IND vs WI 2nd T20I / ଟସ୍ ଜିତିଲା ୱେଷ୍ଟଇଣ୍ଡିଜ୍, ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ...ବୈଭବଙ୍କୁ ମିଳିଲାନି ସୁଯୋଗ
·1 hour ago·1 min read

Key Points
ବୈଭବଙ୍କୁ ପୁଣି ମିଳିଲାନି ସୁଯୋଗ
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ପ୍ରଥମେ ବ୍ୟାଟିଂ
ଟିମ୍ ଇଣ୍ଡିଆରେ ପୁଣି ବୈଭବ OUT
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ପ୍ରଥମେ ବ୍ୟାଟିଂ
ଟିମ୍ ଇଣ୍ଡିଆରେ ପୁଣି ବୈଭବ OUT
ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଦ୍ବିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି । ରାଞ୍ଚିରେ JSCA ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଓ୍ବେଷ୍ଟଇଣ୍ଡିଜ୍ । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ତେବେ ଆଜିର ମ୍ୟାଚ୍ରେ ମଧ୍ୟ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନ୍ ସ୍ଥାନ ମିଳିନି ।
୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିସାରିଛି ଭାରତ । ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇ ଭାରତ ବିଜୟ ତାଲିକାରେ ଆଉ ଏକ ବିଜୟ ଯୋଡ଼ିବାକୁ ପ୍ରୟାସ କରିବ । ଟି-୨୦ ଫର୍ମାଟରେ ବେଶ୍ ଶକ୍ତିଶାଳୀ ଦଳ ଭାବେ ଗଣା ହେଉଥିବା ୱେଷ୍ଟଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ ।
#TeamIndia go unchanged for the 2️⃣nd #INDvWI T20I. Updates ▶️ https://t.co/mZlyaWZsoe @mflone_ https://t.co/kdBDrGZ5en
— BCCI (@BCCI) October 9, 2026
ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟାସ ଆୟରଙ୍କ ବ୍ୟାଟିଂକୁ ନେଇ ଦର୍ଶକ ମହଲରେ ଉତ୍ସାହ ବୃଦ୍ଧି ପାଇଛି। ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ । ସଞ୍ଜୁ ସାମସନଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଆଶା କରାଯାଉଛି । ତୃତୀୟ ଓପନର ଭାବେ ଦଳରେ ରହିଥିବା ବୈଭବ ସୂର୍ଯ୍ୟବଂଶୀ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଏପଟେ ସଞ୍ଜୁଙ୍କ ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି ।
ଭାରତୀୟ ଦଳର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଈଶାନ କିଶାନ, ଶ୍ରେୟସ ଆୟର, ତିଲକ ବର୍ମା, ଶିବମ ଦୁବେ, ନମନ ଧୀର, ଅକ୍ସର ପଟେଲ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଓ ମୟଙ୍କ ଯାଦବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories