India 2036 Olympics Bid / ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ? ରେସ୍ରେ ଆଉ ୬ ଦେଶ, ଆସିଲା IOAର ବଡ଼ ବୟାନ
·2 hours ago·2 min read

Key Points
ଭାରତ ହେବ କି ୨୦୩୬ ଅଲିମ୍ପିକ୍ସର ହୋଷ୍ଟ ?
ରେସ୍ରେ ଜର୍ମାନୀ ସମେତ ୭ ଦେଶ
ଭାରତର ଦାବିଦାରୀକୁ ମିଳିଲା IOCର ସ୍ୱୀକୃତି
ରେସ୍ରେ ଜର୍ମାନୀ ସମେତ ୭ ଦେଶ
ଭାରତର ଦାବିଦାରୀକୁ ମିଳିଲା IOCର ସ୍ୱୀକୃତି
୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତର ଆକାଂକ୍ଷା ଏବେ ଆହୁରି ସ୍ପଷ୍ଟ ହୋଇଛି । ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ କମିଟି (IOC) ପକ୍ଷରୁ ମଙ୍ଗଳବାର ନିଶ୍ଚିତ କରାଯାଇଛି ଯେ, ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହ ଦେଖାଇଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି । ଭାରତ ସହିତ ଜର୍ମାନୀ, କତାର ଓ ତୁର୍କୀ ସମେତ ମୋଟ ୭ଟି ଦେଶ ଏହି ମେଗା ଇଭେଣ୍ଟ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ପି.ଟି. ଉଷା ବୁଧବାର ଦିନ ଘୋଷଣା କରିଛନ୍ତି ଯେ 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଦେଶର ଦାବି "ରାଇଜିଂ ଟୁଗେଦର" ଦୃଷ୍ଟିକୋଣ ଉପରେ ଆଧାରିତ ହେବ। IOCର ଭବିଷ୍ୟତ ଆୟୋଜକ କମିଶନଙ୍କ ନିକଟରେ ଏହାର ପ୍ରଥମ ଉପସ୍ଥାପନା ଏହି ମାସ ଶେଷରେ ହେବ ।
କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଯୁବକଯୁବତୀ ଖେଳରେ ଭାଗ ନେବାକୁ ପ୍ରେରିତ ହେବେ । ଏହା ସହ ସୁସ୍ଥ ଓ ସକ୍ରିୟ ସମାଜ ଗଠନ, ଶିକ୍ଷା, ରୋଜଗାର ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ।
ଅହମଦାବାଦରେ ହୋଇପାରେ ମେଗା ଇଭେଣ୍ଟ
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଅହମଦାବାଦକୁ ପ୍ରସ୍ତାବିତ ହୋଷ୍ଟ ସିଟି ଭାବେ ଚୟନ କରିଛି । ଭାରତରେ ଏପର୍ଯ୍ୟନ୍ତ ଅଲିମ୍ପିକ୍ସର ମୁଖ୍ୟ ଆୟୋଜନ ହୋଇନଥିବାରୁ ଏହି ଦାବିଦାରୀକୁ ଦେଶ ପାଇଁ ଏକ ବଡ଼ ଆକାଂକ୍ଷା ଭାବେ ଦେଖାଯାଉଛି । ୨୦୨୪ରେ ଭାରତ ଏହି ମେଗା ଇଭେଣ୍ଟ ଆୟୋଜନ ପାଇଁ ନିଜର ‘Expression of Interest’ ଦାଖଲ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପି.ଟି. ଉଷା କହିଛନ୍ତି ଯେ, ୨୦୩୬ ଅଲିମ୍ପିକ୍ସର ସମ୍ଭାବ୍ୟ ଆୟୋଜକ ଦେଶଗୁଡ଼ିକର ତାଲିକାରେ ଭାରତକୁ ସାମିଲ କରାଯାଇଥିବାରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଗର୍ବିତ । ତାଙ୍କ ଅନୁସାରେ, ‘Rising Together’ କେବଳ ଏକ ସ୍ଲୋଗାନ୍ ନୁହେଁ, ବରଂ ଭାରତର ଶକ୍ତି, ଆକାଂକ୍ଷା ଓ ବିବିଧତାକୁ ଏକାଠି କରିବାର ଏକ ଭିଜନ୍ । ଭାରତ ଏଭଳି ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁଛି, ଯାହା ଦେଶର ଯୁବ, ଗତିଶୀଳ ଏବଂ ଉଦୀୟମାନ ଚେହେରାକୁ ବିଶ୍ୱ ସାମ୍ନାରେ ରଖିପାରିବ ।
IOC କେଉଁ ଆଧାରରେ କରିବ ମୂଲ୍ୟାଙ୍କନ ?
୨୦୩୬ ଅଲିମ୍ପିକ୍ସର ସମ୍ଭାବ୍ୟ ଆୟୋଜକ ଦେଶଗୁଡ଼ିକର ପ୍ରସ୍ତାବକୁ IOC ବିଭିନ୍ନ ଦିଗରୁ ମୂଲ୍ୟାଙ୍କନ କରିବ । ଏଥିରେ ରହିଛି—
- ଭେନ୍ୟୁ ମାଷ୍ଟର ପ୍ଲାନ୍ ଓ ଆଥଲେଟ୍ମାନଙ୍କ ଅନୁଭୂତି
- ଆର୍ଥିକ ପାଣ୍ଠିର ରଣନୀତି
- ସରକାର ଓ ଜନସାଧାରଣଙ୍କ ସମର୍ଥନ
- ଅଲିମ୍ପିକ୍ସ ଆୟୋଜନ କରିବାର କ୍ଷମତା
- ଆୟୋଜକ ସହର ଓ ସମୁଦାୟ ପାଇଁ ଦୀର୍ଘକାଳୀନ ଲାଭ
- ଭବିଷ୍ୟତ ପାଇଁ ‘Legacy Strategy’
ପ୍ରେଜେଣ୍ଟେସନ୍ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ‘Strategic Dialogue’ ହେବ । ନୂଆ ହୋଷ୍ଟ ଚୟନ ପ୍ରକ୍ରିୟାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ହେବ ଏବଂ ଅନ୍ତିମ ଚରଣ ୨୦୨୮ରେ ଆରମ୍ଭ ହେବ ।
‘Rising Together’ ପ୍ରୋଜେକ୍ଟର ମୁଖ୍ୟ ଲକ୍ଷ୍ୟ କେବଳ ଅଲିମ୍ପିକ୍ସ ଆୟୋଜନ ନୁହେଁ । ଖେଳ ମାଧ୍ୟମରେ ଦେଶରେ ବଡ଼ ପରିବର୍ତ୍ତନ ଆଣିବା ଏହାର ଉଦ୍ଦେଶ୍ୟ । ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ କେବଳ ଖେଳ ଦେଖିବାରୁ ଆଗକୁ ବଢ଼ି ଖେଳିବା ପାଇଁ ପ୍ରେରିତ କରିବା, ସୁସ୍ଥ ସମାଜ ଗଠନ କରିବା ଏବଂ ଖେଳକୁ ଶିକ୍ଷା ଓ କ୍ୟାରିୟରର ଏକ ମାଧ୍ୟମରେ ପରିଣତ କରିବା ଭାରତର ଭିଜନ୍ର ମୁଖ୍ୟ ଅଂଶ ।

Related Topics
Explore more stories