ ୨.୩ ଓଭର୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ୱିକେଟ୍ ହରାଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ୱିକେଟ୍ ହରାଇ ୧୭୫ ରନ୍‌ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୨୮ ବଲ୍‌ରେ ୫୯ ରନ୍‌ ବଳରେ ଭାରତ ବାରବାଟୀରେ ୧୭୫ ରନ୍‌ କରିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତ ପକ୍ଷରୁ ତିଳକ ବର୍ମା ୨୬ ରନ୍‍ ଅକ୍ଷର ପଟେଲ ୨୩ କରିଛନ୍ତି ।

ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ଶୁବମନ ଗିଲ୍ । ପ୍ରଥମ ବଲ୍‌ରେ ଗିଲ୍ ଚଉକା ମାରିବା ପରେ ବଡ଼ ସଟ୍ସ ଖେଳିବାକୁ ଆଶା ରଖିଥିଲେ । ହେଲେ ଏନଗିଡ଼ିଙ୍କ ତୃତୀୟ ବଲ୍‌ରେ ଜାନସେନଙ୍କ ହାତରେ କ୍ୟାଚ୍‌ ହୋଇଛନ୍ତି ଗିଲ୍ । ଏହା ପରେ ତୃତୀୟ ଓଭରରେ ଭାରତ ଆଉ ଏକ ୱିକେଟ୍ ହରାଇଛି । ସେହି ଏନଗିଡ଼ିଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଛନ୍ତି କ୍ୟାପଟେଲ୍ ସୂର୍ଯ୍ୟକୁମାର ଯାଦବ ।

ଏଥିସହ ପଢ଼ନ୍ତୁ: ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର

୨ଟି ବଲ୍‌ ଖେଳି ୪ ରନ୍ କରି ଗିଲ୍ ଆଉଟ୍ ହୋଇଥିବା ବେଳେ ୧୧ଟି ବଲ୍‌ ଖେଳି ୧୨ ରନ୍‌ରେ ପ୍ୟାଭିଲିୟନ୍ ଫେରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଦଳୀୟ ସ୍କୋର୍ ୫ ରନ୍ ହୋଇଥିବା ବେଳେ ଗିଲ୍ ଆଉଟ୍ ହୋଇଥିଲେ । ଏହାପରେ ୨.୪ ଓଭର୍‌ରେ ଦଳୀୟ ସ୍କାର୍ ୧୭ ରନ୍ ହୋଇଥିବା ବେଲେ ଆଉଟ୍ ହୋଇଛନ୍ତି ସୂର୍ଯ୍ୟକୁମାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arshdeep Double Strike Rocks South Africa in Barabati T20 | Argus News | Argus News