Videos
|
Sports

India Playing XI / ଟସ୍ ଜିତି ବୋଲିଂ କରିବ ଭାରତ, ହାଇଦ୍ରାବାଦରେ ବି ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲାନି ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·1 min read
ଟସ୍ ଜିତି ବୋଲିଂ କରିବ ଭାରତ, ହାଇଦ୍ରାବାଦରେ ବି ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲାନି ସୁଯୋଗ
India Playing XI

Key Points

ଭାରତର ବୋଲିଂ ନିଷ୍ପତ୍ତି
ପୁଣି ନିରାଶ ହେଲେ ବୈଭବ ସୂର୍ଯ୍ୟବଂଶୀ
ପ୍ଲେଇଂ-୧୧ରେ ବୈଭବଙ୍କୁ ମିଳିଲାନି ସୁଯୋଗ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍‌ରେ ମଧ୍ୟ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନି ।



ପାଞ୍ଚ ମ୍ୟାଚ୍‌ର ଏହି ସିରିଜ୍‌ରେ ଭାରତୀୟ ଦଳ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ୍‌କୁ ନିଜ ନାମରେ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଅନ୍ୟପଟେ, ଭଲ ଫର୍ମରେ ଥିବା ୱେଷ୍ଟଇଣ୍ଡିଜ୍ ଦଳ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ସିରିଜ୍‌କୁ ୨-୨ରେ ବରାବର କରିବାକୁ ଚେଷ୍ଟା କରିବ ।
ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ସିରିଜ୍ ଜିତିବାକୁ ଚାହୁଁଥିବା ବେଳେ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଜିତି ସିରିଜ୍‌କୁ ରୋମାଞ୍ଚକ ମୋଡ଼କୁ ନେବାକୁ ଲକ୍ଷ୍ୟ ରଖିଛି ।

ଭାରତୀୟ ଦଳ: ସଞ୍ଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ନମନ ଧୀର, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: