Videos
|
Sports

IND Vs WI 3rd T20I / ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ୍, ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ୍, ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ
India vs West Indies

Key Points

ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି
ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ
ବଦଳିଲା ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରୁ ତୃତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି । ଇନ୍ଦୋରରେ ଏହି ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ତେବେ ଆଜିର ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରିଛି । ଶିବମ ଦୁବେଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ୍‌ ଦିଆଯାଇଛି । ଦୁବେଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିଥିବା ବେଳେ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ମିଳିଛି ।



ଭାରତ ପ୍ରଥମ T20Iରେ ୮ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ଭାରତ ୧୪.୪ ଓଭରରେ ୧୭୨ ରନ୍‌ର ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ମ୍ୟାଚ୍‌ରେ ଶ୍ରେୟସ ଆୟର ୧୦୨ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ଏହା ତାଙ୍କ T20 ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ଥିଲା ।

କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୨୫୦ ରନ୍‌ର ଟାର୍ଗେଟ୍ ହାସଲ କରି ସିରିଜ୍‌କୁ ୧-୧ରେ ବରାବର କରିଦେଇଥିଲା। ଫଳରେ ତୃତୀୟ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । 

ଅନ୍ୟପଟେ, ଭାରତୀୟ ମାଟିରେ ଟିମ୍ ଇଣ୍ଡିଆକୁ T20 ସିରିଜ୍‌ରେ ପରାସ୍ତ କରିବାର ସୁଯୋଗ ୱେଷ୍ଟଇଣ୍ଡିଜ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ଏବେ ସମସ୍ତଙ୍କ ନଜର ଇନ୍ଦୋରର ତୃତୀୟ T20I ଉପରେ। ମହାକାଳଙ୍କ ଦର୍ଶନ ପରେ ଗମ୍ଭୀରଙ୍କ ଟିମ୍ ଇଣ୍ଡିଆ ବିଜୟୀ ହୋଇ ସିରିଜ୍‌ରେ ଆଗୁଆ ହୋଇପାରିବ କି ନାହିଁ, ତାହା ମ୍ୟାଚ୍ ପରେ ଜଣାପଡ଼ିବ।

ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ, ମୟଙ୍କ ଯାଦବ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: